Posted inଜାତୀୟ

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି ବିଲ୍ ଯୋଗୁଁ ଚିନ୍ତିତ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି। ଜୁଲାଇ ମାସରେ ଉତ୍ତର ପ୍ରଦେଶରେ ବିଦ୍ୟୁତ ଦର ୪.୪୩ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବାକୁ ଯାଉଛି। ଏହାର ସିଧାସଳଖ ଅର୍ଥ ହେଉଛି ଏହି ମାସରେ ଆପଣଙ୍କ ବିଜୁଳି ବିଲ୍ କମିଯିବ। ଗତ ୧୫ ମାସ ମଧ୍ୟରେ ରାଜ୍ୟର ଗ୍ରାହକଙ୍କୁ ମିଳିବାକୁ ଥିବା ଏହା ସବୁଠାରୁ ବଡ଼ ମାସିକ ଆଶ୍ୱସ୍ତି।

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବଢିବା ଯୋଗୁଁ ଦର ବୃଦ୍ଧି ହେବାର ଆଶଙ୍କା ଥାଏ, କିନ୍ତୁ ଫ୍ୟୁଏଲ୍ ସରଚାର୍ଜରେ ୪.୪୩% ର ଏହି ହ୍ରାସ ଗ୍ରାହକଙ୍କ ପାଇଁ କୌଣସି ବଡ଼ ଆଶ୍ୱସ୍ତିରୁ କମ୍ ନୁହେଁ। ଗ୍ରାହକମାନେ ଜୁଲାଇ ମାସର ବିଲିଂ ଚକ୍ରରେ ଏହି ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖିବାକୁ ପାଇବେ।

ଉତ୍ତର ପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡ୍ (UPPCL), ଉତ୍ତର ପ୍ରଦେଶ ବିଦ୍ୟୁତ ନିୟାମକ ଆୟୋଗ (UPERC) ର ନିର୍ଦ୍ଦେଶ ପରେ ଜୁଲାଇ ମାସ ପାଇଁ ଏକ ନୂତନ ସଂଶୋଧିତ ଆଦେଶ ଜାରି କରିଛି। ପ୍ରକୃତରେ, ‘ଫ୍ୟୁଏଲ୍ ଆଣ୍ଡ ପାୱାର ପର୍ଚେଜ୍ ଆଡଜଷ୍ଟମେଣ୍ଟ ସରଚାର୍ଜ’ (FPPAS) ଅର୍ଥାତ୍ ଇନ୍ଧନ ଅଧିଭାର ଶୁଳ୍କର ଦର ଏଥର ମାଇନସ୍ (ନେଗେଟିଭ୍) କୁ ଚାଲିଯାଇଛି। ଏପ୍ରିଲ୍ ୨୦୬ ରେ ବିଦ୍ୟୁତ କ୍ରୟର ଯେଉଁ ପ୍ରକୃତ ଖର୍ଚ୍ଚ ହୋଇଥିଲା, ସେହି ଆଧାରରେ ଏହି ଗଣନା କରାଯାଇଛି। ଏପ୍ରିଲ୍ ମାସରେ ଏହି ଗଣନା ମାଇନସ୍ ୪.୪୩ ପ୍ରତିଶତ ରେକର୍ଡ କରାଯାଇଥିଲା, ଯାହାର ସିଧାସଳଖ ଲାଭ ଏବେ ଜୁଲାଇ ବିଲ୍‌ରେ ଗ୍ରାହକଙ୍କୁ ମିଳିବାକୁ ଯାଉଛି।

ରାଜ୍ୟର ସମସ୍ତ ଶ୍ରେଣୀର ଗ୍ରାହକ (ଘରୋଇ, ବ୍ୟବସାୟିକ ଏବଂ ଗ୍ରାମୀଣ)ଙ୍କୁ ମୋଟ ମିଶାଇ ପ୍ରାୟ ୩୫୮.୩୧ କୋଟି ଟଙ୍କାର ସିଧାସଳଖ ଲାଭ ମିଳିବ। ଏହାପୂର୍ବରୁ ଗ୍ରାହକଙ୍କୁ ମାର୍ଚ୍ଚ ୨୦୬ ର ବିଲ୍‌ରେ ୨.୪୨ ପ୍ରତିଶତର ଆଶ୍ୱସ୍ତି ମିଳିଥିଲା, କିନ୍ତୁ ଏଥରର ଆଶ୍ୱସ୍ତି ତା’ଠାରୁ ଅନେକ ଗୁଣା ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri