୭୩୧ ସମବାୟ ସମିତିରେ ନିର୍ବାଚନ, ୨୪୪ ବୁଥ୍‌ ସମ୍ବେଦନଶୀଳ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ରବିବାର ଅନୁଷ୍ଠିତ ହେବ। ୨ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ବିନା ପ୍ରତିଦ୍ବନ୍ଦ୍ବିତାରେ ସଦସ୍ୟ, ସଦସ୍ୟା ନିର୍ବାଚିତ ହୋଇଛନ୍ତି । ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ଆସନ୍ତାକାଲି ନିର୍ବାଚନ ହେବ। ଏହି ୭୩୧ ସମିତିରୁ ୨୪୪ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏହି ବୁଥ୍‌ଗୁଡ଼ିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

ନିର୍ବାଚନ ପରିଚାଳନା ପାଇଁ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି । ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ମୋଟ୍‌ ୪ ଲକ୍ଷ ୫୩ହଜାର ୬୧୦ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଦିନର ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହେବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଥ୍‌ଗୁଡ଼ିକରେ ସିସିଟିଭି ଖଞ୍ଜା ଯାଇଛି। କେହି ବିଶୃଙ୍ଖଳା ସୃଷ୍ଟି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?