ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ପାଟଣା,୨୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଦିନବେଳେ ଜଙ୍ଗଲ ଭିତରେ ରହୁଥିବାବେଳେ ସାହେଲେ ଗାଁଭିତରକୁ ପଶି ଆଶି ଆତଙ୍କ ଖେଳାଉଛନ୍ତି। ଏହି ହାତୀପଲ ରବିବାର ପୁଣି କରଞ୍ଜିଆ ରେଞ୍ଜରୁ ଆସି ପାଟଣା ରେଞ୍ଜ ର ଗୋରାଣ୍ଡି ଯୋଡି ଓ ଉଦୟପୁର ବିଟ ଅନ୍ତର୍ଗତ ଚାତର ପାଣି, ଗୋଜିଟାଙ୍ଗିରି, ବାଲିତୋଟା, ବରବେଡା, ଲକ୍ଷ୍ମୀପଶୀ, ଜଗନ୍ନଥପୁର ଓ ଖୁଣ୍ଟାପଡା ଗ୍ରାମରେ ପଶି ଉପଦ୍ରବ କରିଛନ୍ତି। ଏହି ହାତୀପଲ ଖୁଣ୍ଟା ପଡା ଗ୍ରାମର ବନ ମାଳି ମୁଣ୍ଡାଙ୍କ ଆଜବେଷ୍ଟସ ଘର, ବରବେଡା ଗ୍ରାମର ପ୍ରଭାକର ମହନ୍ତଙ୍କ ପକ୍କା ଘର ଓ ଗୋଜିଟାଙ୍ଗିରି ଗ୍ରାମର ବୁଧୁ ମୁଣ୍ଡାଙ୍କ ଚାଳ ଘର କାନ୍ଥ ଓ ଆଜବେଷ୍ଟଷ୍ଟେସ କଣା କରିପକାଇବା ସହ ଭାଙ୍ଗି ଦେଇଛନ୍ତି। ହାତୀ ପଲଙ୍କ ଭୟଙ୍କର ଗର୍ଜନରେ ରାତିରେ ଲୋକେ ଭୟରେ ଉଜାଗର ହୋଇ ରହୁଛନ୍ତି। ଏଣେ ବନ ବିଭାଗର ଶତ ଚେଷ୍ଟା ପରେ ବି ପାଟଣା ଓ କରଞ୍ଜିଆ ରେଞ୍ଜରୁ ହାତୀପଲ ହଟୁ ନାହାନ୍ତି। ଏହି ହାତୀ ପଲ ଲୋକଙ୍କ ନିଦ ହଜାଇଦେବା ସହ ବନ ବିଭାଗକୁ ମଧ୍ୟ ୩ ଦିନ ହେବ ନାକେଦମ କରିସାରିଲେଣି। ଘଟଣା ସ୍ଥଳରେ ହାତୀ ଘଉଡାଇବା ଓ ତାଙ୍କ ଗତିବିଧିଉପରେ ନଜର ରଖିବାକୁ ସାହରାପଡା ଫରେଷ୍ଟର ସୁନିତା ବୋଘେଲଙ୍କ ସହ ରାଇଡିହା, ମାଛଗଡ଼, ଉଦୟପୁର ଫରେଷ୍ଟ ଗାର୍ଡ ଓ ପାରା ଷ୍ଟାଫ ଜଗି ରହି କାମ କରୁଥିବା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ରବିବାର ୨୩ ଟିକିଆ ହାତୀପଲ ପାଟଣା ରେଞ୍ଜରେ ଉପଦ୍ରବ କରିବା ପରେ ୧୫ଟି ହାତୀ ସୋମବାର ସକାଳୁ ଦେଓ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ବେଳେ ୮ ହାତୀ ଉଦୟପୁର ବିଟ ଲକ୍ଷ୍ମୀପଶି ଖେସେରା ଜଙ୍ଗଲ ଓ ଜଗନ୍ନଥ ପୁର ଅଞ୍ଚଳରେ ସୋମବାର ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri