Posted inଫୁରସତ

ଏହି ଦେଶର ବରଙ୍କୁ ମିଳୁନାହାନ୍ତି କନ୍ୟା, କୁଆଁରୀ ଝିଅଙ୍କ ସମେତ ବୃଦ୍ଧାଙ୍କୁ କିଣି କରୁଛନ୍ତି ବଳାତ୍କାର, ଜାଣନ୍ତୁ ପୂରା ଘଟଣା…

ଦୀର୍ଘ ଦିନ ଧରି ଯୁବତୀଙ୍କ କାରବାର ସମସ୍ୟା ସହ ଚାଇନା ସଂଘର୍ଷ କରିଆସୁଛି। ଏହା ପଛରେ ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମ କାରଣ ହେଉଛି ଚାଇନାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ‘ଗୋଟିଏ ଶିଶୁ ନୀତି’ ଥିବାବେଳେ ଦ୍ୱିତୀୟ କାରଣ ହେଉଛି ଲୋକଙ୍କ ମଧ୍ୟରେ ପୁଅ ଜନ୍ମ ହେବାର ଇଚ୍ଛା। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଚାଇନାର ପୁରୁଷମାନଙ୍କୁ କନ୍ୟା ମିଳନାହିଁ। ଏହି କାରଣରୁ ପଡୋଶୀ ଦେଶରୁ ମହିଳା ଏବଂ ଯୁବକଙ୍କୁ କିଣିବାର ବ୍ୟବସାୟ ଆରମ୍ଭ ହୋଇଛି।

ଏହି ବ୍ୟବସାୟ ଅଧୀନରେ ଜଣେ କୁଆଁରୀ ଝିଅକୁ ୨୫ ହଜାର ଟଙ୍କା ଦେଇ କିଣାଯାଉଛି ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗାଁର ସମସ୍ତ ପୁରୁଷ ଯୁବତୀଙ୍କୁ ସେ ପର୍ଯ୍ୟନ୍ତ ବଳାତ୍କାର କରନ୍ତି , ଯେ ପର୍ଯ୍ୟନ୍ତ ସେ ମରିନାହାନ୍ତି। ଏହି ତିକ୍ତ ସତ୍ୟକୁ ଉତ୍ତର କୋରିଆର ୟୋନିମି ପାର୍କ ନାମକ ଜଣେ ମହିଳା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଭଲ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଖୋଜିବାକୁ ସେ ଉତ୍ତର କୋରିଆରୁ ଚାଇନାକୁ ଆସିଥିଲେ। କାରଣ ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଶାସନରେ ସେମାନେ ଅଶନିଶ୍ୱାସୀ ହୋଇଯାଇଥିଲେ।

ୟୋନିମି ଅନୁଭବ କଲେ ଯେ ଅନ୍ତତ ସେ ଚାଇନାରେ ତାଙ୍କ ଜୀବନ ଭଲରେ ରହିବେ। ହେଲେ ତାଙ୍କର ଚିନ୍ତାଧାରା ଭୁଲ ପ୍ରମାଣିତ ହେଲା। କାରଣ ଚାଇନାରେ ଉତ୍ତର କୋରିଆ ଅପେକ୍ଷା ସେମାନଙ୍କ ଅବସ୍ଥା ଖରାପ। ୟୋନିମି କହିଛନ୍ତ, ଚାଇନା ଆସିବା ପରେ ସେ ମାନବ ଚାଲାଣ ର଼୍ୟାକେଟର ଶିକାର ହୋଇଥିଲେ ଏବଂ କେବଳ ତାଙ୍କ ଜୀବନ ନୁହେଁ ବରଂ ତାଙ୍କ ମା’ଙ୍କ ଜୀବନ ମଧ୍ୟ ଏଠାରେ ଖରାପ ହୋଇଯାଇଥିଲା। ୟୋନିମି କହିଛନ୍ତି, ଦଲାଲମାନେ ତାଙ୍କ ମା’ଙ୍କୁ ୮୫୦୦ଟଙ୍କାରେ ବିକ୍ରି କରିଥିଲେ। କାରଣ ତାଙ୍କ ଉପରେ କୌଣସି ପୁରୁଷଙ୍କ ଏକାଅଧିକାର ନଥିଲା। ସେହିପରି ତାଙ୍କୁ ୨୫ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।

ଚାଇନାରେ ଓ୍ବାନ ଚାଇଲ୍ଡ ପଲିସି ଯୋଗୁ ପ୍ରାୟତଃ ୪ କୋଟି ପୁରୁଷଙ୍କୁ ବିବାହ ପାଇଁ ମହିଳା ମିଳୁନାହାନ୍ତି। ଯାହା ପାଇଁ ସେମାନେ ଏଭଳି କରୁଛନ୍ତି ବୋଲି ୟୋନିମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି...

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ଉଡିବ ହୋସ

ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ...

‘ଦେଶର ସୁରକ୍ଷାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଅବଦାନ ଅତୁଳନୀୟ’

ପ୍ରତିବର୍ଷ ଜାନୁଆରୀ ୧୯ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ପ୍ରତିଷ୍ଠା ଦିବସ ପାଳନ କରାଯାଏ। ୨୦୦୬ରେ ଏହି ବାହିନୀ ଗଠନ ହେବା ପରଠାରୁ କର୍ମଚାରୀମାନେ...

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri