ମୋରଡ଼ା ଅଞ୍ଚଳରେ ବଢ଼ି ଚାଲିଛି ହାତୀ ଉପଦ୍ରବ: ଶୋଇଥିବାବେଳେ ଜଣଙ୍କୁ ଘରୁ ଘୋଷାଡ଼ି ଆଣି ଦଳି ଦେଲେ

ମୋରଡ଼ା,୧୮ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଜନ ଅସନ୍ତୋଷ ବଢ଼ି ଚାଲିଛି।

ସୂଚନାନୁଯାୟୀ, ଉକ୍ତ ନିର୍ବାଚନମଣ୍ଡଳୀର ରାସଗୋବିନ୍ଦପୁର ରେଞ୍ଜ ଅଧୀନ ନଳଗଜା ପଞ୍ଚାୟତର ଗତକାଲି ୨୫ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ଏଥିରୁ ଦୁଇଟି ହାତୀ ଉକ୍ତ ପଞ୍ଚାୟତର ଶୁଖିଲାଖାଳି ଗ୍ରାମର ବଡ଼ା ମୁର୍ମୁଙ୍କ ଘରେ ଆକ୍ରମଣ କରିଥିଲେ। ବଡ଼ା ନିଜ ଘର ବାରଣ୍ଡାରେ ବୁଧବାର ଭୋର ସମୟରେ ଶୋଇଥିବା ସମୟରେ ଉକ୍ତ ହାତୀ ଦୁଇଟି ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବଡ଼ାଙ୍କୁ ସ୍ଥାନୀୟ ଲୋକେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି। ଏହାପରେ ଉକ୍ତ ପଞ୍ଚାୟତ ଅଧୀନ ଡକାଶୋଳ ଗ୍ରାମର ନାଗି ହାଁସଦାଙ୍କ ଘର ଭାଙ୍ଗି ହାତୀ ପ୍ରବେଶ କରି ନାଗିଙ୍କୁ ଆକ୍ରମଣ କରି ଘରୁ ଘୋଷାଡ଼ି ଆଣି ଦଳି ଦେଇଥିଲେ। ନାଗିଙ୍କ ଶରୀରରୁ ଗୋଡ଼ ଅଲଗା କରିଥିଲେ। ଖବର ପାଇ ବନବିଭାଗ ପହଞ୍ଚି ନାଗିଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ମୃତ

ଭୁବନେଶ୍ୱର,୧୩ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲାରେ ଏକ ଏକ...

ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…

ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର...

ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିର କପିରାଇଟ୍ କରିବେ ଓଡ଼ିଶା ସରକାର: ଗଜପତି ମହାରାଜ

ପୁରୀ,୧୩।୭: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ସରକାର ଏହାର କପିରାଇଟ୍ ପାଇଁ ପଦକ୍ଷେପ...

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର...

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ ‘ପାପ ଶୁଦ୍ଧି’...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri