‘ଇମରଜେନ୍ସି’ର ପ୍ରଥମ ଲୁକ୍‌ ଜାରି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ୍‌ ଆଜି କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ଲୁକ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।
‘ଇମରଜେନ୍ସି’ର ପ୍ରଥମ ଲୁକ୍‌ରେ କଙ୍ଗନା ଇନ୍ଦିରାଙ୍କ ଭଳି ଛୋଟ ଛୋଟ କେଶ ରଖିଥିବା ଦେଖାଯାଇଛି। ଏହା ବ୍ୟତୀତ କଙ୍ଗନା ଅତ୍ୟନ୍ତ ଆତ୍ମବିଶ୍ୱାସୀ ଶୈଳୀରେ ଫିଲ୍ମରେ ନଜର ଆସିଛନ୍ତି। ଇନ୍ଦିରାଙ୍କୁ ତାଙ୍କ ଚରିତ୍ରରେ ସମ୍ପୂର୍ଣ୍ଣ ରୂପେ ଆଣିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଏହି ପୋଷ୍ଟର ସହିତ କଙ୍ଗନା କ୍ୟାପସନରେ ଲେଖିଛନ୍ତି, ଇମରଜେନ୍ସିର ପ୍ରଥମ ଲୁକ… ବିଶ୍ୱ ଇତିହାସରେ ସବୁଠାରୁ ଶକ୍ତିଶାଳୀ ଏବଂ ବିବାଦୀୟ ମହିଳାଙ୍କ ମଧ୍ୟରୁ ଜଣେ।
ପୋଷ୍ଟର ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଲିତାଙ୍କ ଜୀବନୀ ଉପରେ ଆଧାରିତ ଥଲାଇଭି ଫିଲ୍ମରେ ଅଭିନୟ କରିଛନ୍ତି। ଯଦିଓ ଏହି ଫିଲ୍ମଟି ବିଶେଷ ପ୍ରତିକ୍ରିୟା ପାଇ ନ ଥିଲା, କିନ୍ତୁ କଙ୍ଗନାଙ୍କ ଲୁକ ଏବଂ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା।
‘ଇମରଜେନ୍ସି’ ହେଉଛି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ। ଏହି ଫିଲ୍ମରେ ଅଭିନୟ କରିବା ସହିତ କଙ୍ଗନା ରାନାୱତ ମଧ୍ୟ ନିର୍ଦ୍ଦେଶନା ଏବଂ ପ୍ରଡକ୍ସନ ଦାୟିତ୍ୱ ତୁଲାଉଛନ୍ତି। ଏହି ଫିଲ୍ମଟି ୨୦୨୩, ଜୁନ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ତନୁ ପାତେଳୀ ଅଶୁଂଳାକୁ ଚିହ୍ନି ହେଉନି

ବମ୍ବେ: ବଦଳିଗଲେଣି ଅଭିନେତା ଅର୍ଜୁନ କପୁର ଏବଂ ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଶୁଂଳା କପୁର। ଯିଏ ତାଙ୍କ ଟ୍ରାନ୍ସଫର୍ମେଶନ ଦେଖୁଛି ଚକିତ ହେଉଛି। ଗତ...

ପିସିଙ୍କ ଝିଅ ମାଳତି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଝିଅର ନାମ ପିସି ଝିଅର ନାମ ରଖିଛନ୍ତି ମାଳତି ମାରୀ ଚୋପ୍ରା ଜୋନାସ। ଆମେରିକାର ଏଣ୍ଟରଟେନ ନ୍ୟୁଜ ଚ୍ୟାନେଲ ଟିଏମ୍ଜେଡ...

ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ

ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।...

ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ପାଇଁ ଟିକେଟ ପ୍ରି-ବୁକିଂ ମଧ୍ୟ...

ତୃତୀୟ ଥର ବିବାହ କରିବାକୁ ସଜ ହେଲେଣି ଆମିର ଖାନ୍‌ ! କିଛି ଏଭଳି ହେଉଛି ଚର୍ଚ୍ଚା..

ବମ୍ବେ: କିରଣଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଆମିର ଖାନ୍‌। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ ଗଳିକନ୍ଦିରେ...

ଶୋ’ ବନ୍ଦ କରିବାର କାରଣ କହିଲେ କମେଡି କିଙ୍ଗ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ଶୋ’ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ...

Advertisement
Archives

Model This Week