‘ଅରବପତି ପୁଅ ପାଇଁ ମୁଁ ଗର୍ବିତ ନୁହେଁ’

ନ୍ୟୁୟର୍କ,୨।୮: ଟେସଲା ମୁଖ୍ୟ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ଅରବପତି ପୁଅ ପାଇଁ ଗର୍ବିତ ନୁହଁନ୍ତି କାରଣ ସମଗ୍ର ମସ୍କ ପରିବାର ଅନେକ ଦିନ ଧରି ବହୁତ କିଛି ହାସଲ କରିଛି। ଅଷ୍ଟ୍ରେଲୀୟ ରେଡିଓ ଷ୍ଟେସନ କିସ୍‌ ଏଫ୍‌ଏମ୍‌ର ଏକ ଶୋ’ରେ ୭୬ ବର୍ଷୀୟ ଏରୋଲ ମସ୍କ ପରିବାର ବିଷୟରେ ଅନେକ କିଛି ଖୁଲାସା କରିଥିଲେ।
ଏରୋଲଙ୍କୁ ପଚରାଗଲା, ଆପଣଙ୍କ ପୁଅ ବହୁତ ଟଙ୍କା ରୋଜଗାର କରିଛନ୍ତି, ଆପଣ ତାଙ୍କ ପାଇଁ ଗର୍ବିତ କି? ଏହାର ଜବାବରେ ସେ କହିଥିଲେ, ନା। ଆପଣ ଜାଣନ୍ତି, ଆମର ଏମିତି ଏକ ପରିବାର, ଯାହାକି ଦୀର୍ଘ ଦିନ ହେବ ବହୁତ କିଛି ହାସଲ କରିଛି। ହଠାତ୍‌ ସବୁକିଛି ହୋଇଯାଇ ନାହିଁ। ମୋର ପ୍ରଥମ ସ୍ତ୍ରୀ ମେୟ ମସ୍କ ସହ ମୁଁ ଆମର ୩ ସନ୍ତାନ ଏଲନ, ଟୋସ୍କା ଏବଂ କିମ୍ବଲ ଛୋଟ ଥିବାବେଳେ ସାରା ବିଶ୍ୱ ଭ୍ରମଣ କରିଛୁ। ସେମାନେ ଅନେକ ଜିନିଷ ଦେଖିଛନ୍ତି ଏବଂ ଆମେ ଏକାଠି ଅନେକ କାର୍ଯ୍ୟ ମଧ୍ୟ କରିଛୁ, କିନ୍ତୁ ଏଲନ ବାସ୍ତବରେ ଅଧିକ ଆଗକୁ ଯାଇଛନ୍ତି। ଏଲନ ଅନୁଭବ କରୁଛନ୍ତି ଯେ,ସେ ନିଜ କ୍ୟାରିୟରରେ ନିର୍ଦ୍ଧାରିତ ପାଞ୍ଚ ବର୍ଷ ପଛରେ ଚାଲିଛନ୍ତି। ତାଙ୍କୁ ବର୍ତ୍ତମାନ ୫୦ ବର୍ଷ ହୋଇଛି। ମୁଁ ତଥାପି ତାଙ୍କୁ ଏକ ଛୋଟ ପିଲା ବୋଲି ଭାବୁଛି। ସେ ଆଗକୁ ଆହୁରି ଅନେକ କିଛି କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା ଏହି ଆପତ୍ତିଜନକ ଜିନିଷ

ବରଗଡ଼,୨୫ା୫(ପ୍ରେମାନନ୍ଦ କମାରୀ): ବରଗଡ଼ ଟାଉନ ଥାନା ପୋଲିସ ରବିବାର ଡାଙ୍ଗ ଛକ ନିକଟ ପିପିଲିପାଲି ଗ୍ରାମରେ ଏକ ସେକ୍ସ ରାକେଟ ଠାବ କରିଛି। ସେଠାରେ ଦେହ ବ୍ୟବସାୟ…

ଚର୍ଚ୍ଚାରେ ରାଜ୍ୟ ରାଜନୀତି: ବିଜେଡି ଛାଡ଼ିବା ପଛରେ ମୂଳ କାରଣ କହିଦେଲେ ଦେବାଶିଷ, ଶ୍ରୀମୟୀ ଦେଇଥିଲେ…

ଭୁବନେଶ୍ୱର,୨୫।୫:  ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ। ରାଜ୍ୟ ସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା…

ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ

କୋଲକାତା,୨୫ା୫: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ପୂର୍ବରୁ ପ୍ଲେଅଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri