ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ ଦର୍ଶାଇ ଯାତାୟାତ କରୁଥିବା ଲୋକ ଓ ଚାଳକଙ୍କୁ ସତର୍କ କରାଯାଉଛି। ଏଭଳି ସୂଚନା ଫଳକ ଏନ୍‌ଏଚ୍‌ ୪୯ର ବେଲଦା ଘାଟି ନିକଟରେ ଲାଗିଛି। ତେବେ ଏହି ଘାଟି ରାସ୍ତାରେ ହାତୀ ପଲ ଏପାଖରୁ ସେପାଖ ନିୟମିତ ଯାତାୟାତ କରନ୍ତି। ତେବେ ଏନ୍‌ଏଚ୍‌ ପ୍ରଶସ୍ତିିକରଣ ଫଳରେ ଏବଂ ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ କରୁଥିବାରୁ ହାତୀମାନେ ରାସ୍ତା ପାର ହେବା ବେଳେ ବିଚଳିତ ହୋଇ ଗାଁଗଣ୍ଡାରେ ପ୍ରବେଶ କରି ଉପଦ୍ରବ କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ଏକ ଅଣ୍ଡରପାସ ନିର୍ମାଣ କରାଯାଇଥିଲେ ହେଁ ଚଲାପଥଠାରୁ ଦୂରରେ ନିର୍ମାଣ କରାଯାଇଥିବା ଏବଂ ସେଠାକୁ ଯିବା ପାଇଁ ପାହାଡ଼ ରାସ୍ତା ଥିବାରୁ ଅନେକ ସମୟରେ ହାତୀମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଉକ୍ତ ସ୍ଥାନରେ ଯାତାୟାତ କରୁଥିବା ଲାଇନ ଟ୍ରକ୍‌, ଟ୍ରେଲର ଆଦିଙ୍କ ପାର୍କିଂ ପାଇଁ ହାଇଓ୍ବେ ନିର୍ମାଣ କରାଯାଇଥିବାରୁ ରାସ୍ତା ଅଧିକ ପ୍ରଶସ୍ତ ହୋଇଥିବାରୁ ହାତୀମାନେ ରାସ୍ତା ଅତିକ୍ରମ କରିପାରୁ ନାହାନ୍ତି। ଏହାବ୍ୟତୀତ ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ଉଜ୍ଜ୍ୱଳ ଆଲୋକ ଲଗାଯାଇଥିବାରୁ ହାତୀମାନେ ରାତିରେ ପଥଭ୍ରଷ୍ଟ ହୋଇପଡୁଛନ୍ତି। ଏଣୁ ରାସ୍ତା ନିର୍ମାଣ ସମୟରେ ଏସବୁ ଦିଗକୁ ଦୃଷ୍ଟି ଦିଆଯିବା ଜରୁରୀ ଥିଲା। ଯାହାଫଳରେ ହାତୀମାନେ ଅନ୍ଧାର ରାତିରେ ସୁରକ୍ଷିତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ କରିପାରିଥାନ୍ତେ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି ା
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଦେଇ ଜଙ୍ଗଲ ଓ ପାହାଡ଼ ଅଞ୍ଚଳ ମଧ୍ୟରେ ବ୍ୟସ୍ତବହୁଳ ଦୁଇଟି ଜାତୀୟ ରାଜପଥ ଯାଇଛି। ରାସ୍ତା ପ୍ରଶସ୍ତିକରଣ ଯୋଗୁ ହାତୀ ଚଲାପଥ ସବୁ ନଷ୍ଟ ହୋଇଯାଇଛି ା ଫଳରେ ହାତୀମାନେ ପଥଭ୍ରଷ୍ଟ ହୋଇ ଏଣେ ତେଣେ ଯାତାୟାତ କରି ଉପଦ୍ରବ କରୁଛନ୍ତି ା ଉପଯୁକ୍ତ ପରାମର୍ଶ ନ ନେଇ ଏଭଳି ରାସ୍ତା ନିର୍ମାଣ ଓ ଅଣ୍ଡରପାସ ନିର୍ମାଣ ହୋଇଥିବାରୁ ହାତୀମାନଙ୍କ ପାଇଁ ସମସ୍ୟା ବଢୁଛି ବୋଲି ପରିବେଶବିତମାନେ ମତବ୍ୟକ୍ତ କରୁଛନ୍ତି। ବନ ବିଭାଗ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ଲିଖିତ ସୂଚନା ଫଳକ ମାରି ଦାୟିତ୍ୱ ଶେଷ କରୁଥିବା ବେଳେ ଏନେଇ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?