୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର ଶିଭନ ଜିଲିସ। ବ୍ଲୁମବର୍ଗ ସାମ୍ବାଦିକମାନେ ଏହି ଖବରକୁ ପର୍ଦ୍ଦାଫାଶ କରିଛନ୍ତି।
ବ୍ଲୁମବର୍ଗ ଅନୁଯାୟୀ, ଏଲନ ମସ୍କ ଅତି କମରେ ୧୨ଟି ସନ୍ତାନର ପିତା। ଏହି ପିଲାମାନଙ୍କ ମଧ୍ୟରୁ ୬ ଜଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଛନ୍ତି – ତିନିଜଣ ଗାୟିକ ଗ୍ରାଇମ୍ସ ଏବଂ ତିନିଜଣ ଶିଭନ ଜିଲିସଙ୍କ ଠାରୁ ହୋଇଛି। ଏହାପରେ ଏପରି ଏକ ସନ୍ତାନ ମଧ୍ୟ ଅଛନ୍ତି ଯାହା ପୂର୍ବରୁ ଜଣା ନ ଥିଲା। ଏହି ଶିଶୁ ଚଳିତ ବର୍ଷ ଆରମ୍ଭରେ ଜନ୍ମ ହୋଇଥିଲେ । ଶିଭନ ଜିଲିସ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ଏବଂ ଏଲନ ମସ୍କ ମଧ୍ୟ ଚୁପ୍‌ ରହିଛନ୍ତି। ଶିଶୁର ନାମ ଏବଂ ଲିଙ୍ଗ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏଲନ ମସ୍କଙ୍କର ପୂର୍ବରୁ ଦୁଇଟି ଯାଆଁଳା ପୁଅ ଅଛନ୍ତି, ଯାହାଙ୍କ ମା’ ଶିଭନ ଜିଲିସ। ସେମାନଙ୍କର ନାମ ହେଉଛି ଅଜୁର ଏବଂ ଷ୍ଟ୍ରାଇଡର। ଏହି ଘଟଣା ପୁଣି ଥରେ ଏଲନ ମସ୍କଙ୍କ ବ୍ୟକ୍ତିଗତ ଜୀବନରେ ରହସ୍ୟ ଏବଂ ଆଲୋଚନାର ବିଷୟ ପାଲଟିଛି। ଏଲନ ମସ୍କର ଦ୍ୱାଦଶ ସନ୍ତାନ କିଏ ଏବଂ ତାଙ୍କ ନାମ କ’ଣ ଜାଣିବାକୁ ବିଶ୍ୱ ଚାହିଁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?