ଚିକିତ୍ସା ଚିନ୍ତାରେ ୧୧ ପଞ୍ଚାୟତବାସୀ

ବଇଣ୍ଡା,୨ା୧୨(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ବଇଣ୍ଡା ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୧ଟି ପଞ୍ଚାୟତବାସୀ ଏହା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଡାକ୍ତରଖାନାରେ ଖାଲି ପଡ଼ିଥିବା ଏମ୍‌ବିବିଏସ୍‌ ଡାକ୍ତର ପଦବୀ ପୂରଣ କରିବାକୁ ସରକାର ଯେପରି ଭୁଲିଯାଇଛନ୍ତି। ଫଳରେ ଏଠାକୁ ଆସୁଥିବା ରୋଗୀ ଉତ୍ତମ ସ୍ବାସ୍ଥ୍ୟସେବା ତ ଦୂରର କଥା ଡାକ୍ତରଙ୍କୁ ନ ପାଇ ନିରାଶରେ ଫେରିଯିବାକୁ ବାଧ୍ୟ ହେଉଛନ୍ତି।
ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମ୍ବୁନାଳୀ, କଣ୍ଟେଇକୁଳିଆ, ଲୁହାମୁଣ୍ଡା ପଞ୍ଚାୟତର ୩୦ ହଜାର ଲୋକ ନିର୍ଭର କରନ୍ତି। ଏଠାରେ ଦୀର୍ଘବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡ଼ିଛି। ଜଣେ ମାତ୍ର ଆୟୁଷ ଡାକ୍ତର ଥିବାବେଳେ ଦୁର୍ଘଟଣାଗ୍ରସ୍ତ, ପ୍ରସୂତିମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟାହେଲେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଯାଉଛି। ସେହିପରି ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ଡାକ୍ତର ନ ଥିବା ଯୋଗୁ ହଣ୍ଡପା, ବିଲେଇନାଳୀ, କଟରଙ୍ଗା, ନାକିଚି, ଠେଲକନାଳୀ ଓ ଉରୁକୁଳା ପଞ୍ଚାୟତର ୩୫ ହଜାର ଲୋକ ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏଠାରେ ଜଣେ ମାତ୍ର ଫାର୍ମାସିଷ୍ଟ ଥିବାରୁ ସାମାନ୍ୟ ଥଣ୍ଡା, ଜ୍ୱର ଆଦି ପାଇଁ ରୋଗୀଙ୍କୁ ୩୦ କିଲୋମିଟର ଦୂର କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଛି। ଅନେକ ସମୟରେ ରୋଗୀମାନେ ୫୫ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ଆଣୁଛନ୍ତି। ଏପରି କି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିଲେ ବି ଡାକ୍ତର ନ ଥିବାରୁ ଘଣ୍ଟା ଘଣ୍ଟା ମୃତଦେହ ପଡ଼ିରହୁଛି। କିଶୋରନଗରରୁ ଡାକ୍ତର ଆସିବା ପରେ ବ୍ୟବଚ୍ଛେଦ କରାଯାଉଛି। ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଗତ ୩୦ ଅଗଷ୍ଟ ୨୦୧୯ ଓ ୧ ଫେବୃୟାରୀ ୨୦୨୦ରେ ଜିଲାପାଳ, ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ହଣ୍ଡପାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ମାର୍ଚ୍ଚ ୧୧, ୨୦୨୦ରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁନୀଲ ପଣ୍ଡା କହିଛନ୍ତି, ହଣ୍ଡପା ଓ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।

ସବୁକ୍ଷେତ୍ରରେ ଅବହେଳା
ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ବହୁ ପୁରାତନ ହୋଇଥିଲେ ମଧ୍ୟ ଏହାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ସ୍ଥାୟୀ ଡାକ୍ତର ନ ଥିବାରୁ ଏଠାକାର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳବାସୀ ସର୍ବଦା ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତାରେ ରହୁଛନ୍ତି। ତୁରନ୍ତ ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉ।
-ଗର୍କି ଦେଓ, ନାକିଚି
ଘରୋଇ କ୍ଲିନିକ୍‌ ଯାଉଛନ୍ତି ରୋଗୀ
ସାମାନ୍ୟ ଜ୍ୱର ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଏଠାକୁ ଅଣାଗଲେ ପ୍ରାଥମିକ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ଦୁର୍ଗମ ଅଞ୍ଚଳରୁ ଆସୁଥିବା ରୋଗୀ ଏଠାରେ ଚିକିତ୍ସା ନ ପାଇ ଘରୋଇ କ୍ଲିନିକ୍‌କୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।
-ସନାତନ ବେହେରା, ଗୁଣ୍ଡୁରିମୁଣ୍ଡା
ପ୍ରଶାସନର ଶୁଭଦୃଷ୍ଟି ପଡ଼ୁନି
ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବହୁବାର ପଞ୍ଚାୟତ ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ ଏଯାଏ ଶୁଭଦୃଷ୍ଟି ପଡ଼ିନାହିଁ। ସବୁକ୍ଷେତ୍ରରେ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରକୁ ଅବହେଳା କରାଯାଉଛି। ଏଥିପ୍ରତି ଯଥାଶୀଘ୍ର ସରକାର ଦୃଷ୍ଟି ଦେବା ଦରକାର।
-ଅମିୟ ପ୍ରଧାନ, ସରପଞ୍ଚ, ହଣ୍ଡପା
ଲୋକ ପ୍ରତିନିଧି ନଜର ଦେଉନାହାନ୍ତି
କିଶୋରନଗର ବ୍ଲକର ହଣ୍ଡପା ଓ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ଅଧିକ ରହିଛି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ଅଧିକାଂଶ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାରେ ଭର୍ତ୍ତି କରାଯାଇଥାଏ। ହେଲେ ଡାକ୍ତର ନ ଥିବା ସମସ୍ୟା ସୃଷ୍ଟି କରୁଛି। ଲୋକ ପ୍ରତିନିଧିମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା
ଡାକ୍ତର ନିଯୁକ୍ତି ତୁରନ୍ତ କରାଯାଉ
୧୧ଟି ପଞ୍ଚାୟତର ଲୋକେ ଏହି ଦୁଇ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ପ୍ରଶାସନ କିପରି ଡାକ୍ତର ନିଯୁକ୍ତି ସମ୍ପର୍କରେ ଚିନ୍ତା କରୁନାହିଁ, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଦୈନିକ ଏଠାରୁ ଶତାଧିକ ରୋଗୀ ନିରାଶ ହୋଇ ଫେରୁଥିବା ଦେଖାଯାଉଛି।
-ମନୋରଞ୍ଜନ ପ୍ରଧାନ, ଶରଧାମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri