ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ, ଇଣ୍ଟରନେଟ୍‌ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍‌ କମ୍ପାନୀ…

ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ ଦେଇଛନ୍ତି। ନ୍ୟାଶନାଲ ବୋର୍ଡ ଅଫ ଇନଫରମେସନ ଟେକ୍ନୋଲୋଜି ଟୁଇଟରରେ କହିଛି ଯେ ପାକିସ୍ତାନର ଟେଲିକମ ଅପରେଟରମାନେ ଦେଶରେ ଦୀର୍ଘ ଦିନ ଧରି ଜାରି ରହିଥିବା ବିଦ୍ୟୁତ ସଙ୍କଟ କାରଣରୁ ସେମାନଙ୍କ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଶକୁ ଚେତାବନୀ ଦେଇଛନ୍ତି ଯେ ଜୁଲାଇରେ ଲୋଡ୍‌ ଶେଡିଂର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସେ କହିଛନ୍ତି ଯେ ପାକିସ୍ତାନରେ ଆବଶ୍ୟକୀୟ ତରଳ ଗ୍ୟାସ (ଏଲଏନଜି) ଯୋଗାଣରେ ବାଧା ସୃଷ୍ଟି ହୋଇଛି।

ଆସନ୍ତା ମାସରେ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମାରେ ବିଫଳ ହେବା ପରେ ପାକିସ୍ତାନ ବଡ଼ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଅଧିକ ମୂଲ୍ୟ ଏବଂ କମ ଭାଗୀଦାରୀ ଯୋଗୁ ଜୁଲାଇ ମାସର ଟେଣ୍ଡରଗୁଡିକ ବାତିଲ କରାଯାଇଥିଲା। ଦେଶ ବ୍ୟାପକ ବ୍ଲାକଆଉଟ ମୁକାବିଲା ପାଇଁ ପଦକ୍ଷେପ ନେଉଛି। ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା, ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟ ସମୟ କାଟିବା ଏବଂ କରାଚି ସମେତ ବିଭିନ୍ନ ସହରରେ ଥିବା କାରଖାନା ଏବଂ ଶପିଂ ମଲଗୁଡ଼ିକୁ ଶୀଘ୍ର ବନ୍ଦ କରିବାକୁ ପାକିସ୍ତାନ ସରକାର ଉଦ୍ୟମ କରୁଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପୂର୍ବରୁ କତାର ସହିତ ଦୁଇଟି ଦୀର୍ଘକାଳୀନ ଯୋଗାଣ ଚୁକ୍ତି କରିଛି। ପ୍ରଥମଟି ୨୦୧୬ ରେ ଏକ ମାସରେ ୫ କାର୍ଗୋ ପରିବହନ ପାଇଁ ସ୍ବାକ୍ଷରିତ ହୋଇଥିଲା ଏବଂ ଦ୍ୱିତୀୟଟି ୨୦୨୧ରେ ସ୍ବାକ୍ଷରିତ ହୋଇଥିଲା। ବିଦ୍ୟୁତ ଉତ୍ପାଦନ ପାଇଁ ଏଲଏନଜି ଉପରେ ନିର୍ଭରଶୀଳତା ଯୋଗୁ ବିଦ୍ୟୁତ ଦାମ୍‌ ମହଙ୍ଗା ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ଭାରତୀୟ ସୁଦର୍ଶନମ ବାବୁଙ୍କୁ ଆମେରିକାର ଶୀର୍ଷ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ମୂଳ ଭାରତୀୟ ଆମେରିକୀୟ ସୁଦର୍ଶନମ ବାବୁଙ୍କୁ ଦେଶର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତ କରିଛନ୍ତି। ସୁଦର୍ଶନମ ସମ୍ମାନଜନକ...

ଟ୍ରମ୍ପ୍‌ ପୁଣି ନିର୍ବାଚନ ଲଢ଼ିଲେ ବି ହଟିବନି ପ୍ରତିବନ୍ଧକ: ଟୁଇଟର

ଓ୍ବାଶିଂଟନ,୧୧।୨: ଆମେରିକାରେ ଘଟିଥିବା କ୍ୟାପେିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଦେଶରେ ଉତ୍ତେଜନା...

ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ...

ଚାଇନା ବିରୋଧରେ ପିଓକେରେ ମଶାଲ ରାଲି

ମୁଜାଫରବାଦ୍‌, ୮।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଇନା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସ୍ଥାନୀୟ ମୁଜାଫରବାଦ୍‌ରେ ନୀଲମ୍‌ ଏବଂ ଝେଲମ୍‌ ନଦୀରେ ନିର୍ମିତ ହେଉଥିବା ବନ୍ଧକୁ...

ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି,...

ଛୋଟ ପିଲାଙ୍କୁ କାମୁଡ଼ିବାରୁ ୨୯ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଦୋହା,୨୧।୭ : କାତାରରେ ସଶସ୍ତ୍ର ଲୋକେ ଏକ ଅଞ୍ଚଳରେ ଆକ୍ରମଣ କରି ୨୯ ବୁଲା କୁକୁରଙ୍କୁ ହତ୍ୟା କରଛନ୍ତି। ସଶସ୍ତ୍ର ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ...

ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କଲା ଚାଇନା

ବେଜିଂ,୨୧।୬: ଚାଇନା ଏକ ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କରିଛି। ଶୁକ୍ରବାର ଚାଇନାର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଥମ ଥର ଏହି ଚାଳକ...

ଚାଇନାକୁ ବଡ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କାର୍ଯ୍ୟକାଳର ଶେଷ ଦିନରେ ଚାଇନା ବିରୋଧରେ ଏକ ବଡ ନିଷ୍ପତ୍ତି ନେଇଛି। ଚାଇନାର ୯ଟି କମ୍ପାନୀକୁ ତାଲିକାଭୁକ୍ତ କରିଛି।...

Advertisement
Archives

Model This Week