ବାଉଁଶ ଖୁଣ୍ଟ ଭରସାରେ ବିଦ୍ୟୁତ୍‌ ତାର

ପଟ୍ଟାମୁଣ୍ଡାଇ,୬ା୬(ସ୍ବ.ପ୍ର.): ବିଦ୍ୟୁତ୍‌ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ଏନ୍‌ଜେନ୍‌ ହାତରୁ ଦାୟିତ୍ୱ କାଢ଼ି ରାଜ୍ୟ ସରକାର ଟାଟା କମ୍ପାନୀକୁ ଦାୟିତ୍ୱ ଦେବା ପରେ ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଛି। ଖାଲି ସେତିକି ନୁହେଁ, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ତାରକୁ ବିପଜ୍ଜନକ ଭାବେ ବାଉଁଶ ଖୁଣ୍ଟ ସାହାଯ୍ୟରେ ନିଆଯାଉଛି। ଏଭଳି ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଲାଗିଥିବା ସ୍ଥାନ ଫୁଙ୍ଗୁଳା ପଡ଼ିଥିବାବେଳେ ହାତପାହାନ୍ତାରେ ଝୁଲିରହିଛି ଉଚ୍ଚ ଶକ୍ତିସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର। ଖାଲି ସେତିକି ନୁହେଁ, ଘରୋଇ ବ୍ୟବହାର ପାଇଁ ଯାଇଥିବା ବିଦ୍ୟୁତ୍‌ ତାରର ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଭାଗ ପକ୍ଷରୁ ବାଉଁଶ ଖୁଣ୍ଟ ଠେସ ଦିଆଯାଇଛି।
ପ୍ରତିଦିନ ବାରମ୍ବାର ବିଦ୍ୟୁତ୍‌ କାଟ୍‌ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଗ୍ରୀଷ୍ମର ଅସହ୍ୟ ତାତି ତଥା ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇପଡୁଥିବା ବେଳେ ଘନ ଘନ ବିଦ୍ୟୁତ କାଟ୍‌ ଯୋଗୁ ବୃଦ୍ଧାବୃଦ୍ଧଙ୍କଠାରୁ ଆରମ୍ଭ କରି ଶିଶୁମାନେ ଆଉଟୁପାଉଟୁ ହୋଇପଡୁଛନ୍ତି। ବିଦ୍ୟୁତ୍‌ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଚିତ ହୋଇଥିଲେ ହେଁ ବିଭ୍ରାଟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଦିନବେଳା ବିଦ୍ୟୁତ୍‌ ନ କାଟିବାକୁ ଶକ୍ତି ସଚିବଙ୍କ ନିର୍ଦ୍ଦେଶକୁ ଟିପିସିଓଡିଏଲ କର୍ତ୍ତୃପକ୍ଷ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ଲାଗିଥିବା ଭଲ ମିଟରଗୁଡିକୁ ଜୋରଜବରଦସ୍ତ ବଦଳାଇବା, କୌଣସି କାରଣ ନ ଥାଇ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସ୍କ୍ବାଡ୍‌ ପଶି ମୋଟାଅଙ୍କର ଅର୍ଥ ଜରିମାନା କରିବା, କୌଣସି ନୋଟିସ ନ ଥାଇ ଖୁଣ୍ଟରୁ ସର୍ଭିସ୍‌ ତାର ସଂଯୋଗ କାଟିଦେବା ଆଦି ଘଟଣାରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଅନ୍ୟପକ୍ଷରେ ଉଚ୍ଚ ଶକ୍ତିସମ୍ପନ୍ନ ୧୧ କେଭି ଓ ୩୩ କେଭି ତାର ହାତ ପାହାନ୍ତାରେ ଝୁଲୁଛି। ଉପଭୋକ୍ତାମାନେ ବିଦ୍ୟୁତ୍‌ ଦେୟ ଦେଇ ମଧ୍ୟ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କମ୍ପାନୀର ଏପରି ଖେଳ ଲୋକଙ୍କ ଜୀବନ ପ୍ରତି କାଳ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?