ଚିକିତ୍ସା ଚିନ୍ତାରେ ୧୧ ପଞ୍ଚାୟତବାସୀ

ବଇଣ୍ଡା,୨ା୧୨(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ବଇଣ୍ଡା ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୧ଟି ପଞ୍ଚାୟତବାସୀ ଏହା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଡାକ୍ତରଖାନାରେ ଖାଲି ପଡ଼ିଥିବା ଏମ୍‌ବିବିଏସ୍‌ ଡାକ୍ତର ପଦବୀ ପୂରଣ କରିବାକୁ ସରକାର ଯେପରି ଭୁଲିଯାଇଛନ୍ତି। ଫଳରେ ଏଠାକୁ ଆସୁଥିବା ରୋଗୀ ଉତ୍ତମ ସ୍ବାସ୍ଥ୍ୟସେବା ତ ଦୂରର କଥା ଡାକ୍ତରଙ୍କୁ ନ ପାଇ ନିରାଶରେ ଫେରିଯିବାକୁ ବାଧ୍ୟ ହେଉଛନ୍ତି।
ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମ୍ବୁନାଳୀ, କଣ୍ଟେଇକୁଳିଆ, ଲୁହାମୁଣ୍ଡା ପଞ୍ଚାୟତର ୩୦ ହଜାର ଲୋକ ନିର୍ଭର କରନ୍ତି। ଏଠାରେ ଦୀର୍ଘବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡ଼ିଛି। ଜଣେ ମାତ୍ର ଆୟୁଷ ଡାକ୍ତର ଥିବାବେଳେ ଦୁର୍ଘଟଣାଗ୍ରସ୍ତ, ପ୍ରସୂତିମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟାହେଲେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଯାଉଛି। ସେହିପରି ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ଡାକ୍ତର ନ ଥିବା ଯୋଗୁ ହଣ୍ଡପା, ବିଲେଇନାଳୀ, କଟରଙ୍ଗା, ନାକିଚି, ଠେଲକନାଳୀ ଓ ଉରୁକୁଳା ପଞ୍ଚାୟତର ୩୫ ହଜାର ଲୋକ ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏଠାରେ ଜଣେ ମାତ୍ର ଫାର୍ମାସିଷ୍ଟ ଥିବାରୁ ସାମାନ୍ୟ ଥଣ୍ଡା, ଜ୍ୱର ଆଦି ପାଇଁ ରୋଗୀଙ୍କୁ ୩୦ କିଲୋମିଟର ଦୂର କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଛି। ଅନେକ ସମୟରେ ରୋଗୀମାନେ ୫୫ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ଆଣୁଛନ୍ତି। ଏପରି କି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିଲେ ବି ଡାକ୍ତର ନ ଥିବାରୁ ଘଣ୍ଟା ଘଣ୍ଟା ମୃତଦେହ ପଡ଼ିରହୁଛି। କିଶୋରନଗରରୁ ଡାକ୍ତର ଆସିବା ପରେ ବ୍ୟବଚ୍ଛେଦ କରାଯାଉଛି। ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଗତ ୩୦ ଅଗଷ୍ଟ ୨୦୧୯ ଓ ୧ ଫେବୃୟାରୀ ୨୦୨୦ରେ ଜିଲାପାଳ, ବିଧାୟକ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ହଣ୍ଡପାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ମାର୍ଚ୍ଚ ୧୧, ୨୦୨୦ରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁନୀଲ ପଣ୍ଡା କହିଛନ୍ତି, ହଣ୍ଡପା ଓ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ।

ସବୁକ୍ଷେତ୍ରରେ ଅବହେଳା
ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ବହୁ ପୁରାତନ ହୋଇଥିଲେ ମଧ୍ୟ ଏହାକୁ ସବୁକ୍ଷେତ୍ରରେ ଅବହେଳା କରାଯାଉଛି। ସ୍ଥାୟୀ ଡାକ୍ତର ନ ଥିବାରୁ ଏଠାକାର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳବାସୀ ସର୍ବଦା ସ୍ବାସ୍ଥ୍ୟସେବାକୁ ନେଇ ଚିନ୍ତାରେ ରହୁଛନ୍ତି। ତୁରନ୍ତ ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉ।
-ଗର୍କି ଦେଓ, ନାକିଚି
ଘରୋଇ କ୍ଲିନିକ୍‌ ଯାଉଛନ୍ତି ରୋଗୀ
ସାମାନ୍ୟ ଜ୍ୱର ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଏଠାକୁ ଅଣାଗଲେ ପ୍ରାଥମିକ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ଦୁର୍ଗମ ଅଞ୍ଚଳରୁ ଆସୁଥିବା ରୋଗୀ ଏଠାରେ ଚିକିତ୍ସା ନ ପାଇ ଘରୋଇ କ୍ଲିନିକ୍‌କୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।
-ସନାତନ ବେହେରା, ଗୁଣ୍ଡୁରିମୁଣ୍ଡା
ପ୍ରଶାସନର ଶୁଭଦୃଷ୍ଟି ପଡ଼ୁନି
ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବହୁବାର ପଞ୍ଚାୟତ ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ ଏଯାଏ ଶୁଭଦୃଷ୍ଟି ପଡ଼ିନାହିଁ। ସବୁକ୍ଷେତ୍ରରେ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରକୁ ଅବହେଳା କରାଯାଉଛି। ଏଥିପ୍ରତି ଯଥାଶୀଘ୍ର ସରକାର ଦୃଷ୍ଟି ଦେବା ଦରକାର।
-ଅମିୟ ପ୍ରଧାନ, ସରପଞ୍ଚ, ହଣ୍ଡପା
ଲୋକ ପ୍ରତିନିଧି ନଜର ଦେଉନାହାନ୍ତି
କିଶୋରନଗର ବ୍ଲକର ହଣ୍ଡପା ଓ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ଅଧିକ ରହିଛି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ଅଧିକାଂଶ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାରେ ଭର୍ତ୍ତି କରାଯାଇଥାଏ। ହେଲେ ଡାକ୍ତର ନ ଥିବା ସମସ୍ୟା ସୃଷ୍ଟି କରୁଛି। ଲୋକ ପ୍ରତିନିଧିମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା
ଡାକ୍ତର ନିଯୁକ୍ତି ତୁରନ୍ତ କରାଯାଉ
୧୧ଟି ପଞ୍ଚାୟତର ଲୋକେ ଏହି ଦୁଇ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ପ୍ରଶାସନ କିପରି ଡାକ୍ତର ନିଯୁକ୍ତି ସମ୍ପର୍କରେ ଚିନ୍ତା କରୁନାହିଁ, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଦୈନିକ ଏଠାରୁ ଶତାଧିକ ରୋଗୀ ନିରାଶ ହୋଇ ଫେରୁଥିବା ଦେଖାଯାଉଛି।
-ମନୋରଞ୍ଜନ ପ୍ରଧାନ, ଶରଧାମୁଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri