୫ ଘଣ୍ଟା ଅବରୋଧ କଲେ ଦୁଇ ବ୍ଲକ ବାସିନ୍ଦା

ଜଳେଶ୍ୱର, ୨୪।୫ (ଡି.ଏନ.ଏ.) ଦୀର୍ଘବର୍ଷ ଧରି ଜଳେଶ୍ୱର ଓ ବାଲିଆପାଳ ବ୍ଳକର ଜୀବନରେଖା ଭାବେ ପରିଚିତ କପାସିଆ ରାସ୍ତା ଦୁରବସ୍ଥା ବଦଳୁ ନ ଥିବାରୁ ୨ବ୍ଲକର ବହୁ ପଞ୍ଚାୟତବାସୀ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ୨ ଦିନ ମଧ୍ୟରେ କାମ ଆରମ୍ଭ ହେବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ା
ଥାନା ଅଞ୍ଚଳରୁ ଜଳେଶ୍ୱର ଥାନାକୁ ଯାତାୟାତ ଲାଗି ତିଆରି ହୋଇଥିଲା କପାସିଆ ରାସ୍ତା ା ଝାଡପିମ୍ପଳ ଅଞ୍ଚଳରେ ବ୍ୟାପକ କପାଚାଷ ହେଉଥିବାରୁ ଏହାର ରପ୍ତାନୀ ଲାଗି ଏହି ରାସ୍ତା ବ୍ୟବହାର ହେଉଥିବାରୁ ଏହାର ନାମ କପାସିଆ ବାଣିଜି୍ୟକ ରାସ୍ତା ରଖାଯାଇଥିଲା। ଏହି ରାସ୍ତା ଦୁର୍ଗମ ଥିବାରୁ ୨୦୧୪ରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର ଜେନା ଓ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଚେଷ୍ଟାରେ ମୋଟ ୧୫ କି.ମି. ରାସ୍ତାରୁ ପ୍ରଥମ ପର୍ଯ୍ୟାୟରେ ୫ କି.ମି. ରାସ୍ତା ଲାଗି ୫କୋଟି ବ୍ୟୟବରାଦ ହୋଇଥିଲା ା ସେହିପରି ୨୦୧୮ରେ ଅନ୍ୟ ୫ କି.ମି. ଲାଗି ୬.୫ କୋଟି ଟଙ୍କା ବ୍ୟୟ ହୋଇ ରାସ୍ତା ନିର୍ମାଣ ଶେଷ ହୋଇଛି ା ଅନ୍ୟ ୫ କି.ମି ରାସ୍ତା ଦୀର୍ଘବର୍ଷ ଧରି ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ପଦକ୍ଷେପ ନିଆଯାଉନାହିଁ। ୩ବର୍ଷ ପୂର୍ବେ ରାସ୍ତାକୁ ଠିକା ନେଇଥିବା ଠିକାଦାରଙ୍କ ମୃତ୍ୟୁ ହେବା ପରେ ସେହିପରି ପଡିରହିଛି। ଜଳେଶ୍ୱରର ବର୍ତ୍ତନା, ଖୁଲୁଡା, ପଶ୍ଚିମବାର୍ଡ, ଦେବକୁମାର, ବାଇଗଣବାଡିଆ, ଝାଡପିମ୍ପଳ ଓ ବାଲିଆପାଳର ୮ଟି ପଞ୍ଚାୟତର ଲୋକେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି ା ଡଗରା ବେଳାଭୂମିଠାରୁ ପୂର୍ବ ଓ ପଶ୍ଚିମ ମେଦିନୀପୁର ଯିବା ଲାଗି ଏହି ରାସ୍ତା ବ୍ୟବହାର ହୋଇଥାଏ ା ବାଲିଆପାଳ ଓ ସିଂଲା ଅଞ୍ଚଳରୁ ଜଳେଶ୍ୱର ଷ୍ଟେଶନକୁ ଯିବା ଲାଗି ଏହା ଏକମାତ୍ର ରାସ୍ତା ା ଏହି ରାସ୍ତାରେ ପ୍ରତ୍ୟହ ହଜାର ହଜାର ଦୁଇଚକିଆ ଓ ୪ଚକିଆ ଯାନ ଯିବା ଆସିବା କରିଥାଏ ା ପୂର୍ବ ସୂଚନା ଅନୁଯାୟୀ ସୋମବାର ସକାଳେ ଉତ୍ସବ ଚରଣ ଗାଜିଆଣି ଚଣ୍ଡି ଉଚ୍ଚ ମାଧ୍ୟମିକ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ପୂର୍ବତନ ସରପଞ୍ଚ ପଦ୍ମଲୋଚନ ବେହେରା, ପଞ୍ଚାୟତ ସମିତି ସଦସ୍ୟ ତ୍ରିଲୋଚନା ଦାସ, ବିନୋଦ ମାରାଣ୍ଡି, ସରପଞ୍ଚ ଶମ୍ଭୁନାଥ ଜେନା, ରାଧାରମଣ ଦାସ, ସୁଧୀର କୁମାର ସାମଲ, ଅଞ୍ଜନ କୁମାର ପ୍ରମାଣିକ, ବାଙ୍ଗରା ମାରାଣ୍ଡି, ଭବାନୀ ଶଙ୍କର ଜେନା, ଭୂପତି ମିର୍ଦ୍ଧା, ସମିତି ସଦସ୍ୟ ହରିଶଚନ୍ଦ୍ର ମହାଳିକ, ହେମନ୍ତ ଗିରି, ରାଜୀବଲୋଚନ ପରିଡା ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା ା ପୂର୍ତ୍ତ ବିଭାଗର ସ୍ଥାନୀୟ ଅଧିକାରୀ ନିହାର ରଞ୍ଜନ ବେହେରା ପହଞ୍ଚି ୨ଦିନ ମଧ୍ୟରେ ୯କୋଟି ୮୭ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତ ଦେଇଥିଲେ ା ୪କି.ମି. ୭୦୦ମିଟର ରାସ୍ତା ନବୀକରଣ ଓ ମରାମତି ହେବା ସହିତ ୪ଶହ ମିଟର ଜଳ ନିଷ୍କାସନ ରାସ୍ତା ନିର୍ମାଣ ହେବ ବୋଲି ବେହେରା ସୂଚନା ଦେବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri