ନିର୍ବାଚନ ଅଧିକାରୀଙ୍କୁ ତାଲା

ନୀଳଗିରି, ୫।୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ୍‌ସରେ ସମବାୟ ନିର୍ବାଚନ ପ୍ରକ୍ରିୟାରେ ବହୁ ବିଭ୍ରାଟ ଘଟିଥିବା ବେଳେ ନିର୍ବାଚନୀ ନୀତିନିୟମକୁ ସମ୍ପୃକ୍ତ ଲ୍ୟାମ୍ପ୍‌ସ ଶାଖା ପରିଚାଳକ ଓ ନିର୍ବାଚନ ଅଧିକାରୀ ଉଲ୍ଲଂଘନ କରିଥିବା ନେଇ ଉଭୟଙ୍କୁ ପ୍ରାର୍ଥୀମାନେ ତାଲା ପକାଇ ଦେଇଥିଲେ। ଫଳରେ ଘଣ୍ଟା ଘଣ୍ଟା ଧରି ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ଅଶେଷ କୁମାର ନାୟକ ଲ୍ୟାମ୍ପ୍‌ସରେ ପହଞ୍ଚତ୍ବା ପରେ ତାଲା ଖୋଲାଯାଇଥିଲା।
ସୂଚନା ଅନୁସାରେ ଉକ୍ତ ଲ୍ୟାମ୍ପ୍‌ସ ଅଧୀନ ସଜନାଗଡ଼ ସେବା ସମବାୟ ସମିତି ପାଇଁ ମୋଟ୍‌ ୩୭ଜଣ ନିଜର ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଗତ ୩ତାରିଖରେ ସମସ୍ତ ପ୍ରାର୍ଥତ୍ପତ୍ରର ଅଭିଯୋଗ ଓ ଯାଞ୍ଚ ପ୍ରକ୍ରିୟା ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। ଯାଞ୍ଚ ପ୍ରକ୍ରିୟା ନିର୍ଦ୍ଧାରିତ ତାରିଖରେ ହୋଇ ପାରି ନ ଥିଲା। ଶନିବାର ଏମ୍‌ଡି ପ୍ରଶାନ୍ତ କୁମାର ନାୟକ ସମସ୍ତ କାଗଜପତ୍ରକୁ ଆଲମିରାରେ ରଖି ଅଫିସ ଆସି ନ ଥିଲେ। ନିର୍ବାଚନ ଅଧିକାରୀଙ୍କ ପାଖରେ ଚାବି ନ ଥିବାରୁ ଲ୍ୟାମ୍ପ୍‌ସରେ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ଚାବି ଅଣାଯାଇ ଖୋଲିବା ପରେ ଯାଞ୍ଚ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ଆରମ୍ଭ କରିଥିଲେ। ନିର୍ଦ୍ଧାରିତ ତାରିଖରେ ଯାଞ୍ଚ ପ୍ରକ୍ରିୟା କଣ ପାଇଁ କରାଗଲା ନାହିଁ ବୋଲି ବହୁ ପ୍ରାର୍ଥୀ ଅଭିଯୋଗ କରି ତାଲା ପକାଇ ଦେଇଥିଲେ। ଅନ୍ୟପକ୍ଷେ ୫ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ ରହିଥିବା ବେଳେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ତର୍କବିତର୍କ ଲାଗିଥିଲା। ତେବେ ୩୭ଜଣଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ କରିବାକୁ ପ୍ରାର୍ଥୀମାନେ ଅଡି ବସିଥିଲେ। ଏହାକୁ ନେଇ ସେଠାରେ ଏକପ୍ରକାର ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଉପଜିଲାପାଳ, ନୀଳଗିରି ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତର୍ଜମା କରିବା ପରେ ନିର୍ବାଚନ ଅଫିସରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କହିଥିଲେ। ୫ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ହେବା ପରେ ୩୨ଜଣଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଥିବାର ଚୂଡ଼ାନ୍ତ ତାଲିକା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri