ବଣାଇଁ ବନଖଣ୍ଡରେ ହାତୀପଲ ଆତଙ୍କ: ଜୀବନକୁ ବାଜି ଲଗାଇ ସେଲ୍‌ଫି ନେଉଛନ୍ତି ଲୋକେ

ବଣାଇଁ,୨ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡ଼ା ବନାଞ୍ଚଳରେ ୨୩ ଟିକିଆ ହାତୀପଲ ରାତିଦିନ ଘୂରି ବୁଲୁଛନ୍ତି। ଏହା ଭିତରୁ ଏକ ଗୋଠଛଡ଼ା ଦନ୍ତା କେତେବେଳେ ଗାଁ ଭିତରେ ତ କେତେବେଳେ ଗାଁ ଜମିରେ ଘୂରି ବୁଲୁଛି।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଦନ୍ତା ସହ ଲୋକେ ସେଲ୍‌ଫି ନେବାକୁ ବି ପଛାଉ ନାହାନ୍ତି। ଅପରପକ୍ଷରେ ରାତିରେ ଗାଁ ମୁହାଁ ୨୩ ଟିକିଆ ହାତୀପଲ ଘର ଭାଙ୍ଗୁଥିବା, ଘରେ ଗଚ୍ଛିତ ଧାନ ଚାଉଳ ବୋହି ନେଇ ନଷ୍ଟ କରିବା ଆତଙ୍କରେ ଅଞ୍ଚଳବାସୀଙ୍କ ନିଦ ହଜି ଯାଇଛି। ପରିଣାମ ସ୍ବରୂପ ଭୟ ଭିତରେ ତାମଡା ବନାଞ୍ଚଳର ପ୍ରାୟ ୮ରୁ ୧୦ ଟି ଗ୍ରାମ ଯଥା ରୁଷିମଠ, କଣ୍ଟାପାଲି, ବ କୋଇଲିଝର, ଢ଼ିଙ୍କିଆମ, ପୁରୁଣାପାଣି ଇତ୍ୟାଦିର ଗ୍ରାମବାସୀ ଦିନ କାଟୁଛନ୍ତି। ଆଜିକୁ ୮ ଦିନ ହେଲାଣି ଏହି ବନାଞ୍ଚଳରେ କେତେବେଳେ ଗୋଟିକିଆ ଦନ୍ତା ତ କେତେବେଳେ ୨୩ ଟିକିଆ ହାତୀପଲ ଉତ୍ପାତ ଚଳାଇ ଆସୁଥିଲେ ହେଁ ବନବିଭାଗ ଘଉଡ଼ାଇବା କ୍ଷେତ୍ରରେ ବିଫଳ ରହୁଛି। ହାତୀ ଘଉଡ଼ାଇବା ପାଇଁ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବେ ପ୍ରଚେଷ୍ଟା କଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିବା ଓ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି।

 

ଦୁଇଦିନ ତଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ପାତ ଚଳାଇଥିବା ୧୨ ଟିକିଆ ହାତୀପଲରେ ଆଉ ୧୧ଟି ହାତୀ ମିଶି ଏବେ ୨୩ ଟିକିଆ ଦଳରେ ପରିଣତ ହୋଇ ତାଣ୍ଡବ ଜାରି ରଖିଛନ୍ତି। ଅନୁରୂପ ଭାବେ ଏକ ଗୋଟିକିଆ ଗୋଠଛଡ଼ା ଦନ୍ତା ଦିନରେ ଗୃହପାଳିତ ପ୍ରାଣୀ ଭଳି ଗାଁ ଦାଣ୍ଡରେ ଘୂରି ବୁଲୁଥିବା ଦେଖାଯାଇଛି। ରାତି ଅନିଦ୍ରା ଗ୍ରାମବାସୀଙ୍କ ଧନଜୀବନ ଆଶଙ୍କା ଓ ଶାନ୍ତ ଦନ୍ତା ସହିତ ସେଲ୍‌ଫି ଉଠା ଘଟଣା କ୍ରମରେ ବୁଦ୍ଧିଜୀବୀ କାହାପାଇଁ ମଜା ଆଉ କାହାପାଇଁ ସଜା ବୋଲି ମତ ଦେଇ ତୁରନ୍ତ ପ୍ରତୀକାତ୍ମକ ବ୍ୟବସ୍ଥା ବନବିଭାଗ ଗ୍ରହଣ କରୁ ବୋଲି ଦାବି କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?