ଭୋଟ ଭିକ୍ଷାକଲେ ଖାର୍ଗେ

ଭୁବନେଶ୍ବର,୧୫।୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏମ୍‌ପି ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ଦ୍ୱିପ୍ରହର ସମୟରେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ସହ ବୈଠକ କରିଛନ୍ତି। ଏହି ଅବସରରେ ସେ ନିଜର ପ୍ରାର୍ଥିତ୍ୱ ସମ୍ପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଭିକ୍ଷା କରିଛନ୍ତି। ବୈଠକ ପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ତାଙ୍କ ଗସ୍ତ ସମ୍ପର୍କରେ କହିଛନ୍ତି। ଖାର୍ଗେଙ୍କ ସହ ଏଆଇସିସିର ପୂର୍ବତନ ମୁଖପାତ୍ର ଗୌରବ ବଲ୍ଲଭ ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଗୌରବ ସୂଚନା ଦେଇ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଖାର୍ଗେ କଂଗ୍ରେସରେ ସକ୍ରିୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି। ପ୍ରାୟ ୫୫ ବର୍ଷ ଧରି ସେ ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି। ସେ ପ୍ରଥମେ ବ୍ଲକ କଂଗ୍ରେସ ସଭାପତି, ଜିଲା କଂଗ୍ରେସ ଉପସଭାପତି ଓ ସଭାପତି, ପ୍ରଦେଶ କଂଗ୍ରେସ ଉପସଭାପତି ଓ ସଭାପତି, ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି। କର୍ନାଟକ ପ୍ରଦେଶରେ ବହୁବାର ମନ୍ତ୍ରୀ ଏବଂ ନିରବଚ୍ଛିନ୍ନ ୯ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଲୋକ ସଭାକୁ ୨ ଥର ଏବଂ ରାଜ୍ୟ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି। ସେ ଲୋକ ସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଭାବେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଛନ୍ତି। ଖାର୍ଗେ କହିଛନ୍ତି, ସଭାପତି ନିର୍ବାଚନ ଲାଗି ତାଙ୍କର କିଛି ନୂତନ ଇସ୍ତାହାର ନାହିଁ। ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟିର ଘୋଷଣା ହିଁ ତାଙ୍କ ଇସ୍ତାହାର। ସେହି ଘୋଷଣାନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କ ଅଧିକାର, ଅର୍ଥନୈତିକ ଏବଂ ବୈଦେଶିକ ନୀତି ସହ ବିଶେଷ କରି କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ଆମ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବାକୁ ହେବ। ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଈର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ଭାଜପା ଓ ଆର୍‌ଏସ୍‌ଏସ୍‌କୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭ୍ରାତୃଭାବ, ଶାନ୍ତି, ପ୍ରୀତି ଓ ମୈତ୍ରୀ ବଜାୟ ରଖିବା ହେଉଛି ଆମର କର୍ତ୍ତବ୍ୟ। ଗଣତନ୍ତ୍ର ଏବଂ ସମ୍ବିଧାନ ଏବେ ବିପଦଗ୍ରସ୍ତ। ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ। ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି। କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି। ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି। ସାରା ଦେଶରେ ଯେଉଁମାନେ ଅଣଭାଜପା ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତତ୍ରସ୍ତ କରାଉଛନ୍ତି। ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି। ଦେଶ ସ୍ବାଧୀନତା ପାଇଁ ଆର୍‌ଏସ୍‌ଏସ୍‌ ବା ଭାଜପାର କୌଣସି ଅବଦାନ ନାହିଁ। କଂଗ୍ରେସ ଦଳ ଦେଶକୁ ସ୍ବାଧୀନତା ଦେଇଛି। ଦେଶ ଗଠନ କରିଛି। ଆର୍‌ଏସ୍‌ଏସ୍‌ ବ୍ରିଟିଶର ବୋଲକରା ଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?