ବ୍ୟଥା ବଢ଼ାଉଛି ବିଜୁଳି ବିଚ୍ଛିନ୍ନ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୮।୪ – ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୋଳ। ପାରଦ ୪୦ ଡିଗ୍ରୀ ପାର୍‌କଲାଣି। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ କରୁଥିବାବେଳେ କରୋନା ଆତଙ୍କରେ ଲୋକେ ଘରେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଏଭଳି ସମୟରେ ଘନଘନ ବିଦ୍ୟୁତ୍‌ କାଟ ସେମାନଙ୍କ କଷ୍ଟକୁ ବହୁଗୁଣିତ କରିଦେଉଛି। ମରାମତି ଆଳରେ ବିଭାଗ ପକ୍ଷରୁ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌ କାଟ ଉପଭୋକ୍ତା ଯନ୍ତ୍ରଣା ବଢ଼ାଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ବିଦ୍ୟୁତ୍‌ ବିତରଣ କମ୍ପାନୀ ବଦଳିଲା। ଦର ମଧ୍ୟ ବଢ଼ିଲା। ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ। ଲୋ ଭୋଲଟେଜ୍‌ ରହିବ ନାହିଁ କି ପୂର୍ବଭଳି ବିଦ୍ୟୁତ୍‌ କାଟ ହେବ ନାହିଁ। ଏଭଳି ସୁନେଲି ସ୍ବପ୍ନ ଦେଖାଇଲା ବିଦ୍ୟୁତ୍‌ ବିଭାଗ। କିନ୍ତୁ ଅନୁଗୋଳରେ ଏଭଳି ପ୍ରତିଶ୍ରୁତି ଧୂଆଁବାଣରେ ପରିଣତ ହୋଇଛି। ସହରାଞ୍ଚଳରେ ଦିନକୁ ୩୦ରୁ ଅଧିକ ଥର ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଛି। ସମସ୍ୟା ବିଷୟରେ ପ୍ରଶ୍ନ କଲେ ମରାମତି ଚାଲିଛି ଏବଂ ମେଶିନ ବସାଯାଉଥିବା ସଫେଇ ଦେଉଛନ୍ତି ବିଭାଗୀୟ ଅଧିକାରୀ।
ବିନା ସୂଚନାରେ ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ ସହରାଞ୍ଚଳବାସୀଙ୍କ ସମସ୍ୟା ବଢ଼ାଇଛି। ଗତ ସପ୍ତାହରେ ବିଦ୍ୟୁତ୍‌ ବ୍ୟବସ୍ଥା ସଜାଡ଼ିବା ଆଳରେ ସକାଳ ୭ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିଜୁଳି କାଟ୍‌ କରାଯାଇଥିଲା। ମଙ୍ଗଳବାର ମଧ୍ୟ ସକାଳ ୭ଟାରୁ ବିଜୁଳି ଯାଇ ମଧ୍ୟାହ୍ନ ୧୨ଟାରେ ଆସିଲା। ଏ ସମ୍ପର୍କରେ ସହରବାସୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନ ଥିଲା। ତେଣୁ ସହରବାସୀଙ୍କୁ ରୋଷେଇ କାର୍ଯ୍ୟ, ମୋଟରରେ ପାଣି ଉଠାଇବା ଲାଗି ନାକେଦମ୍‌ ହେବାକୁ ପଡ଼ିଛି। ନିତ୍ୟକର୍ମ ପାଇଁ ଅନେକ ସୁଲଭ ଶୌଚାଳୟକୁ ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଦେଇଛି। ଲୋ-ଭୋଲଟେଜ୍‌ ବୋଝ ଉପରେ ନଳିତା ବିଡ଼ା ସାଜିଛି। ବିଦ୍ୟୁତ୍‌ କାଟ ଓ ଲୋ ଭୋଲଟେଜ୍‌ ସମସ୍ୟାରେ ଲୋକେ ଦହଗଞ୍ଜ ହେଉଛନ୍ତି, ଯାହା ଜନଅସନ୍ତୋଷ ବଢ଼ାଇଲାଣି। ଆଗାମୀ ଦିନରେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଘେରିବାକୁ ଉପଭୋକ୍ତାମାନେ ପ୍ରସ୍ତୁତ ହେଉଛନ୍ତି।

 

ମରାମତି କାମ ଚାଲିଛି
ମରାମତି ଚାଲିଥିବାରୁ ବିଦ୍ୟୁତ୍‌ କାଟ୍‌ ହେଉଛି। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଇଛି। ଗ୍ରୀଡ୍‌ର ନୂତନ ମେଶିନ୍‌ ବସୁଥିବାରୁ ସକାଳ ୭ଟାରୁ ଦିନ ୧୧ଟା ଯାଏ ବିଦ୍ୟୁତ୍‌ କାଟ ହୋଇଥିଲା। ଖରାଦିନେ ଅଧିକ ଲୋଡ୍‌ ପଡୁଥିବାରୁ ଲାଇନ୍‌ ଷ୍ଟାଣ୍ଡ କରୁନାହିଁ। ଫଳରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଉଛି।
-ସୁବ୍ରତ ସାହୁ, ନିର୍ବାହୀଯନ୍ତ୍ରୀ ଟିପିସିଓଡିଏଲ୍‌

ଘରେ ରହିହେଉନି
କମ୍ପାନୀ ବଦଳିବା ପରେ ଉତ୍ତମ ବିଦ୍ୟୁତ୍‌ ସେବା ମିଳିବ ବୋଲି ଭାବିଥିଲୁ। ହେଲେ ବିଦ୍ୟୁତ୍‌ର ଲୁଚକାଳି ଖେଳ ସମସ୍ୟା ବଢ଼ାଇଛି। ବାହାରେ ଖରା ତାତି ସହି ହେଉନି
କି ଘରେ ବିନା ବିଜୁଳିରେ ରହି ହେଉନି। ବିଦ୍ୟୁତ୍‌ ବିଭାଗର ଏଭଳି କାର୍ଯ୍ୟ ଅସହ୍ୟ।
-ପରେଶ ଜେନା, ଅନୁଗୋଳବାସୀ

ବାହାନା କରି କାଟୁଛନ୍ତି
ବିଦ୍ୟୁତ୍‌ ବିତରଣ କମ୍ପାନୀ ପକ୍ଷରୁ ବାହାନା କରି ବିଜୁଳି କଟାଯାଉଛି। ବର୍ଷ ତମାମ ମରାମତି ଆଳରେ ବିଜୁଳି କଟାଯାଇଛି। ହେଲେ ମରାମତି କେବେ ସରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସ୍ପଷ୍ଟ କରୁନାହାନ୍ତି। ଦିନକୁ ୬ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେବା ବାସ୍ତବରେ ଯନ୍ତ୍ରଣାଦାୟକ।
-ରଞ୍ଜନ ବାରିକ, ଅନୁଗୋଳବାସୀ

ସମସ୍ୟା ବଢ଼ାଉଛି ଲୋ-ଭୋଲ୍‌ଟେଜ
ସହରରେ ବାରମ୍ବାର ବିଜୁଳି କାଟ୍‌ ହେଉଛି ତାହା ନୁହେଁ, ଲୋ-ଭୋଲ୍‌ଟେଜ ସମସ୍ୟା ଯନ୍ତ୍ରଣା ବଢ଼ାଉଛି। ଫ୍ୟାନ୍‌ ବୁଲିବା ତ ଦୂରର କଥା ଲାଇଟ୍‌ ମଧ୍ୟ ଠିକ୍‌ ଭାବେ ଜଳୁନାହିଁ। ଖରାଦିନେ ଅଧିକ ଲୋଡ୍‌ ପଡୁଥିବା କହି ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗ ଏଡ଼ାଇ ଯାଉଛନ୍ତି। ସମସ୍ୟା ସମାଧାନ କରିବା ଲାଗି ବାଟ ବାହାର କରୁନାହାନ୍ତି।
-ଅନୁପ ମହାନ୍ତି, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri