ଡେଲାଙ୍ଗରେ ନିର୍ବାଚନୀ ହିଂସା

ଡେଲାଙ୍ଗ,୧୨।୪(ଡି.ଏନ୍‌.ଏ): ପିପିଲି ଉପନିର୍ବାଚନ ପାଇଁ ରବିବାର ପ୍ରଚାର ଚାଲିଥିବାବେଳେ ପୁଣି ହିଂସାକାଣ୍ଡ ଘଟିଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ଗ୍ରାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ୨ଜଣ ଭାଜପା କର୍ମୀ ଗୁରୁତର ଆହତ ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଭାଜପା କର୍ମୀମାନେ ଡେଲାଙ୍ଗ ହାଟବଜାରଠାରେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଜେଡିର ୩ କର୍ମୀଙ୍କୁ ଭାଜପାକର୍ମୀ ମାଡ ମାରିଥିବା ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି କର୍ମୀମାନେ ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତାର ରେଞ୍ଚଛକରେ ରାସ୍ତାରୋକୋ କରିଛନ୍ତି। ଉକ୍ତ ଦୁଇଟି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୫ ଆହତଙ୍କୁ ପ୍ରଥମେ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଭାଜପା କର୍ମୀ ମନୋରଞ୍ଜନ ବରାଳ ଓ ସାଗର ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ୯ଟାରେ ଜେନାପୁର ପଞ୍ଚାୟତ ପାଇକସାହି ଗ୍ରାମର ଭାଜପା କର୍ମୀ ମନୋରଞ୍ଜନ ବରାଳ, ସାଗର ଦାସ, ଅଶ୍ୱିନୀ କୁମାର ସାହୁ ଓ ସତ୍ୟବାଦୀ ଚୌନି ଏକାଠି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି କର୍ମୀ ତଥା ଉକ୍ତ ପଞ୍ଚାୟତର ସମିତି ସଭ୍ୟ ପ୍ରଭାତ ଜେନା ସେଠାରେ ପହଞ୍ଚି ସେମାନଙ୍କୁ ଧମକଚମକ ଦେଇଥିଲେ। ଏ ନେଇ ଭାଜପା ପକ୍ଷରୁ ପୂର୍ବାହ୍ନ ୧୦ଟାରେ ଡେଲାଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ମାତ୍ର ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି। ପରେ ଅପରାହ୍ନ ୩ଟାରେ ବ୍ରାହ୍ମଣବାଡ଼ ଗ୍ରାମରେ ଡୋର କ୍ୟାମ୍ପେନିଂ ବେଳେ ସମିତି ସଭ୍ୟ ପ୍ରଭାତ ଜେନା ଓ ସହଯୋଗୀମାନେ ମିଳିତ ଭାବେ ମନୋରଞ୍ଜନ, ସତ୍ୟବାଦୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିଥିଲେ। ଏହା ପ୍ରତିବାଦରେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଭାଜପା ନେତା ସୁରଥ ବିଶ୍ୱାଳ, ମାନସ ମହାନ୍ତି, ପ୍ରଭାତି ପରିଡା, ଗୋଲଖ ମହାପାତ୍ର, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଶତାଧିକ କର୍ମୀ ହାଟବଜାରଠାରେ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ପହଞ୍ଚି ବୁଝାଶୁଝା କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାଜପା ନେତାମାନେ କହିଥିଲେ। ସେହିପରି ବିଜେଡିର ୩କର୍ମୀ ପାଇକସାହି ଗ୍ରାମର ଅକ୍ଷୟ ମହାପାତ୍ର, ସାଦପଡ଼ା ଗ୍ରାମର ଗିରିଧାରୀ ଦାସ ଓ ଲକ୍ଷ୍ମୀଧର ମହାପାତ୍ର ବାଇକରେ ଡେଲାଙ୍ଗ ରାସ୍ତାରେ ଘରକୁ ଫେରୁଥିବାବେଳେ ବେରବୋଇ ଲେଭଲ କ୍ରସିଂଠାରେ ଭାଜପା ପତାକା ଲାଗିଥିବା ଏକ ବୋଲେରୋ ଗାଡ଼ିିରୁ ୩/୪ ଜଣ ବାହାରି ସେମାନଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡେଲାଙ୍ଗ ମେଡିକାଲକୁ ପଠାଇଥିଲେ। ଜେନାପୁର ପଞ୍ଚାୟତରେ ବିଜେଡିର ମହିଳା ସମାବେଶରେ ଜଣେ ମହିଳାଙ୍କୁ ଭାଜପା କର୍ମୀମାନେ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି। ବିଜେଡି ବ୍ଲକ ସଭାପତି ବୈରାଗୀ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଛକରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଭୁବନେଶ୍ୱରସ୍ଥିତ ଏମ୍ସକୁ ଯାଇ ଚିକିତ୍ସିତ ହେଉଥିବା କର୍ମୀ ଦ୍ୱୟଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖରେ ପିପିଲି ଥାନା ଅଧୀନ ସହଜପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଥିଲା। ପ୍ରଚାର ବେଳେ ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ମାଡ଼ ମାରିବା ସହ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri