ଗାଡ଼ି ବିକ୍ରିରେ ଆସିଲା ଉନ୍ନତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଅକ୍ଟୋବରଠାରୁ ପୁଣି ଥରେ ସ୍ଥିତିରେ ସୁଧାର ଆସୁଥିବା ନଜରକୁ ଆସିଛି। ଦେଶର ଅଟୋମୋବାଇଲ କ୍ଷେତ୍ରର ବିକ୍ରି ଟ୍ରାକକୁ ଫେରୁଥିବା ନଜରକୁ ଆସିଛି। ଏମଜି ମୋଟର୍ସ ଇଣ୍ଡିଆ ଯାନର ଖୁଚୁରା ବିକ୍ରି କ୍ଷେତ୍ରରେ ଭଲ ରେକର୍ଡ ହାସଲ କରିଛି। ଚାଇନାର ଏସ୍‌ଏଆଇସି ମୋଟର୍ସ କର୍ପର ସମ୍ପୂର୍ଣ୍ଣ ସହଯୋଗୀ ଏହି କମ୍ପାନୀର ବିକ୍ରି ୨୮.୫% ବଢିଛି। ସେହିଭଳି ଅଶୋକ ଲେଲାଣ୍ଡର ବିକ୍ରି ନଭେମ୍ବରରେ ୫% ବଢିଥିବା ସୂଚନା ମିଳିଛି। ଟୟୋଟା ମୋଟର୍ସ ୨.୪% ଅଧିକ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ସେହିଭଳି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ବିକ୍ରି ୧.୭% ବଢିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ବଜାଜ ଅଟୋର ବିକ୍ରି ନଭେମ୍ବରରେ ୫% ଉର୍ଦ୍ଧ୍ୱରେ ରହିଛି। ଏସ୍କଟର୍ସ ଟ୍ରାକ୍ଟରର ବିକ୍ରିରେ ୩୩% ବୃଦ୍ଧି ଘଟିଥିବା ନଜରକୁ ଆସିଛି। ସୂଚନା ଯୋଗ୍ୟ, କରୋନା ଯୋଗୁ ବଜାର ପ୍ରଭାବିତ ରହିବା କାରଣରୁ ଗାଡି ବିକ୍ରି ପ୍ରଭାବିତ ସ୍ଥିତିରେ ରହିଥିଲା। ବିଭିନ୍ନ ବର୍ଗର ବିକ୍ରି ପ୍ରଭାବିତ ରହିଥିଲା। ହେଲେ ଏଥିରେ ବର୍ତ୍ତମାନ ପରିବର୍ତ୍ତନ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri