୫ ଘଣ୍ଟା ଅବରୋଧ କଲେ ଦୁଇ ବ୍ଲକ ବାସିନ୍ଦା

ଜଳେଶ୍ୱର, ୨୪।୫ (ଡି.ଏନ.ଏ.) ଦୀର୍ଘବର୍ଷ ଧରି ଜଳେଶ୍ୱର ଓ ବାଲିଆପାଳ ବ୍ଳକର ଜୀବନରେଖା ଭାବେ ପରିଚିତ କପାସିଆ ରାସ୍ତା ଦୁରବସ୍ଥା ବଦଳୁ ନ ଥିବାରୁ ୨ବ୍ଲକର ବହୁ ପଞ୍ଚାୟତବାସୀ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ୨ ଦିନ ମଧ୍ୟରେ କାମ ଆରମ୍ଭ ହେବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ା
ଥାନା ଅଞ୍ଚଳରୁ ଜଳେଶ୍ୱର ଥାନାକୁ ଯାତାୟାତ ଲାଗି ତିଆରି ହୋଇଥିଲା କପାସିଆ ରାସ୍ତା ା ଝାଡପିମ୍ପଳ ଅଞ୍ଚଳରେ ବ୍ୟାପକ କପାଚାଷ ହେଉଥିବାରୁ ଏହାର ରପ୍ତାନୀ ଲାଗି ଏହି ରାସ୍ତା ବ୍ୟବହାର ହେଉଥିବାରୁ ଏହାର ନାମ କପାସିଆ ବାଣିଜି୍ୟକ ରାସ୍ତା ରଖାଯାଇଥିଲା। ଏହି ରାସ୍ତା ଦୁର୍ଗମ ଥିବାରୁ ୨୦୧୪ରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର ଜେନା ଓ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଚେଷ୍ଟାରେ ମୋଟ ୧୫ କି.ମି. ରାସ୍ତାରୁ ପ୍ରଥମ ପର୍ଯ୍ୟାୟରେ ୫ କି.ମି. ରାସ୍ତା ଲାଗି ୫କୋଟି ବ୍ୟୟବରାଦ ହୋଇଥିଲା ା ସେହିପରି ୨୦୧୮ରେ ଅନ୍ୟ ୫ କି.ମି. ଲାଗି ୬.୫ କୋଟି ଟଙ୍କା ବ୍ୟୟ ହୋଇ ରାସ୍ତା ନିର୍ମାଣ ଶେଷ ହୋଇଛି ା ଅନ୍ୟ ୫ କି.ମି ରାସ୍ତା ଦୀର୍ଘବର୍ଷ ଧରି ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ପଦକ୍ଷେପ ନିଆଯାଉନାହିଁ। ୩ବର୍ଷ ପୂର୍ବେ ରାସ୍ତାକୁ ଠିକା ନେଇଥିବା ଠିକାଦାରଙ୍କ ମୃତ୍ୟୁ ହେବା ପରେ ସେହିପରି ପଡିରହିଛି। ଜଳେଶ୍ୱରର ବର୍ତ୍ତନା, ଖୁଲୁଡା, ପଶ୍ଚିମବାର୍ଡ, ଦେବକୁମାର, ବାଇଗଣବାଡିଆ, ଝାଡପିମ୍ପଳ ଓ ବାଲିଆପାଳର ୮ଟି ପଞ୍ଚାୟତର ଲୋକେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି ା ଡଗରା ବେଳାଭୂମିଠାରୁ ପୂର୍ବ ଓ ପଶ୍ଚିମ ମେଦିନୀପୁର ଯିବା ଲାଗି ଏହି ରାସ୍ତା ବ୍ୟବହାର ହୋଇଥାଏ ା ବାଲିଆପାଳ ଓ ସିଂଲା ଅଞ୍ଚଳରୁ ଜଳେଶ୍ୱର ଷ୍ଟେଶନକୁ ଯିବା ଲାଗି ଏହା ଏକମାତ୍ର ରାସ୍ତା ା ଏହି ରାସ୍ତାରେ ପ୍ରତ୍ୟହ ହଜାର ହଜାର ଦୁଇଚକିଆ ଓ ୪ଚକିଆ ଯାନ ଯିବା ଆସିବା କରିଥାଏ ା ପୂର୍ବ ସୂଚନା ଅନୁଯାୟୀ ସୋମବାର ସକାଳେ ଉତ୍ସବ ଚରଣ ଗାଜିଆଣି ଚଣ୍ଡି ଉଚ୍ଚ ମାଧ୍ୟମିକ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ପୂର୍ବତନ ସରପଞ୍ଚ ପଦ୍ମଲୋଚନ ବେହେରା, ପଞ୍ଚାୟତ ସମିତି ସଦସ୍ୟ ତ୍ରିଲୋଚନା ଦାସ, ବିନୋଦ ମାରାଣ୍ଡି, ସରପଞ୍ଚ ଶମ୍ଭୁନାଥ ଜେନା, ରାଧାରମଣ ଦାସ, ସୁଧୀର କୁମାର ସାମଲ, ଅଞ୍ଜନ କୁମାର ପ୍ରମାଣିକ, ବାଙ୍ଗରା ମାରାଣ୍ଡି, ଭବାନୀ ଶଙ୍କର ଜେନା, ଭୂପତି ମିର୍ଦ୍ଧା, ସମିତି ସଦସ୍ୟ ହରିଶଚନ୍ଦ୍ର ମହାଳିକ, ହେମନ୍ତ ଗିରି, ରାଜୀବଲୋଚନ ପରିଡା ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା ା ପୂର୍ତ୍ତ ବିଭାଗର ସ୍ଥାନୀୟ ଅଧିକାରୀ ନିହାର ରଞ୍ଜନ ବେହେରା ପହଞ୍ଚି ୨ଦିନ ମଧ୍ୟରେ ୯କୋଟି ୮୭ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତ ଦେଇଥିଲେ ା ୪କି.ମି. ୭୦୦ମିଟର ରାସ୍ତା ନବୀକରଣ ଓ ମରାମତି ହେବା ସହିତ ୪ଶହ ମିଟର ଜଳ ନିଷ୍କାସନ ରାସ୍ତା ନିର୍ମାଣ ହେବ ବୋଲି ବେହେରା ସୂଚନା ଦେବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?