ଓଡ଼ିଶାରେ ହାତୀ ଶିକାର ସର୍ବାଧିକ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଭାରତରେ ୬୦% ଏସିଆନ ହାତୀ ଅଛନ୍ତି। ଏମାନଙ୍କ ସୁରକ୍ଷା କେବଳ ସରକାର ନୁହେଁ, ଷ୍ଟେକ୍‌ ହୋଲ୍ଡର ଓ ଜନସାଧାରଣ ମିଳିମିଶି କରିବା ଉଚିତ। ନ ହେଲେ ଆଗକୁ ହାତୀ ବଂଶ ଲୋପ ପାଇଯିବ ବୋଲି ଅନ୍ତର୍ଜତୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଭଏସ୍‌ ଫର୍‌ ଏସିଆ ଏଲିଫାଣ୍ଟ ସୋସାଇଟିର ପ୍ରତିଷ୍ଠାତା ସଙ୍ଗୀତା ଆୟାର କହିଛନ୍ତି। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ମିଡିଆ କନ୍‌କ୍ଲେଭ୍‌ରେ ସଙ୍ଗୀତା ଯୋଗଦେଇ ହାତୀ ମୃତ୍ୟୁ କିପରି ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଏ କ୍ଷେତ୍ରରେ ଗଣମାଧ୍ୟମର କ’ଣ ଭୂମିକା ରହିବା ଦରକାର ସେ ସମ୍ପର୍କରେ କହିଥିଲେ। ଓଡ଼ିଶାରେ ହାତୀ ମୃତ୍ୟୁ ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ କରି ସେ କହିଲେ, ଓଡ଼ିଶାରେ ହାତୀ ଶୀକାର ଯେତିକି ହେଉଛି ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ହେଉନାହିଁ। ବିଭିନ୍ନ ଉଦାହରଣ ଦେଇ ସେ କହିଲେ, ହାତୀ ଆମକୁ ଜୀବନ ଦେଉଛି, କିନ୍ତୁ ହାତୀର ଜୀବନକୁ ଆମେ ନଷ୍ଟ କରୁଛେ। ଜଙ୍ଗଲରେ ବାସସ୍ଥଳୀ ଓ ଖାଦ୍ୟପେୟର ଅଭାବ ଯୋଗୁ ଆଜି ହାତୀ ଜନବସତି ମୁହାଁ ହେଉଛି। ଫଳରେ ହାତୀ ମଣିଷ ଲଢ଼େଇ ବଢ଼ିବାରେ ଲାଗୁଛି। ଏଥିରେ ଉଭୟ ମଣିଷ ଓ ହାତୀର କ୍ଷତି ହେଉଛି। କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। କିନ୍ତୁ ମଣିଷର ମୃତ୍ୟୁ ହେଲେ ଆମେ ବ୍ୟଥିତ ହେଉଥିବା ବେଳେ ହାତୀ ମରିଗଲେ ତା’ ପାଇଁ କାହାର ସ୍ବର ବାହାରୁ ନାହିଁ। ତେଣୁ ଆମକୁ ହାତୀ ପାଇଁ ସ୍ବର ଉଠାଇବାକୁ ପଡ଼ିବ। ଏଠି ଗଣମାଧ୍ୟମର ଭୂମିକା ବଡ଼ ବୋଲି ସଙ୍ଗୀତା ଗୁରୁତ୍ୱାରୋପ କରିଥିଲେ। ହାତୀର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଥିବା ଭଏସ୍‌ ଫର୍‌ ଏସିଆ ଏଲିଫ୍ୟାଣ୍ଟ ସୋସାଇଟି ଏବଂ ଓଡ଼ିଶାର ‘ପରିବର୍ତ୍ତନ’ ଅନୁଷ୍ଠାନ ମିଳିତ ଭାବେ ଏବେ କାର୍ଯ୍ୟ କରିବା ଆରମ୍ଭ କରିଥିବା ସଙ୍ଗୀତା କହିଥିଲେ। ହାତୀଙ୍କ ଖାଦ୍ୟ ପାଇଁ ବାଲେଶ୍ୱରର କିଛି ସ୍ଥାନରେ ଚାରା ରୋପଣ କରାଯାଇଥିବାବେଳେ ହାତୀ ଚଲାପଥକୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଢେଙ୍କାନାଳର ୧୬ଟି ସ୍ଥାନରେ ସାଇନ୍‌ ବୋର୍ଡ ଲଗାଯାଇଥିବା ସୂଚନା ସେ ଦେଇଥିଲେ। ଏହି ଅବସରରେ ପରିବର୍ତ୍ତନର ଚେୟାରମ୍ୟାନ ସୁଧାଂଶୁ ମୋହନ ଦାସ ସ୍ବାଗତ ଭାଷଣରେ ହାତୀ-ମଣିଷ ସମ୍ପର୍କକୁ ନେଇ ମତ ରଖିଥିଲେ। ଓ୍ବାଇଲ୍ଡଲାଇଫ୍‌ ବାୟୋଲୋଜିଷ୍ଟ ପ୍ରକାଶ ମର୍ଦ୍ଦରାଜ ଦୁଇଟି ସଂସ୍ଥା କିପରି ମିଳିତ ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଆଗକୁ ମଧ୍ୟ ହାତୀ ସୁରକ୍ଷା ପାଇଁ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ। ପରିବର୍ତ୍ତନର ସେକ୍ରେଟେରୀ ଶୁଭ୍ରାଂଶୁ ଭୂଷଣ ସ୍ବାଇଁ ଓଡ଼ିଶାରେ ହାତୀ ସୁରକ୍ଷା କିପରି କରାଯାଇପାରିବ ଏବଂ ଆଗକୁ କ’ଣ ପଦକ୍ଷେପ ନିଆଯିବ ସେ ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri