ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ। ଏହି ଘଟଣା ଜଣାପଡ଼ିବା ପରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି ରାତି ହୋଇଯାଇଥିବା ଯୋଗୁ ରବିବାର ଭୁବନେଶ୍ବରରୁ ଜେଟିଏଫ୍ ଟିମ୍ ଆସିବା ପରେ ହାତୀର ମୃତଦେହ ବ୍ୟବଚ୍ଛେଦ ହେଵ।

ସୂଚନାଯୋଗ୍ୟ, ହାତୀଟି ବିଗତ କିଛି ଦିନ ହେବ ଅସୁସ୍ଥ ରହି କେତେବେଳେ ନୟାଗଡ଼ ବନଖଣ୍ଡରେ କେତେବେଳେ ଘୁମୁସର ଉତ୍ତର ବନଖଣ୍ଡରେ ବୁଲୁଥିଲା। ୫ ଦିନ ପୂର୍ବେ ନୟାଗଡ଼ ବନଖଣ୍ଡ ପକ୍ଷରୁ ନନ୍ଦନ କାନନରୁ ଟିମ୍ ଆଣି ହାତୀର ଚିକିତ୍ସା କରାଯାଉଥିଲା। ଏହାପରେ ହାତୀଟି ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ବିଭାଗୀୟ କର୍ମଚାରୀ ହାତୀ ଉପରେ ଆଉ ଠିକ୍ ଭାବେ ନଜର ରଖି ପାରି ନ ଥିଲେ। ଫଳରେ ହାତୀ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଆଜି ହାତୀର ମୃତଦେହ ଘୁମୁସର ଉତ୍ତର ବନଖଣ୍ଡରେ ଠାବ କରାଯାଇଥିଲା । ଅସୁସ୍ଥ ହାତୀଟି ସମ୍ପୂର୍ଣ ସୁସ୍ଥ ହୋଇ ନ ଥିବା ବେଳେ ତାକୁ ଛାଡ଼ି ଦିଆଯିବା ଯୋଗୁ ଅକାଳରେ ହାତୀଟି ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଆଧ୍ୟାତ୍ମିକ ପରିବେଶରେ ଚାଲିଛି ଭଞ୍ଜନଗର ଠାକୁରାଣୀ ଯାତ୍ରା, ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ

ଭଞ୍ଜନଗର,୯ ।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଅସମ୍ଭାଳ ଭିଡ ହେଉଛି ଦେବୀଙ୍କ ଦର୍ଶନ ପାଇଁ। ଶନିବାର ଦେବୀଙ୍କ ଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ…

ଆମ୍ବୁଲାନ୍ସ ଅଭାବ, ଗୁରୁତର ରୋଗୀ ହଟହଟା: ହସ୍ପିଟାଲରେ ଚାପା ଉତ୍ତେଜନା, ଧାରଣା ଦେବାକୁ…

ଦାରିଙ୍ଗବାଡି, ୯।୫ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ଅଭାବ କୁ ନେଇ ଦେଖାଯାଇଛି ଉତ୍ତେଜନା। ଦିନ ଦ୍ବିପ୍ରହରରୁ ଗୁରୁତର…

ଥୁଆମୂଳ ରାମପୁରରେ ବିଭାଗୀୟ ଅପାରଗତାର ଚରମ ସୀମା: ନବନିର୍ମିତ କୋଠା ଏବେ ‘ମଦ୍ୟପଙ୍କ ସ୍ଵର୍ଗ’

ଥୁଆମୂଳ ରାମପୁର, ୯ା୫ (ଦୁର୍ଗା କୀର୍ତ୍ତି): କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଯୋଜନାର ଅଭାବ ନାହିଁ, ମାତ୍ର କ୍ଷେତ୍ର ସ୍ତରରେ ଏହାର ରୂପାୟନ…

ପାରଳାଖେମୁଣ୍ଡିରେ ବଢୁଛି ପାଇପ ମିଟର ଚୋରି ଘଟଣା: ସିସିଟିଭିରେ କଏଦ ହେଲା ଚୋରୀ ସମୟର ଦୃଶ୍ୟ, ଚିନ୍ତାରେ…

ପାରଳାଖେମୁଣ୍ଡି, ୯।୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ପାଇପ ମିଟର ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଜନସ୍ବାସ୍ଥ୍ୟ ବିଭାଗ…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ବମକୋଇ ଠାକୁରାଣୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼; ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା କମିଟି

ଦିଗପହଣ୍ଡି, ୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଆରାଧ୍ୟ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ମହୋତ୍ସବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri