ଖୋର୍ଦ୍ଧାରେ ପଶିଲା ଦନ୍ତା, ଲୋକେ ଭୟଭୀତ

ଖୋର୍ଦ୍ଧା ଅଫିସ,୨୨ା୨: ଖୋର୍ଦ୍ଧାରେ ପୁଣି ପଶିଲା ଦନ୍ତା ହାତୀ। ମଙ୍ଗଳବାର ଅପରାହ୍ନ ୩ଟାରେ ଚନ୍ଦକା ପଟୁ ଏକ ଦନ୍ତା ନିକଟ ଜଙ୍ଗଲ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟ କାଜୁ ଜଙ୍ଗଲକୁ ପଶି ଆସିଥିଲା। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ବନ ବିଭାଗର ଏକ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିଥିଲା। ଦୀର୍ଘ ୫ ଘଣ୍ଟା କାଜୁ ଜଙ୍ଗଲ ମଧ୍ୟରେ ରହିବା ପରେ ପାନବରଜ ଦେଇ ଦନ୍ତା ଜରିପୁଟ ଜଙ୍ଗଲ ଆଡ଼କୁ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦନ୍ତା ଘଉଡ଼ାଇବା ଲାଗି ବନ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏହି ଦନ୍ତା ସୋମବାର ଟାଙ୍ଗିଆପଡ଼ା ଜଙ୍ଗଲ ନିକଟ ଗ୍ରାମୀଣ ଜଙ୍ଗଲରେ ବୁଲୁଥିବା ବେଳେ ଗୁରୁଜଙ୍ଗ ହାଇଟେକ୍‌ ନର୍ସରୀ ଦେଇ କାଜୁ ଜଙ୍ଗଲକୁ ଆସିଥିଲା।
କି, ପୂର୍ବରୁ ଚନ୍ଦକା ପଟୁ ଦନ୍ତା ମେଡିକାଲ ପଛପଟ କାଜୁ ଜଙ୍ଗଲ ଭିତରେ ପଶିବାର ନଜିର ରହିଛି। ଗତ ଦୁଇ ବର୍ଷ ମଧ୍ୟରେ ଦନ୍ତା ଖୋର୍ଦ୍ଧା ମେଡିକାଲରେ ୩ ଥର ପଶିଥିବା ବେଳେ ସହରରେ ଏହାକୁ ମିଶାଇ ୫ଥର ପଶିଲେଣି। ଜଙ୍ଗଲରେ ଖାଦ୍ୟ ଏବଂ ପାଣିର ଅଭାବ ଯୋଗୁ ହାତୀମାନେ ଏବେ ଗ୍ରାମାଞ୍ଚଳ ଓ ସହରମୁହଁା ହେଉଛନ୍ତି। ଏ ସମ୍ପର୍କରେ ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା କୁହନ୍ତି, ଦନ୍ତା ଏବେ ଜରିପୁଟ ଜଙ୍ଗଲରେ ରହିଥିବା ବେଳେ ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଆଖପାଖ ଗ୍ରାମର ଲୋକଙ୍କୁ ଅନ୍ଧାରରେ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଦନ୍ତାକୁ ଚନ୍ଦକାରେ ଛାଡ଼ିବାକୁ ଚେଷ୍ଟା କରାଯିବ। ଅନ୍ୟପକ୍ଷରେ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଚନ୍ଦକା ଜଙ୍ଗଲରେ ରହିଥିବା ଦନ୍ତାଙ୍କ ଉପରେ ନଜର ରଖିବା ଦରକାର। ଜଙ୍ଗଲ ପରିବେଶରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା କରାଗଲେ ସେମାନେ ଗାଁ କିମ୍ବା ସହରମୁହଁା ହେବେନାହିଁ। ହାତୀଙ୍କ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri