Posted inଜାତୀୟ

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ବିଭିନ୍ନ ନୀତି ଓ ନିଷ୍ପତ୍ତି ବଳରେ ଭାରତର ସମ୍ବିଧାନକୁ ମଜଭୁତ କରିଛି। ଅନ୍ୟପକ୍ଷରେ କଂଗ୍ରେସ ‘ରକ୍ତ ପରୀକ୍ଷା’ କରି ବାରମ୍ବାର ସମ୍ବିଧାନକୁ କ୍ଷତାକ୍ତ କରିଆସିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି। ସେ ପୂର୍ବର କଂଗ୍ରେସ ସରକାରକୁ ଦୋଷାରୋପ କରିବା ସହ ସେମାନେ ଦେଶର ବିବିଧତାରେ ବିଷ ମଞ୍ଜି ବୁଣି ଏହାର ବିରୋଧାଭାସକୁ ବଢ଼ାଇବା ଏହାର ଏକତାକୁ ନଷ୍ଟ କରିଛନ୍ତି। ସେ କଂଗ୍ରେସର ନେହେରୁ-ଗାନ୍ଧୀ ପରିବାରକୁ ଆକ୍ଷେପ କରି କହିଛନ୍ତି, ସେମାନେ ସମ୍ବିଧାନକୁ ଆଘାତ ଦେବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ପ୍ରତି ସ୍ତରରେ ଏହି ପରିବାର ସମ୍ବିଧାନକୁ ଚ୍ୟାଲେଞ୍ଜ କରିଛି। ଦେଶକୁ ୫୫ ବର୍ଷ ଧରି ଶାସନ କରିଥିବା ଉକ୍ତ ପରିବାରକୁ ସେ ଏକଘରିଆ କରିଦେଇଥିବା ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ‘ଗରିବ ହଟାଓ’ ସ୍ଲୋଗାନ ଭାରତ ଇତିହାସରେ ସବୁଠୁ ବଡ଼ ଜୁମ୍‌ଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇନ୍ଦିରା ସୁପ୍ରମକୋର୍ଟଙ୍କ ରାୟର ଅବମାନନା କରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ସେ ନିଜ ଆସନ ବଞ୍ଚାଇବା ପାଇଁ ସମ୍ବିଧାନ ପ୍ରଣୟନର ୨୫ତମ ବର୍ଷରେ ଭାରତର ଗଣତନ୍ତ୍ରର ତଣ୍ଟି ଚିପିଦେଇଥିଲେ। ସମ୍ବିଧାନ ବଦଳାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ନିଜକୁ ଆଇନଗତ ଚ୍ୟାଲେଞ୍ଜରୁ ସୁରକ୍ଷା ଦେଇଥିଲେ। ଜରୁରୀ ପରିସ୍ଥିତି ବେଳେ ଦେଶ ଏକ ଜେଲରେ ପରିଣତ ହେବା ସହ ନ୍ୟାୟପାଳିକାର ଗଳା ଦବାଇ ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବିତର୍କରେ ଭାଗନେଇ ସମ୍ବିଧାନ ଏବଂ ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ରଚିତ ପୁସ୍ତକ ମନୁସ୍ମୃତି ମଧ୍ୟରେ ତୁଳନା କରିଥିଲେ। ଆଜି ମନୁସ୍ମୃତି ଆଇନରେ ପରିଣତ ହୋଇଛି। ଏଥିରେ ଆମ ସମ୍ବିଧାନ ବିଷୟରେ କିଛି ନାହିଁ। କଂଗ୍ରେସ ନେତାମାନେ ସମ୍ବିଧାନର ପ୍ରଶଂସା କଲେ ଏହା ସଭରକରଙ୍କ ସ୍ମୃତି ପ୍ରତି ଅପମାନ ବୋଲି ଭାଜପା ନେତା କହୁଛନ୍ତି। ସେମାନେ ସମ୍ବିଧାନଠାରୁ ମନୁସ୍ମୃତିକୁ ଉଚ୍ଚରେ ଦେଖାଉଛନ୍ତି ବୋଲି ରାହୁଲ କହିଥିଲେ। ଏଥିସହିତ ସେ ମହାଭାରତର ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟ ଉପାଖ୍ୟାନ ଅବତାରଣା କରି ଭାଜପା ସରକାର ଯୁବବର୍ଗଙ୍କ ଆଙ୍ଗୁଠି କାଟିଦେଇଥିବା କହିଥିଲେ। ଧରାବୀ ଏବଂ ଦେଶର ବିଭିନ୍ନ ବନ୍ଦରକୁ ଆଦାନୀଙ୍କୁ ଦେଇ ସରକାର ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କ ବୃଦ୍ଧାଙ୍ଗୁଳି କାଟିଦେଇଥିବା ରାହୁଲ କହିଥିଲେ।
ରାହୁଲଙ୍କୁ ଜବାବ ଦେବାକୁ ଯାଇ ଭାଜପା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୦ରେ ସଭରକରଙ୍କୁ ଲେଖିଥିବା ଏକ ପତ୍ର ଦେଖାଇଥିଲା। ଏହି ପତ୍ରରେ ଇନ୍ଦିରା ସଭରକରଙ୍କୁ ଭାରତର ଉଲ୍ଲେଖନୀୟ ପୁତ୍ର ବୋଲି ବର୍ଣ୍ଣନା କରିଥିଲେ। ସମ୍ବିଧାନର ପ୍ରଣେତା ବି.ଆର୍‌. ଆମ୍ବେଡ୍‌କରଙ୍କୁ କଂଗ୍ରେସ ଉପଯୁକ୍ତ ସମ୍ମାନ ଦେଇ ନ ଥିବା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?