ଜୁଲମ କରୁଛି ବିଦ୍ୟୁତ୍‌ ବିଭାଗ, ଉପଭୋକ୍ତା ଅତିଷ୍ଠ

ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରି ଥକିପଡ଼ିବା ପରେ ବାଧ୍ୟ ହୋଇ ନୀରବ ରହୁଛନ୍ତି । ଏମିତି କିଛି ଅଭିଯୋଗକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା…

ଅନାବଶ୍ୟକ ଦେୟ ଆଦାୟ
ବିଦ୍ୟୁତ୍‌ ବିଭାଗ ଉପଭୋକ୍ତାଙ୍କଠାରୁ ଅନାବଶ୍ୟକ ଦେୟ ଆଦାୟ କରି ଚାଲିଛି । ଏମ୍‌ଏଫ୍‌ସି, କଷ୍ଟମର ଚାର୍ଜ, ଇଡି, ମିଟର ଚାର୍ଜ ପରି ଅନେକ ଦେୟ ବିଦ୍ୟୁତ୍‌ ବିଲରେ ଆସୁଛି । ଉପରୋକ୍ତ ଦେୟ ସଂକ୍ରାନ୍ତରେ ମିଟର ରିଡିଂ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁନି । ବିଦ୍ୟୁତ୍‌ ବିଭାଗ ଅଧିକାରୀ ଅଥବା କର୍ମଚାରୀ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। ଉପଭୋକ୍ତାମାନେ କିପରି ନ୍ୟାୟ ପାଇବେ ସେ ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢ଼ି ଚାଲିଛି ।
-ଧିରେନ ପଟ୍ଟନାୟକ, ନୟାଗଡ଼
ଶିଡି ଧରି ବୁଲୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ
ଆକାଶରେ କଳାମେଘ ଦେଖିଲେ ଅଥବା ପବନର ଆଭାସ ମିଳିଲେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ କାଟ ହୋଇଥାଏ । ସେହିପରି ବିନା ସୂଚନାରେ ବହୁ ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ଚାଲୁ ରହିଛି । ପୁଣି ଯଦି କେହି ଉପଭୋକ୍ତା ବିଦ୍ୟୁତ୍‌ ଦେୟ କିଛି ଅସୁବିଧା ବଶତଃ ଦେଇ ପାରି ନାହାନ୍ତି ବିନା ସୂଚନାରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଉଛି । ଗାଁ ଗଣ୍ଡାରେ ଓ ସହରରେ ସିଡି ବନ୍ଧା ବିଦ୍ୟୁତ୍‌ ଗାଡ଼ି ଘୁରି ବୁଲୁଛି। ପୂର୍ବ ସୂଚନା ନ ଦେଇ ବିଦ୍ୟୁତ୍‌ ବିଚ୍ଛିନ୍ନ ବେଆଇନ ହୋଇଥିଲେ ହେଁ ଏହାକୁ ବିଭାଗ ମାନିବାକୁ ରାଜି ନୁହେଁ ।
-ବିରଞ୍ଚି ନାରାୟଣ ପ୍ରଧାନ,
ଜଗନ୍ନାଥ ପ୍ରସାଦ, ଖଣ୍ଡପଡ଼ା।
ଅଯଥାରେ ବିଲ୍‌ ବଢ଼ୁଛି
ମିଟର ରିଡିଂ ମାସକୁ ଥରେ ନେବା ପାଇଁ ନିୟମ ରହିଛି। ହେଲେ ଅଧିକାଂଶ ସ୍ଥାନରେ ୧ମାସ ହୋଇ ନ ଥିବ ରିଡିଂ ନିଆଯାଉଛି । ପୁଣି ମାସେ ବିତି ଗଲା ପରେ ରିଡିଂ ନିଆଯାଉଛି। ମାସ ପରେ ମିଟର ରିଡିଂ ନେବା ଯୋଗୁ ଉପଭୋକ୍ତାଙ୍କ ଉପରେ ୟୁନିଟ ପିଛା ଦର ବଢ଼ି ଯାଉଛି । ଉପଭୋକ୍ତା ମାସକୁ ଅଯଥାରେ ୧୦୦ ଟଙ୍କାରୁ ଆରମ୍ଭ କରି ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ସେହିଭଳି ବିଦ୍ୟୁତ୍‌ କାଟିବାର ସୂଚନା ଡାକବାଜି ଯନ୍ତ୍ର ଦ୍ୱାରା ଆଉ ପ୍ରଚାର କରାଯାଉନି । ଟୋଲ ଫ୍ରି ନମ୍ବରରେ ଫୋନ କଲେ ହଇରାଣ ହେବାକୁ ପଡୁଛି ।
-ସନ୍ତୋଷ ଷଢ଼ଙ୍ଗୀ, ଗୋଡିପଡା, ଓଡ଼ଗାଁ ।
ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ
ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କ ଅସୁବିଧା ନିରାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ହେଲେ ସେଥିପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଉପଭୋକ୍ତାମାନେ ଆର୍ଥିକ ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ହୋଇ ଚାଲିଛନ୍ତି । ମିଟର ରିଡିଂରେ ଯେଉଁ ବିଲ୍‌ ଆସୁଛି ସେଥିରେ ମନଇଛା ଦେୟ ପଡୁଛି । ମିଟର ରିଡିଂ ଠିକ୍‌ ସମୟ ଅନ୍ତରରେ ନିଆଯାଉନାହିଁ । ପ୍ରତିବାଦ କଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଧମକ ମିଳୁଛି । ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସବୁ ସହିବାକୁ ପଡୁଛି । ଉପଭୋକ୍ତା କମିଟି ନ ଥିବାରୁ ବିଭାଗ ଏହାର ଫାଇଦା ନେଉଛି।
-ଗୋପବନ୍ଧୁ ଖଣ୍ଡୁଆଳ, ନୂଆଗାଁ ଉପଭୋକ୍ତା ।
ବିଦ୍ୟୁତ୍‌ ଉପଭୋକ୍ତା କମିଟି ଦରକାର
ବିଦ୍ୟୁତ୍‌ ବିଭାଗର ନିର୍ଯାତନା ବଢ଼ି ଚାଲିଛି । ଏଥିରେ ଲଗାମ ଦେବା ପାଇଁ ଗାଁ ଓ ସହରରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଦରକାର । ନୟାଗଡ଼ରେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଗଠନ କରାଯାଇଛି । ସଂଘ ଉପଭୋକ୍ତାଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରତି ଗାଁରେ ବିଦ୍ୟୁତ୍‌ ଉପଭୋକ୍ତା ସମିତି ଗଠନ କରି ଅବ୍ୟବସ୍ଥା ବିରୋଧରେ ମୁହଁ ଖୋଲିବାକୁ ପଡିବ । ବିଦ୍ୟୁତ୍‌ ବିଭାଗ ଯେମିତି ଠକେଇ ଆରମ୍ଭ କରିଛି ତାର ତୁରନ୍ତ ସମାଧାନ ହେବା ଦରକାର।
-ଅବଦୁଲ ଆରିଫ ଖାନ,ସଭାପତି, ନୟାଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri