ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୨ଟି ଗ୍ରାମସଭା ମଧ୍ୟରୁ ଶୁକ୍ରବାର ଏକାଦଶ ଗ୍ରାମସଭା ଚେମେଣା ପଞ୍ଚାୟତ ଚିଳିଦା ହାଟ ପଡିଆରେ ଅନୁଷ୍ଠିତ ହୋଇଛି। ସଭା ଆରମ୍ଭରେ ଗ୍ରାମବାସୀଙ୍କୁ ଖୁସି କରିବା ପାଇଁ ପ୍ରଶାସନ ତରଫରୁ ରଙ୍ଗାରଙ୍ଗ ଝୁମର ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।
ମୌଜା ର୧୯୫ ଏକର ଘରୋଇ ଜମି ଅଧିଗ୍ରହଣ ନେଇ ଗ୍ରାମସଭାରେ ଲୋକଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା । ଗ୍ରାମ ସଭାରେ ୨ଶହରୁ ଊଦ୍ଧର୍‌ବ ଲୋକ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାମର ମାତ୍ର ୨ଜଣ ବ୍ୟକ୍ତି ନିଜନିଜ ଦାବି ଉପସ୍ଥାପନ କରିଥିଲେ। ଲୋକମାନେ ପ୍ରଶାସନ ନିକଟରେ ଏକର ପିଛା ୩୦ କୋଟି ଟଙ୍କା କ୍ଷତିପୂରଣ ଦାବି ସହ, ଅନ୍ୟ ୫୦ଦଫା ଦାବି ଗ୍ରାମବାସୀ ଉପସ୍ଥାପନ କରିଥିଲେ । ୫୦ଦଫା ଦାବି ମଧ୍ୟମରେ ଗାଁର ରାସ୍ତାଘାଟ, ପାର୍କ, ଆଦର୍ଶ ପୁଷ୍କରିଣୀ,ପାନୀୟ ଜଳ, ଶିକ୍ଷା ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ , ଗମନାଗମନ,ବନିକରଣ,ପାରିପାର୍ଶ୍ୱିକ ବିକାଶ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ ଲୋକେ।
ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ତଥା ସତନ୍ତ୍ର ଭୂଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସମିତି ସଭ୍ୟ ମନୋଜ ମହାନ୍ତ,ୱାର୍ଡ଼ ସଦସ୍ୟା , ପାଟଣା ତହସିଲଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରସ୍ତାବିତ ମୋଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଚେମେଣା ପଞ୍ଚାୟତରେ ହେବାକୁ ଥିବା ଗ୍ରାମସଭା ମଧ୍ୟରୁ ଆଜି ଅନ୍ତିମ ଗ୍ରାମ ସଭା ସମ୍ପର୍ଣ୍ଣ ହୋଇଛି। କେବଳ ଯମୁନା ପଶି ପଂଚାୟତର ଯମୁନା ପଶି ଗ୍ରାମ ସଭା ବାକି ରହିଛି।
ସୂଚନାନୁସାରେ, ଜେଏସଡବ୍ଲୁ ଏବଂ ପୋସ୍କା କମ୍ପାନୀର ମିଳିତ ସହଯୋଗରେ ପାଟଣା ବ୍ଲକର ୧୨ଟି ମୌଜାରେ ୪୦ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଗ୍ରାମସଭା ଅନୁଷ୍ଠିତ ହେଉଛି । ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କେନ୍ଦୁଝର ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ପ୍ରଧାନ କହିଛନ୍ତି।
ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭାସ୍ଥଳର ବିଭିନ୍ନ ପ୍ରବେଶ ପଥରେ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନଶୃଙ୍ଖଳା ପାଇଁ ଅତିରିକ୍ତ ଏସପି ଜ୍ୟୋସ୍ନା ମୟୀ ପ୍ରଧାନ,ବିଜୟ ବିହାରୀ ଏସଡିପିଓ ଚମ୍ପୁ ର ରଶ୍ମି ରଞ୍ଜନ ସାହୁ, ସଦରର ସୁଦର୍ଶନ ଗଙ୍ଗୋଇ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

 

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?