ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ ପାଇଁ ୩ଟି ରଙ୍ଗର ବ୍ୟବହାର କରାଯିବ । କଲରକୁ ଭିନ୍ନ ଭିନ୍ନ କାଟାଗୋରୀରେ ବଣ୍ଟା ଯାଇଛି ।

ଟୁଇଟରର ନୂଆ ସିଇଓ ଏଲନ ମସ୍କ କମ୍ପାନୀର ଏହି ଫିଚରକୁ ଲଞ୍ଚ କରି କହିଛନ୍ତି ଏବେ ଭେରିଫାଏଡ ଆକାଉଣ୍ଟକୁ ୩ଟି କାଟାଗୋରୀରେ ବିଭକ୍ତ କରାଯାଇଛି । କଲର ଗୁଡିକ ବି ଏହି ହିସାବରେ ସ୍ଥିର କରାଯାଇଛି ଗୋଲ୍ଡ କଲର ଭେରିଫାଏଡ ଟିକ୍ କମ୍ପାନୀ ଗୁଡିକ ପାଇଁ ରହିବ । ସରକାରୀ ସଂସ୍ଥା ବା ସରକାରଙ୍କ ସହ ଜଡିତ ଆକାଉଣ୍ଟ ପାଇଁ ଗ୍ରେ କଲର ଟିକ ଉପଲବ୍ଧ ହେବ । ସେହିପରି ଇଣ୍ଡିଭିଜୁଆଲ ପାଇଁ ବ୍ଲୁ କଲର ଟିକ୍ ଉପଲବ୍ଧ ହେବ । ମସ୍କ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଭେରିଫାଏଡ ଆକାଉଣ୍ଟକୁ ମାନୁଆଲି ପ୍ରମାଣିତ କରାଯିବ, ଯଦି ଏହି ପ୍ରକ୍ରିୟାରେ କମ୍ ହେବ ତେବେ ଆକାଉଣ୍ଟ ଭେରିଫାଏ କରାଯିବ ନାହିଁ । କେବଳ ସେତିକି ନୁହେଁ ଉଲ୍ଲେଖନୀୟ ଓ ଅଫିସିୟାଲ ଭଳି ଭିନ୍ନ ଟ୍ୟାଗ ସୀମିତ ରହିଛି ଏହା ସମସ୍ତଙ୍କୁ ଦିଆଯିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ

କାବୁଲ,୨୮ ।୧୨: ଆଫଗାନିସ୍ତାନରେ ନିଜର ସ୍ଥିତି ଜାହିର କରିଥିବା ତାଲିବାନ ଆଫଗାନ ମହିଳାଙ୍କ ପାଇଁ ଆଉ ଏକ ନିୟମ ଆଣିଛି । ଏହା ପୂର୍ବରୁ ମହିଳାଙ୍କ...

‘ତୁମେ ଦେଖିବ ମୋ ବାପା ରାଜା ହେବେ’

ଲଣ୍ଡନ: ବ୍ରିଟେନ୍‌ ରାଜା ଚାର୍ଲସ୍‌ ତୃତୀୟଙ୍କ ନାତି ପ୍ରିନ୍ସ ଜର୍ଜ ସବୁବେଳେ ନିଜ ଅସ୍ବାଭାବିକ ବ୍ୟବହାର ଲାଗି ଚର୍ଚ୍ଚାରେ ରହିଆସନ୍ତି। ସ୍କୁଲ ଖେଳପଡ଼ିଆରେ କେତେଜଣ ସାଙ୍ଗଙ୍କ...

ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ

ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ...

ଭାରତର ଡିଜିଟାଲ ଭିତ୍ତିଭୂମିକୁ ପ୍ରଶଂସା କଲା ଆଇଏମଏଫ…

ଜେନେଭା,୬।୪ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ )ଭାରତର ଡିଜିଟାଲ ଅଭିଯାନକୁ ପ୍ରଶଂସା କରିଛି। ଆଇଏମଏଫ ଏକ ଓ୍ବାର୍କିଂ ପେପରରେ କହିଛି , ଏକ ବିଶ୍ୱସ୍ତରୀୟ...

ଇମ୍ରାନ୍‌ ସରକାର ଟଳମଳ

ଇସ୍‌ଲାମାବାଦ, ୧୭ା୩: ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ତାଙ୍କ ସମସ୍ୟା ବଢ଼ିଛି। ଶାସକ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌...

ଏସବୁ ସ୍ଥାନରେ ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ, ମାର୍ଗ ଦର୍ଶିକା ପାଳନ ନ କଲେ ୬୦ ହଜାର ଜରିମାନା…

ଆବୁଧାବି,୨୫।୯: ୟୁଏଇରେ ଲୋକେ ଆଇ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ୧୮ ମାସ ପରେ ଏବେ ଲୋକେ...

ପାକିସ୍ତାନରେ ପେଟ୍ରୋଲ ୨୭୨ ଟଙ୍କା

ଇସ୍‌ଲାମାବାଦ,୧୭।୨: ଋଣ ପାଇବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)କୁ ଖୁସି କରିବା ଲାଗି ପାକିସ୍ତାନ ସରକାର ବୁଧବାର ରାତିରେ ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି...

ଲିଂଗଲିଂଗ ଝଡ଼ର ପ୍ରଭାବରେ କୋରିଆରେ ବ୍ୟାପକ କ୍ଷତି

ସିଓଲ,୭।୯: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ ଡୋରିଅନ ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏବେ ଲିଙ୍ଗଲିଙ୍ଗ ଝଡ଼ର ପ୍ରଭାବରେ କୋରିଆ ଉପକୂଳରେ ବି ବ୍ୟାପକ...

Advertisement
Archives

Model This Week