ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଉତ୍ସବ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପାଟିଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ବାର୍ତ୍ତା ପ୍ରଦାନ କରିଥିବାବେଳେ କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ ଔପଚାରିକ ଭାବେ ରିବନ କାଟି ଦାରିଙ୍ଗବାଡି ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ, କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି, ଏସ୍‌ପି ବିନୀତ ଅଗ୍ରୱାଲ, ବାଲିଗୁଡା ଉପଜିଲାପାଳ ଶୁଭଙ୍କର ମହାପାତ୍ର, ବାଲିଗୁଡି ଡିଏଫ୍‌ଓ ବିଶ୍ବନାଥନ ନୀଲନଭର ପ୍ରମୁଖ ଉପସ୍ଥିତ ଥିଲେ। ଏହା ଫେବୃୟାରୀ ଶେଷରେ ଉଦ୍‌ଯାପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri