ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ

ଓ୍ବାଶିଂଟନ୍‌,୨୮।୨: ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ, କିନ୍ତୁ ଚଳିତ ବର୍ଷ ସମ୍ପତ୍ତି ବୃଦ୍ଧି ହେତୁ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଟୁଇଟର୍‌ ଏବଂ ଟେସଲାର ମାଲିକ ମସ୍କ ଫ୍ରାନ୍ସର ବିଲିୟନେୟାର ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇଛନ୍ତି।
ଗତ ବର୍ଷ ଡିସେମ୍ବରରେ ବର୍ନାର୍ଡ ମସ୍କକୁ ଅତିକ୍ରମ କରିଥିଲେ। ବ୍ଲୁମବର୍ଗ ବିଲିୟନେୟାରଙ୍କ ରିପୋର୍ଟ ଅନୁଯାୟୀ, ଏଲୋନ ମସ୍କ ମାତ୍ର ୨ ମାସ ମଧ୍ୟରେ ଏକ ନମ୍ବର ମୁକୁଟ ଫେରି ପାଇଛନ୍ତି। କିନ୍ତୁ ସେ ତଥାପି ଫୋର୍ବସ ବିଲିୟନେୟାର ତାଲିକାରେ ଦୁଇ ନମ୍ବରରେ ଅଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୮୭ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ଦୁଇ ନମ୍ବରରେ ପହଞ୍ଚିଥିବା ବର୍ନାର୍ଡଙ୍କ ସମ୍ପତ୍ତି ୧୮୫ ବିଲିୟନ ଡଲାର ଅଛି। ଚଳିତ ବର୍ଷ ଏଲନ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଜାନୁଆରୀ ଠାରୁ, ମସ୍କ ତାଙ୍କ ସମ୍ପତ୍ତିରେ ୫୦.୧ ବିଲିୟନ ଡଲାର ବୃଦ୍ଧି କରିଛନ୍ତି। ସୋମବାର ମସ୍କଙ୍କ ସମ୍ପତ୍ତି ୬.୯୮ ବିଲିୟନ ଡଲାରରେ ବୃଦ୍ଧି ପାଇଛି।
୨୦୨୧ରେ ମସ୍କଙ୍କର ସମ୍ପତ୍ତି ୨୦୦ ବିଲିୟନ ଡଲାରରୁ ଅଧିକ ଥିଲା। ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ତାଙ୍କ ସମ୍ପତ୍ତି ୧୫୦କୁ ହ୍ରାସ ଘଟିଥିଲା। ମସ୍କଙ୍କ ସମ୍ପତ୍ତି ହ୍ରାସ ଟେସଲା ଶେୟାର ବିକ୍ରି ହେତୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିପ୍ରେସନ୍‌ ଦୂର କରିବା ପାଇଁ ଏମିତି କାମ କରନ୍ତି ଏଲନ ମସ୍କ

କାଲିଫର୍ନିଆ,୧୯।୩: ଅରବପତି ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ଡିପ୍ରେସନ ପାଇଁ ସେ କେଟାମାଇନ ଭଳି ଔଷଧ ବ୍ୟବହାର କରୁଥିବା ଖବର...

ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି।...

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ପାକିସ୍ତାନ

ଇସ୍‌ଲାମାବାଦ/କାବୁଲ,୧୮।୩: ପାକିସ୍ତାନ ସୋମବାର ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍‌ କରିବାରୁ ୩ ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ବିଭିନ୍ନ ସହରଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ...

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ...

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି...

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

ପାର୍ଟନରଙ୍କୁ ବାହାହେଲେ ବହିର୍ବ୍ୟାପାର ମନ୍ତ୍ରୀ

କାନ୍‌ବେରା,୧୮ା୩: ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନ୍ନି ଓ୍ବଙ୍ଗ୍‌ ନିଜ ଦୀର୍ଘଦିନର ମହିଳା ପାର୍ଟନର ସୋଫିଏ ଆଲ୍ଲୋଉଆଚେଙ୍କୁ ବିବାହ କରିଛନ୍ତି। ନିଜ ସମଲିଙ୍ଗୀ ବିବାହ ସମ୍ପର୍କରେ ଓ୍ବଙ୍ଗ୍‌...

ସାଧାରଣ ନିର୍ବାଚନ ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଉଠିଲା ଦାବି

ଲଣ୍ଡନ,୧୭।୩: ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri