ହାତୀ ମୃତ୍ୟୁ ଚିନ୍ତାଜନକ

ଭଞ୍ଜନଗର,୨୨।୩(ଡି.ଏନ.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବିଶ୍ୱ ବନ ଦିବସ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଡ଼ିଏଫଓ ସୁଦର୍ଶନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଗତ କିଛିବର୍ଷ ହେବ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଉଥିବା ନେଇ କହିଥିଲେ। ଏହିଭଳି ଉତ୍ତର ଘୁମୁସର ବନଖଣ୍ଡରେ ମଧ୍ୟ ସଂରକ୍ଷିତ ଜଙ୍ଗଲ ବଦଳରେ ଲୋକଙ୍କ ଜଙ୍ଗଲ ଅଞ୍ଚଳ ବଢ଼ୁଛି। ସଂରକ୍ଷିତ ଜଙ୍ଗଲ ଯେଉଁଭଳି ସେହିଭଳି ଅଛି । ସାଧାରଣ ଲୋକେ ନିଜ ଜମିରେ ଗଛ ଲଗାଉଛନ୍ତି । ସରକାର ମଧ୍ୟ ବିଭିନ୍ନ ଯୋଜନାରେ ରାସ୍ତା କଡ଼ରେ ଗଛ ଲଗାଉଛନ୍ତି । ତେଣୁ ଉକ୍ତ ଗଛ ହିଁ ଜଙ୍ଗଲ ବୃଦ୍ଧିର ମୁଖ୍ୟ କାରଣ ବୋଲି ଡ଼ିଏଫଓ ଶ୍ରୀ ବେହେରା କହିଥିଲେ। ଲୋକ ସଂଖ୍ୟା ବୃଦ୍ଧି ଯୋଗୁ କଳ କାରଖାନାର ଆବଶ୍ୟକତା ବଢ଼ୁଛି । ଖଣି ଖୋଳାଯାଉଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବାସହ ଜଳବାୟୂ ପରିବର୍ତ୍ତନ ହେଉଛି । ବାଘ ସଂଖ୍ୟା କମିବା ଯୋଗୁ ବାରାହା, ହରିଣ ସଂଖ୍ୟା ବଢ଼ୁଛି । ଅନ୍ୟ ବନଖଣ୍ଡ ଅପେକ୍ଷା ଘୁମୁସର ଉତ୍ତର ବନଖଣ୍ଡ ହାତୀମାନଙ୍କ ଚଳପ୍ରଚଳ ପାଇଁ ସୁରକ୍ଷିତ ସ୍ଥାନ । ତେଣୁ ଏହି ବନଖଣ୍ଡରେ ବର୍ତ୍ତମାନ ୪୫ଟି ହାତୀ ଅଛି । ଏଥିସହ ଅନ୍ୟ ରାଜ୍ୟ ତୁଳନାରେ ମାଈ ହାତୀ ଅନୁପାତ ଅନୁସାରେ ଦନ୍ତା ହାତୀ ମଧ୍ୟ ଅଧିକ ଅଛି ବୋଲି ଶ୍ରୀ ବେହେରା କହିଥିଲେ। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଗତ କିଛିମାସ ହେବ ଏହି ବନଖଣ୍ଡରେ ହାତୀ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ବୋଲି କହିଥିଲେ। ତେଣୁ ସମସ୍ତେ ମିଳିମିଶି ବନ୍ୟପ୍ରାଣୀ ଏବଂ ଜଙ୍ଗଲର ସୁରକ୍ଷା କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସ୍ବାଇଁ, ଜଗନ୍ନାଥପ୍ରସାଦ କଲେଜର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, କ୍ଷତ୍ରିୟବରପୁର କଲେଜ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମନ୍ବୟ ରକ୍ଷା କରି ଜଙ୍ଗଲ ସୁରକ୍ଷା କରିବାକୁ ଉପସ୍ଥିତ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ବନ ବିଭାଗ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଜଗନ୍ନାଥପ୍ରସାଦ ରେଞ୍ଜ କର୍ମଚାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri