ଅସନ୍ତୁଷ୍ଟଙ୍କୁ ଅସ୍ତ୍ର କରୁଛନ୍ତି ବିରୋଧୀ

ଜଗତ୍‌ସିଂହପୁର ଅଫିସ, ୧୩ା୨: ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ଅଞ୍ଚଳ ହିସାବରେ ଅତୀତରୁ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ସ୍ବତନ୍ତ୍ର ପରିଚୟ ରହିଆସିଛି। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ୪ଟି ଜିଲା ପରିଷଦ ଜୋନ ରହିଛି। ସେଥିମଧ୍ୟରୁ ୧ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ କଡା ଟକ୍କର ହୋଇଥିଲା। ମାତ୍ର ୭୬ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସକୁ ହରାଇ ବିଜେଡି ପ୍ରାର୍ଥୀ ଜିତିଥିଲେ। ବଡ କଥା ହେଲା ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ନିଭାଇଥିଲେ। ଚଳିତ ନିର୍ବାଚନରେ କେହି ସ୍ବାଧୀନ ପ୍ରାର୍ଥୀ ହୋଇ ନ ଥିବାରୁ ଲଢେଇ ବିଶେଷକରି ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ତିର୍ତ୍ତୋଲ ୧ନଂ. ଜୋନ ଗତଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହି ଜୋନ ଆମ୍ବେରୀ, ବିଶୁନପୁର, ଦାଇଁଲୋ, ଗୋପାଳପୁର(ଏସ୍‌), କନିମୂଳ, କ୍ରୀଷ୍ଣାନନ୍ଦପୁର ଓ ସାମନ୍ତରାପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୪,୧୫୦ ଥିଲା। ଏଥର ଅଧିକ ୨୪୦୫ ଜଣ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୬,୫୫୫ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ସନାତନ ଦଳେଇଙ୍କୁ ୮୦୪୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୨୩.୫୫% ଭୋଟ ମିଳିଥିଲା। କଂଗ୍ରେସର ମନୋରଞ୍ଜନ ସାମଲଙ୍କ ସପକ୍ଷରେ ୭୯୬୭ ଖଣ୍ଡ, ଅର୍ଥାତ୍‌ ୨୩.୩୨% ଭୋଟ ଯାଇଥିଲା। ଭାଜପାର ଜ୍ୟୋତିରଞ୍ଜନ ସାହୁଙ୍କୁ ୩୩୬୯ ଖଣ୍ଡ, ଅର୍ଥାତ୍‌ ୯.୮୬% ଭୋଟ ମିଳିଥିଲା। ଏହି ନିର୍ବାଚନରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଉପେନ୍ଦ୍ରନାଥ ମହାନ୍ତିଙ୍କୁ ୫୮୭୨ ଖଣ୍ଡ, ଅର୍ଥାତ୍‌ ୧୭.୧୯% ଭୋଟ ମିଳିବା ସବୁ ସମୀକରଣ ଗୋଳମାଳ କରି ଦେଇଥିଲା। ଏଥର ବିଜେଡିରୁ ରଞ୍ଜିତା ସିଂହ, କଂଗ୍ରେସରୁ ଶମିଷ୍ଠା ଦାସ ଓ ଭାଜପାରୁ କିରଣବାଳା ରାଉତ ପ୍ରାର୍ଥୀ ହୋଇଛନ୍ତି।

ଭାଜପା ପ୍ରାର୍ଥୀ ରାଉତ କହିଛନ୍ତି, ଜୋନ ଅନ୍ତର୍ଗତ ସମସ୍ତ ୭ଟି ପଞ୍ଚାୟତରେ ତାଙ୍କର ସ୍ଥିତି ଭଲ ଅଛି। କିନ୍ତୁ କନିମୂଳ, ଗୋପାଳପୁର, ସାମନ୍ତରାପୁର ଓ ଦାଇଁଲୋରେ ଅଧିକ ଭଲ ରହିଛି। ପଞ୍ଚାୟତଗୁଡିକରେ ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ଏକାଧିକ ନେତା ବିଜେଡି ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେମାନେ ତାଙ୍କୁ ସ୍ବତଃ ସହଯୋଗ କରିବେ ବୋଲି ବିଶ୍ୱାସ ଦେଉଛନ୍ତି। ସ୍ବାମୀ ଭାରତୀୟ ସେନାର ଜଣେ ଗାଡି ଚାଳକ ଥିଲେ। ଅବସର ପରେ ଓଡ଼ିଶା ପୋଲିସରେ କାମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିପିଟି (କ୍ଲୋଜ ପ୍ରୋଟେକ୍ସନ ଟିମ୍‌)ରେ ଡ୍ରାଇଭର ଥିଲେ। ଏ ପର୍ଯ୍ୟନ୍ତ କଳଙ୍କ ଲାଗିନି। ତେଣୁ ସ୍ବଚ୍ଛତାକୁ ସେ ସମ୍ବଳ କରିବା ସହ ଠାକୁରଙ୍କ ଆଶ୍ରିତ ଅଛନ୍ତି। ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ରହୁଥିବାରୁ ଲୋକମାନଙ୍କ ଆଦର ଦେଖିବାକୁ ମିଳୁଛି। ତେଣୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ରାଉତ କହିଛନ୍ତି। ବିଜେଡିର ସିଂହ କହିଛନ୍ତି, ବାପା ରାଜନୀତିରେ ଥିଲେ, କିନ୍ତୁ ସେ ରାଜନୀତିରେ ନୂଆ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୨୦୦୬ରୁ ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ଅହରହ ଉଦ୍ୟମ କରି ଚାଲିଛନ୍ତି। ଯେଉଁ କାରଣରୁ ବିଜେଡି ତାଙ୍କ ଉପରେ ଆସ୍ଥା ପ୍ରକଟ ସହ ତିର୍ତ୍ତୋଲ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି କରିଛି। ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଲୋକ ସମ୍ପର୍କ ଅଛି। ତେଣୁ ଭଲ ଭୋଟ ମିଳିବ। ଶାଶୁ ଘର କନିମୂଳ ହୋଇଥିବାରୁ ଏହି ପଞ୍ଚାୟତରୁ ଭଲ ଭୋଟ ମିଳିବ। ବିଜେଡି ଶାସନ ଉପରେ ଲୋକେ ଆସ୍ଥା ପ୍ରକଟ କରୁଥିବାରୁ ତାଙ୍କ ସପକ୍ଷରେ ଜନମତ ଯିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି, ଏହି ଜୋନରେ ଗତ ନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ଥିଲା। ବହୁ କମ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ହାରି ଯାଇଥିଲେ। ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକ ଭୋଟ ଯାଇ ନ ଥିଲେ କଂଗ୍ରେସ ପ୍ରାର୍ଥୀ ଜିତିବାର ଯଥେଷ୍ଟ ସମ୍ଭାବନା ଥିଲା । ଏଥର ମଧ୍ୟ କଂଗ୍ରେସ ଜଣେ ଯୋଗ୍ୟ ପ୍ରାର୍ଥୀ ଦେଇଛି। ଲଢେଇ ଜୋରଦାର ହେବ। ଅସନ୍ତୁଷ୍ଟ ବିଜେଡି ଭୋଟ କଂଗ୍ରେସ ସପକ୍ଷରେ ଅଧିକ ଜନମତ ସୃଷ୍ଟି କରିବ ବୋଲି ବାରିକ କହିଛନ୍ତି। ତେବେ ଆଗକୁ ଦେଖିବାର ଅଛି ପରିସ୍ଥିତିରେ କି ପରିବର୍ତ୍ତନ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri