ବ୍ୟଥା ବଢ଼ାଉଛି ବିଜୁଳି ବିଚ୍ଛିନ୍ନ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୮।୪ – ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୋଳ। ପାରଦ ୪୦ ଡିଗ୍ରୀ ପାର୍‌କଲାଣି। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ କରୁଥିବାବେଳେ କରୋନା ଆତଙ୍କରେ ଲୋକେ ଘରେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଏଭଳି ସମୟରେ ଘନଘନ ବିଦ୍ୟୁତ୍‌ କାଟ ସେମାନଙ୍କ କଷ୍ଟକୁ ବହୁଗୁଣିତ କରିଦେଉଛି। ମରାମତି ଆଳରେ ବିଭାଗ ପକ୍ଷରୁ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ଉପଭୋକ୍ତା ଯନ୍ତ୍ରଣା ବଢ଼ାଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ବିଦ୍ୟୁତ୍‌ ବିତରଣ କମ୍ପାନୀ ବଦଳିଲା। ଦର ମଧ୍ୟ ବଢ଼ିଲା। ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ। ଲୋ ଭୋଲଟେଜ୍‌ ରହିବ ନାହିଁ କି ପୂର୍ବଭଳି ବିଦ୍ୟୁତ୍‌ କାଟ ହେବ ନାହିଁ। ଏଭଳି ସୁନେଲି ସ୍ବପ୍ନ ଦେଖାଇଲା ବିଦ୍ୟୁତ୍‌ ବିଭାଗ। କିନ୍ତୁ ଅନୁଗୋଳରେ ଏଭଳି ପ୍ରତିଶ୍ରୁତି ଧୂଆଁବାଣରେ ପରିଣତ ହୋଇଛି। ସହରାଞ୍ଚଳରେ ଦିନକୁ ୩୦ରୁ ଅଧିକ ଥର ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଛି। ସମସ୍ୟା ବିଷୟରେ ପ୍ରଶ୍ନ କଲେ ମରାମତି ଚାଲିଛି ଏବଂ ମେଶିନ ବସାଯାଉଥିବା ସଫେଇ ଦେଉଛନ୍ତି ବିଭାଗୀୟ ଅଧିକାରୀ।
ବିନା ସୂଚନାରେ ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ ସହରାଞ୍ଚଳବାସୀଙ୍କ ସମସ୍ୟା ବଢ଼ାଇଛି। ଗତ ସପ୍ତାହରେ ବିଦ୍ୟୁତ୍‌ ବ୍ୟବସ୍ଥା ସଜାଡ଼ିବା ଆଳରେ ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଜୁଳି କାଟ୍‌ କରାଯାଇଥିଲା। ମଙ୍ଗଳବାର ମଧ୍ୟ ସକାଳ ୭ଟାରୁ ବିଜୁଳି ଯାଇ ମଧ୍ୟାହ୍ନ ୧୨ଟାରେ ଆସିଲା। ଏ ସମ୍ପର୍କରେ ସହରବାସୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନ ଥିଲା। ତେଣୁ ସହରବାସୀଙ୍କୁ ରୋଷେଇ କାର୍ଯ୍ୟ, ମୋଟରରେ ପାଣି ଉଠାଇବା ଲାଗି ନାକେଦମ୍‌ ହେବାକୁ ପଡ଼ିଛି। ନିତ୍ୟକର୍ମ ପାଇଁ ଅନେକ ସୁଲଭ ଶୌଚାଳୟକୁ ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଇଛି। ଲୋ-ଭୋଲଟେଜ୍‌ ବୋଝ ଉପରେ ନଳିତା ବିଡ଼ା ସାଜିଛି। ବିଦ୍ୟୁତ୍‌ କାଟ ଓ ଲୋ ଭୋଲଟେଜ୍‌ ସମସ୍ୟାରେ ଲୋକେ ଦହଗଞ୍ଜ ହେଉଛନ୍ତି, ଯାହା ଜନଅସନ୍ତୋଷ ବଢ଼ାଇଲାଣି। ଆଗାମୀ ଦିନରେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଘେରିବାକୁ ଉପଭୋକ୍ତାମାନେ ପ୍ରସ୍ତୁତ ହେଉଛନ୍ତି।

 

ମରାମତି କାମ ଚାଲିଛି
ମରାମତି ଚାଲିଥିବାରୁ ବିଦ୍ୟୁତ୍‌ କାଟ୍‌ ହେଉଛି। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଇଛି। ଗ୍ରୀଡ୍‌ର ନୂତନ ମେଶିନ୍‌ ବସୁଥିବାରୁ ସକାଳ ୭ଟାରୁ ଦିନ ୧୧ଟା ଯାଏ ବିଦ୍ୟୁତ୍‌ କାଟ ହୋଇଥିଲା। ଖରାଦିନେ ଅଧିକ ଲୋଡ୍‌ ପଡୁଥିବାରୁ ଲାଇନ୍‌ ଷ୍ଟାଣ୍ଡ କରୁନାହିଁ। ଫଳରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଉଛି।
-ସୁବ୍ରତ ସାହୁ, ନିର୍ବାହୀଯନ୍ତ୍ରୀ ଟିପିସିଓଡିଏଲ୍‌

ଘରେ ରହିହେଉନି
କମ୍ପାନୀ ବଦଳିବା ପରେ ଉତ୍ତମ ବିଦ୍ୟୁତ୍‌ ସେବା ମିଳିବ ବୋଲି ଭାବିଥିଲୁ। ହେଲେ ବିଦ୍ୟୁତ୍‌ର ଲୁଚକାଳି ଖେଳ ସମସ୍ୟା ବଢ଼ାଇଛି। ବାହାରେ ଖରା ତାତି ସହି ହେଉନି
କି ଘରେ ବିନା ବିଜୁଳିରେ ରହି ହେଉନି। ବିଦ୍ୟୁତ୍‌ ବିଭାଗର ଏଭଳି କାର୍ଯ୍ୟ ଅସହ୍ୟ।
-ପରେଶ ଜେନା, ଅନୁଗୋଳବାସୀ

ବାହାନା କରି କାଟୁଛନ୍ତି
ବିଦ୍ୟୁତ୍‌ ବିତରଣ କମ୍ପାନୀ ପକ୍ଷରୁ ବାହାନା କରି ବିଜୁଳି କଟାଯାଉଛି। ବର୍ଷ ତମାମ ମରାମତି ଆଳରେ ବିଜୁଳି କଟାଯାଇଛି। ହେଲେ ମରାମତି କେବେ ସରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସ୍ପଷ୍ଟ କରୁନାହାନ୍ତି। ଦିନକୁ ୬ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେବା ବାସ୍ତବରେ ଯନ୍ତ୍ରଣାଦାୟକ।
-ରଞ୍ଜନ ବାରିକ, ଅନୁଗୋଳବାସୀ

ସମସ୍ୟା ବଢ଼ାଉଛି ଲୋ-ଭୋଲ୍‌ଟେଜ
ସହରରେ ବାରମ୍ବାର ବିଜୁଳି କାଟ୍‌ ହେଉଛି ତାହା ନୁହେଁ, ଲୋ-ଭୋଲ୍‌ଟେଜ ସମସ୍ୟା ଯନ୍ତ୍ରଣା ବଢ଼ାଉଛି। ଫ୍ୟାନ୍‌ ବୁଲିବା ତ ଦୂରର କଥା ଲାଇଟ୍‌ ମଧ୍ୟ ଠିକ୍‌ ଭାବେ ଜଳୁନାହିଁ। ଖରାଦିନେ ଅଧିକ ଲୋଡ୍‌ ପଡୁଥିବା କହି ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗ ଏଡ଼ାଇ ଯାଉଛନ୍ତି। ସମସ୍ୟା ସମାଧାନ କରିବା ଲାଗି ବାଟ ବାହାର କରୁନାହାନ୍ତି।
-ଅନୁପ ମହାନ୍ତି, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri