ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ ଅନୁଯାୟୀ ୟୁନିଟ୍‌ ପିଛା ୩ଟାଙ୍କା ଭିତରେ ରହିବା କଥା, ମାତ୍ର ଏହା ଏବେ ୩.୪୦ଟଙ୍କା ରହିଛି। ନିକଟରେ ଆୟୋଗଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ ମଙ୍ଗଳବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ହେବ। ଯଦି ଆୟୋଗ କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରନ୍ତି ତେବେ ବିଦ୍ୟୁତ୍‌ ଟାରିଫ୍‌ କମିବ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ରବିବାର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ପରିଚାଳନାଧୀନ ଇବ୍‌ ଥର୍ମାଲରୁ ଉତ୍ପାଦିତ ବିଦ୍ୟୁତ ରାଜ୍ୟ ଚାହିଦାର ଏକ-ତୃତୀୟାଂଶ ପୂରଣ କରୁଛି। ଏହାର ନିର୍ମାଣାଧୀନ ୧୩୨୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅର୍ଦ୍ଧାଧିକ ବିଦ୍ୟୁତ ଚାହିଦା ପୂରଣ ହେବ। ଟାରିଫ୍‌ ଦୃଷ୍ଟିରୁ ଓପିଜିସି ବିଦ୍ୟୁତ୍‌ ମୂଲ୍ୟ କେନ୍ଦ୍ରୀୟ ତାପଜ ବିଦ୍ୟୁତଠାରୁ ଶସ୍ତା ହେଲେ ବି ବେଦାନ୍ତ, ଜିନ୍ଦଲ ଭଳି ଘରୋଇ ସଂସ୍ଥାଙ୍କ (ଆଇପିପି) ତୁଳନାରେ ଅକାରଣରେ ମହଙ୍ଗା ହେଉଛି। ଫଳରେ ରାଜ୍ୟର ଉପଭୋକ୍ତାମାନେ ଜାତୀୟ ହାର ତୁଳନାରେ ଅଧିକ ବିଲ୍‌ ପଇଠ କରିବାକୁ ବାଧ୍ୟ ହେଉଛନ୍ତି। ଉପଭୋକ୍ତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସ୍ବତନ୍ତ୍ର କୋଇଲା ଖଣି ଆବଣ୍ଟନ ନୀତି ଆଧାରରେ କେନ୍ଦ୍ର ସରକାର ମନୋହରପୁର ଓ ଡିପ୍‌ ସାଇଡ୍‌ ମନୋହରପୁର ଭଳି ଦୁଇଟି ଉଚ୍ଚମାନର କୋଇଲା ଖଣିକୁ ଓପିଜିସିର କୋଇଲା ଚାହିଦା ପୂରଣ ପାଇଁ ୨୦୧୫ରେ ଆବଣ୍ଟନ କରିଥିଲେ। ଏହି ଖଣି ଦୁଇଟିକୁ ପାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓପିଜିସି ଓଡ଼ିଶା କୋଲ୍‌ ଆଣ୍ଡ ପାୱାର ଲିଃ (ଓସିପିଏଲ୍‌) ନାମରେ ସହଯୋଗୀ ସଂସ୍ଥା ଗଠନ କରିଥିଲେ।
୨୦୧୯ରୁ ଓସିପିଏଲ୍‌ ଏହି ଖଣିରୁ କୋଇଲା ଉତ୍ତୋଳନ କରି ଓପିଜିସିକୁ କୋଇଲା ଯୋଗାଇ ଆସୁଥିଲେ ହେଁ କେନ୍ଦ୍ରୀୟ ନୀତି ଅନୁଯାୟୀ ଉପଭୋକ୍ତାମାନେ ଯେଉଁ ପ୍ରତ୍ୟକ୍ଷ ଫାଇଦା ପାଇବା କଥା ସେଥିରୁ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଆବଣ୍ଟିତ କୋଇଲା ଖଣିରୁ ଉପଭୋକ୍ତାଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କୋଇଲାର ମୂଲ୍ୟ ନିର୍ଣ୍ଣୟ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗ(ସିଇଆରସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ରେ କେନ୍ଦ୍ରୀୟ ଆୟୋଗ ଏଥିପାଇଁ ଆବଶ୍ୟକ ଅଧିନିୟମ ଲାଗୁ କରି କୋଇଲାର ଟନ୍‌ ପିଛା ମୂଲ୍ୟକୁ ୧,୦୦୦ ଟଙ୍କା ମଧ୍ୟରେ ସୀମିତ ରଖିଲେ। ଫଳରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ହାରାହାରି ୯୦୦ ଟଙ୍କା ଦରରେ କୋଇଲା ପାଉଛନ୍ତି। ବିଦ୍ୟୁତ ଆଇନର ଧାରା ୬୧ ଅନୁସାରେ କେନ୍ଦ୍ରୀୟ ଆୟୋଗଙ୍କ ଦ୍ବାରା ଜାରି ନୀତି ଓ ନିୟମ ରାଜ୍ୟ ନିୟାମକ ଆୟୋଗଙ୍କ ପାଇଁ ଶିରୋଧାର୍ଯ୍ୟ। ମାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରହସ୍ୟଜନକ ଭାବେ ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଓପିଜିସି କୋଇଲା ମୂଲ୍ୟ ହାରାହାରି ଦୁଇଗୁଣ (ଟନ୍‌ ପିଛା ୧୮୦୦ ଟଙ୍କା) ରହୁଛି।
ଆୟୋଗଙ୍କ ଏଭଳି ଉପଭୋକ୍ତା ମାରଣ ନୀତି ବିରୋଧରେ ୨୦୨୩ ଟାରିଫ୍‌ ଜନଶୁଣାଣି ବେଳେ ପ୍ରବଳ ବିରୋଧ କରାଯାଇଥିଲା। ଶେଷରେ ଓଇଆରସି କୋଇଲା ମୂଲ୍ୟ ନିର୍ଦ୍ଧାରଣ ପାଇଁ ୨୦୨୪ ମାର୍ଚ୍ଚ ୨୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉପରୋକ୍ତ ଅଧିନିୟମ ଅନୁଯାୟୀ ଏ ପର୍ଯ୍ୟନ୍ତ କୋଇଲା ମୂଲ୍ୟ ନିର୍ଣ୍ଣୟ ହୋଇ ନ ଥିବାବେଳେ ଆୟୋଗ ଓପିଜିସିର ଦ୍ବିତୀୟ ପର୍ଯ୍ୟାୟ (ୟୁନିଟ୍‌ ୩ ଓ ୪) ପାଇଁ ଚଳିତ ମାସ ୧୫ ତାରିଖରେ ଜନଶୁଣାଣି ଦିନ ଧାର୍ଯ୍ୟ କରିଛନ୍ତି। କୋଇଲା ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ଏ ଯାଏ ସାର୍ବଜନୀନ ହୋଇ ନ ଥିବାବେଳେ ଆୟୋଗ କେଉଁ ସ୍ବଚ୍ଛତା ଆଧାରରେ ଜନଶୁଣାଣି କରିବାକୁ ଯାଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଜନଶୁଣାଣିି ବେଳେ ଓଇଆରସିଙ୍କ ପକ୍ଷରୁ କି’ ପଦକ୍ଷେପ ଗ୍ରହଣ କରାଯାଉଛି ତାକୁ ରାଜ୍ୟବାସୀଙ୍କ ଅପେକ୍ଷା କରିଛନ୍ତିି ବୋଲି ଶକ୍ତି ସମୀକ୍ଷକ ଆନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

ରାଜନୀତିରେ ହଇଚଇ! ଯୁବକଙ୍କୁ ରାସ୍ତାରେ ଚାପୁଡ଼ା ମାରିଲେ ମନ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀର PWD ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?