ବାଉଁଶ ଖୁଣ୍ଟ ଭରସାରେ ବିଦ୍ୟୁତ୍‌ ତାର

ପଟ୍ଟାମୁଣ୍ଡାଇ,୬ା୬(ସ୍ବ.ପ୍ର.): ବିଦ୍ୟୁତ୍‌ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ପୂର୍ବ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ଏନ୍‌ଜେନ୍‌ ହାତରୁ ଦାୟିତ୍ୱ କାଢ଼ି ରାଜ୍ୟ ସରକାର ଟାଟା କମ୍ପାନୀକୁ ଦାୟିତ୍ୱ ଦେବା ପରେ ପରିସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଇଛି। ଖାଲି ସେତିକି ନୁହେଁ, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ତାରକୁ ବିପଜ୍ଜନକ ଭାବେ ବାଉଁଶ ଖୁଣ୍ଟ ସାହାଯ୍ୟରେ ନିଆଯାଉଛି। ଏଭଳି ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଲାଗିଥିବା ସ୍ଥାନ ଫୁଙ୍ଗୁଳା ପଡ଼ିଥିବାବେଳେ ହାତପାହାନ୍ତାରେ ଝୁଲିରହିଛି ଉଚ୍ଚ ଶକ୍ତିସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର। ଖାଲି ସେତିକି ନୁହେଁ, ଘରୋଇ ବ୍ୟବହାର ପାଇଁ ଯାଇଥିବା ବିଦ୍ୟୁତ୍‌ ତାରର ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଭାଗ ପକ୍ଷରୁ ବାଉଁଶ ଖୁଣ୍ଟ ଠେସ ଦିଆଯାଇଛି।
ପ୍ରତିଦିନ ବାରମ୍ବାର ବିଦ୍ୟୁତ୍‌ କାଟ୍‌ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଗ୍ରୀଷ୍ମର ଅସହ୍ୟ ତାତି ତଥା ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇପଡୁଥିବା ବେଳେ ଘନ ଘନ ବିଦ୍ୟୁତ କାଟ୍‌ ଯୋଗୁ ବୃଦ୍ଧାବୃଦ୍ଧଙ୍କଠାରୁ ଆରମ୍ଭ କରି ଶିଶୁମାନେ ଆଉଟୁପାଉଟୁ ହୋଇପଡୁଛନ୍ତି। ବିଦ୍ୟୁତ୍‌ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଚିତ ହୋଇଥିଲେ ହେଁ ବିଭ୍ରାଟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଦିନବେଳା ବିଦ୍ୟୁତ୍‌ ନ କାଟିବାକୁ ଶକ୍ତି ସଚିବଙ୍କ ନିର୍ଦ୍ଦେଶକୁ ଟିପିସିଓଡିଏଲ କର୍ତ୍ତୃପକ୍ଷ ଗ୍ରହଣ କରୁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ଲାଗିଥିବା ଭଲ ମିଟରଗୁଡିକୁ ଜୋରଜବରଦସ୍ତ ବଦଳାଇବା, କୌଣସି କାରଣ ନ ଥାଇ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସ୍କ୍ବାଡ୍‌ ପଶି ମୋଟାଅଙ୍କର ଅର୍ଥ ଜରିମାନା କରିବା, କୌଣସି ନୋଟିସ ନ ଥାଇ ଖୁଣ୍ଟରୁ ସର୍ଭିସ୍‌ ତାର ସଂଯୋଗ କାଟିଦେବା ଆଦି ଘଟଣାରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଅନ୍ୟପକ୍ଷରେ ଉଚ୍ଚ ଶକ୍ତିସମ୍ପନ୍ନ ୧୧ କେଭି ଓ ୩୩ କେଭି ତାର ହାତ ପାହାନ୍ତାରେ ଝୁଲୁଛି। ଉପଭୋକ୍ତାମାନେ ବିଦ୍ୟୁତ୍‌ ଦେୟ ଦେଇ ମଧ୍ୟ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କମ୍ପାନୀର ଏପରି ଖେଳ ଲୋକଙ୍କ ଜୀବନ ପ୍ରତି କାଳ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri