ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍‌ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ଖୋର୍ଦ୍ଧା ଜିଲାରେ ୩ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଜିଲାରେ ମୋଟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ଟି(ଖୋର୍ଦ୍ଧା, ବେଗୁନିଆ, ଚିଲିକା, ଜଟଣୀ ଓ ଜୟଦେବ)ରେ ପଞ୍ଚାୟତ ନିର୍ବାଚନ ହେଉଥିବାବେଳେ ଭୁବନେଶ୍ୱର ମଧ୍ୟ, ଉତ୍ତର ଏବଂ ଏକାମ୍ର ନିର୍ବାଚନମଣ୍ଡଳୀରେ ପୌର ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ଦୈନିକ ନୂଆ ରଣନୀତି ଆପଣାଉଛନ୍ତି ନେତା। ସବୁଦଳରେ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଚାଲିଛି ପ୍ରୟାସ। ଗୋଟିଏ ପଟେ ବିଜେଡି ନେତାଙ୍କ ପାଇଁ ଏହି ପଞ୍ଚାୟତ ନିର୍ବାଚନର ଫଳାଫଳ ଆସନ୍ତା ବିଧାନସଭା ଟିକେଟର ରାସ୍ତା ବୋଲି ଆଲୋଚନା ହେଉଥିବାବେଳେ ଭାଜପା ଖାସ୍‌କରି ଅପରାଜିତାଙ୍କ ପାଇଁ ପତିଆରା ବଜାୟ ରଖିବାର ଲଢେଇ ବୋଲି କୁହାଯାଉଛି। ସେହିଭଳି ଉଭୟଙ୍କ ଲଢେଇ ଭିତରେ କଂଗ୍ରେସ କମ୍‌ବ୍ୟାକ୍‌ କରିବାକୁ ସୁଯୋଗ ଖୋଜୁଥିବା ଚର୍ଚ୍ଚା ହେଉଛି। ଜିଲାରେ ମୋଟ ୩୦ ଜିଲା ପରିଷଦ, ୧୯୦ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୭୧୧ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦,୩୦,୦୬୯ ଭୋଟର। ଗତ ୨୦୧୨ ନିର୍ବାଚନରେ ବିଜେଡି ୨୫, କଂଗ୍ରେସ ୧, ଭାଜପା୨ ଓ ଅନ୍ୟାନ୍ୟ ୨ଟି ଜିଲା ପରିଷଦ ଆସନ ଦଖଲ କରିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୦ଟି ଜିଲା ପରିଷଦ ଆସନ ଅକ୍ତିଆର କରିଥିବା ବେଳେ ଭାଜପା ୧୦ଟି ଆସନରେ ବିଜୟ ଲାଭ କରିଥିଲା। କଂଗ୍ରେସ ଖାତା ଖୋଲି ପାରି ନ ଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନ କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ଅନୁଷ୍ଠିତ ହେବ।
ଖୋର୍ଦ୍ଧା ଜିଲାରେ ୮ଟି ବିଧାନସଭା କ୍ଷେତ୍ର ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ୭ଟି ଆସନରେ ବିଜେଡି ବିଜୟ ଲାଭ କରିଥିବାବେଳେ ଜଟଣୀ କଂଗ୍ରେସ ହାତକୁ ଯାଇଥିଲା। ଭୁବନେଶ୍ୱର ଲୋକ ସଭା ଆସନରୁ ଭାଜପାର ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି କ୍ଲିନ୍‌ ସୁଇପ ଯୋଜନାରେ ରହିଥିବାବେଳେ ଭାଜପା ଗତଥର ଅପେକ୍ଷା ଅଧିକ ଆସନ ଲକ୍ଷ୍ୟ ରଖିଛି। ସେହିପରି କଂଗ୍ରେସ ମଧ୍ୟ ଅଧିକରୁ ଅଧିକ ଆସନ ହାତେଇବା ପାଇଁ ଜୋର୍‌ସୋର ଉଦ୍ୟମ ଚଳାଇଛି। ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ଓ୍ବାରି ନେତା ଓ ବିଧାୟକ ଏଥର ପଞ୍ଚାୟତ ନିର୍ବାଚନର ମଙ୍ଗ ଧରିଥିବା ବେଳେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଭାଜପା ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ଏମ୍‌ପି ଅପରାଜିତା। ନିର୍ବାଚନ ରଣାଙ୍ଗନରେ ୩ ଦଳ ପ୍ରାର୍ଥୀଙ୍କ ସହ ହେଭିଓ୍ବେଟ ନେତାଙ୍କ ମଧ୍ୟରେ ଚାଲିଛି ଟକ୍କର। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୫ଦିନ ରହିଥିବାବେଳେ ଗାଁ ଦାଣ୍ଡ ପ୍ରଚାରରେ କମ୍ପୁଛି। ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା। ଭୋଟର ବି ଏଥର ଦଳ ନୁହଁ, ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି। ଏଭଳିସ୍ଥିତିରେ ପଞ୍ଚାୟତ ନିର୍ବାଚନର ଫଳାଫଳ ୩ଦଳର ନେତାଙ୍କ ପାଇଁ ଏକ ପ୍ରକାର ପତିଆରା ଲଢେଇ ବୋଲି କୁହାଯାଉଛି।

ଖୋର୍ଦ୍ଧା:

୨୦୧୭ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୬ଟି ଜିଲା ପରିଷଦ ଆସନ ବିଜେଡି ଖାତାକୁ ଯାଇଥିଲା। ସେହିଭଳି କଂଗ୍ରେସର ଛାମୁଆ ସଙ୍ଗଠକ ବିପିନ ଜୟସିଂ, ପ୍ରମୋଦ ତ୍ରିପାଠୀ,ରାମ ମହାପାତ୍ର ପ୍ରମୁଖ ବିଜେଡିରେ ଯୋଗଦେଇଛନ୍ତି, ଯାହା ଚଳିତ ନିର୍ବାଚନରେ ବିଜେଡିର ଶକ୍ତି ବୃଦ୍ଧି କରିଛି। ସେହିଭଳି ଭାଜପା ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୭୫ହଜାର ଭୋଟ ପାଇଥିଲା। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଅଧିକ ପାଇବାକୁ ଆଶା ରଖିଛି। ତୃଣମୂଳସ୍ତରରେ ଯେପରି ବିଜେଡି ଷ୍ଟ୍ରାଟେଜି ରହିଛି, ତାହା ଭାଜପାକୁ ଅଟକାଇବାକୁ ସକ୍ଷମ ହେବ ବୋଲି ଦଳୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି।

ଜଟଣୀ:

ବିଜେଡି ଏବଂ କଂଗ୍ରେସର ଜିଲା ସଭାପତିଙ୍କ ଗଡ଼ ଜଟଣୀ ନିର୍ବାଚନ ମଣ୍ଡଳୀ। ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେଉଛି। ୨୦୧୭ ନିର୍ବାଚନରେ ବିଜେଡି ସମସ୍ତ ଜିଲା ପରିଷଦ ଆସନ ଦଖଲକୁ ନେଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ତାହା ଓଲଟା ଫଳ ଦେଇଥିଲା। କଂଗ୍ରେସରୁ ସୁରେଶ ରାଉତରାୟ ଜୟଯୁକ୍ତ ହୋଇଥିଲେ। ତେଣୁ ଏଠାରେ ଉଭୟ ନେତା ନିଜ ନିଜ ସମ୍ମାନ ବଞ୍ଚେଇବା ପାଇଁ ଲଢେଇକୁ ଜୋରଦାର କରିଛନ୍ତି। ବିଜେଡି-କଂଗ୍ରେସ ଫାଇଟ ମଧ୍ୟରେ ଭାଜପା ଗୋଳିଆ ଭିତରୁ ଅସନ୍ତୁଷ୍ଟଙ୍କୁ ସାଥୀ କରି ପଦ୍ମ ଫୁଟାଇବା ଲକ୍ଷ୍ୟ ରଖିଛି।

ବେଗୁନିଆ:

ଏହି ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ୬ଟି ଜିଲା ପରିଷଦ ଆସନରୁ ବିଜେଡି ଓ ଭାଜପା ଉଭୟ ୩ଟି ଲେଖାଏ ଆସନ ପାଇଥିବାବେଳେ ଚଳିତ ଥର ଉଭୟ ଦଳ ସମସ୍ତ ଆସନରେ ବିଜୟ ଆଶା କରିଛନ୍ତି। ଚଳିତ ନିର୍ବାଚନରେ ସମସ୍ତ ଜୋନ୍‌ରେ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିବେ ବୋଲି ବିଧାୟକ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି। ବିଜେଡିର ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା କଂଗ୍ରେସ ନେତା ପ୍ରଦୀପ ସାହୁ ଚଳିତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି। ଅନ୍ୟପଟେ ବିଜେଡିରେ ଗୋଷ୍ଠୀକନ୍ଦଳକୁ ଅସ୍ତ୍ର କରିଛି ଭାଜପା। ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ନିଜ କ୍ୟାମ୍ପକୁ ଆଣିବା ପାଇଁ ଅପରାଜିତା ରଣନୀତି ପ୍ରସ୍ତୁତ କରିଛନ୍ତି।ବେଗୁନିଆ ଓ ବୋଲଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ କଂଗ୍ରେସର ଦୁର୍ଗ କୁହାଯାଉଥିବା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ଶୂନ୍ୟ ହୋଇପଡିଛି କଂଗ୍ରେସ। ଏଠାରୁ କଂଗ୍ରେସ ନେତା ପୃଥୀବଲ୍ଲବ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିଛନ୍ତି।

ଜୟଦେବ:

ଏହି ନିର୍ବାଚନମଣ୍ଡଳୀର ୨ଟି ବ୍ଲକ ବାଲିଅନ୍ତା ଓ ବାଲିପାଟଣାରେ ୬ଟି ଜିଲା ପରିଷଦ ଆସନରୁ ବିଜେଡି ୫ଟି ଓ ଭାଜପା ଗୋଟିଏ ଆସନ ଦଖଲ କରିଥିଲା। ନିର୍ବାଚନ ପୂର୍ବରୁ ବହୁ ନେତା ଶଙ୍ଖ ଧରିଛନ୍ତି। ଟିକେଟ ବଣ୍ଟନକୁ ନେଇ ଶାସକ ଦଳରେ ଅନେକ ଅସନ୍ତୁଷ୍ଟ ରହିଛନ୍ତି। ଏଠାରେ ମଧ୍ୟ ଭାଜପା ବାଜି ମାରିବା ପାଇଁ ଅପରାଜିତା ବ୍ଲୁ-ପ୍ରିଣ୍ଟ କରିଛନ୍ତି। ଯୁବବର୍ଗ ଭାଜପା ଆଡକୁ ମୁହାଁଇଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଜିତା ଓ ୟୁଥ୍‌ ଫର୍‌ ଆକ୍ସନ ନାଁରେ ଦୁଇଟି ସଙ୍ଗଠନ ସହ ଯୋଡି ହୋଇ ଯୁବ ଓ ମହିଳାଙ୍କ ଭୋଟ ଉପରେ ଆଖି ପକାଇଛି ଅପରାଜିତାଙ୍କ କ୍ୟାମ୍ପ। ଆଉ ଏହି ଦୁଇଟି ସଙ୍ଗଠନ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅପରାଜିତାଙ୍କ ଭୋଟବ୍ୟାଙ୍କକୁ ବଢାଉଥିବା ଚର୍ଚ୍ଚା ହେଉଛି। କିନ୍ତୁ ସବୁଠୁ ବଡ କଥା ହେଉଛି ୨୦୧୭ରେ ଅପରାଜିତାଙ୍କ ବିନା ଭାଜପା ୧୦ ଆସନରେ ବାଜି ମାରିଥିଲା। ଆଉ ୨୦୨୨ରେ ଏହି ସଂଖ୍ୟାକୁ ବଢାଇବା ଅପରାଜିତାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ।

୨୦୧୭ରେ ଚିଲିକା ନିର୍ବାଚନ ମଣ୍ଡଳୀର ୬ଟି ଆସନରୁ ଭାଜପା ୫ ଏବଂ ବିଜେଡି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ହେଲେ ୨୦୧୯ସାଧାରଣ ନିର୍ବାଚନରେ ଭାଜପାକୁ ପଛରେ ପକାଇଥିଲା ବିଜେଡି। ଗେରୁଆ ଦଳ ଧରାଶାୟୀ ହୋଇଥିଲା। ଶଙ୍ଖ ଦଳରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହୋଇଥିଲେ। ଏବେ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ଦଳୀୟ ବିଶୃଙ୍ଖଳା ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି। ଚଳିତ ବର୍ଷ ତାଙ୍କ ସ୍ତ୍ରୀ ତଥା ବିଜେଡି ନେତ୍ରୀ ସଙ୍ଗୀତା ଜଗଦ୍ଦେବ ପ୍ରାର୍ଥୀଙ୍କ ମଙ୍ଗ ଧରିଥିବାବେଳେ ପ୍ରଚ୍ଛଦ ପଟରେ ଗୋଟି ଚାଳଣା କରୁଛନ୍ତି ପ୍ରଶାନ୍ତ। ଏଠାରେ ଅସନ୍ତୁଷ୍ଟ ବିଜେଡି କର୍ମୀ ହିଁ ବିଜେଡି ପାଇଁ କାଳ ହେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଭାଜପା ନିଜର ଏହି ଗଡ଼କୁ ସୁରକ୍ଷିତ ରଖିବା ପାଇଁ ସବୁସ୍ତରରୁ ଉଦ୍ୟମ ଆରମ୍ଭ କରିଛି। ଭାଜପା ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଏବଂ ଦଳର ହେଭିୱେଟ ନେତା ପୃଥ୍ବୀରାଜ ହରିଚନ୍ଦନ ମଙ୍ଗ ଧରିଛନ୍ତି। କଂଗ୍ରେସର ଟାଣୁଆ ନେତା ପ୍ରଦୀପ ସ୍ବାଇଁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋର ପ୍ରଚାର ଜାରି ରଖିଛନ୍ତି।

ଚିଲିକା:

୨୦୧୭ରେ ଚିଲିକା ନିର୍ବାଚନ ମଣ୍ଡଳୀର ୬ଟି ଆସନରୁ ଭାଜପା ୫ ଏବଂ ବିଜେଡି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ହେଲେ ୨୦୧୯ସାଧାରଣ ନିର୍ବାଚନରେ ଭାଜପାକୁ ପଛରେ ପକାଇଥିଲା ବିଜେଡି। ଗେରୁଆ ଦଳ ଧରାଶାୟୀ ହୋଇଥିଲା। ଶଙ୍ଖ ଦଳରୁ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହୋଇଥିଲେ। ଏବେ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ଦଳୀୟ ବିଶୃଙ୍ଖଳା ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି। ଚଳିତ ବର୍ଷ ତାଙ୍କ ସ୍ତ୍ରୀ ତଥା ବିଜେଡି ନେତ୍ରୀ ସଙ୍ଗୀତା ଜଗଦ୍ଦେବ ପ୍ରାର୍ଥୀଙ୍କ ମଙ୍ଗ ଧରିଥିବାବେଳେ ପ୍ରଚ୍ଛଦ ପଟରେ ଗୋଟି ଚାଳଣା କରୁଛନ୍ତି ପ୍ରଶାନ୍ତ। ଏଠାରେ ଅସନ୍ତୁଷ୍ଟ ବିଜେଡି କର୍ମୀ ହିଁ ବିଜେଡି ପାଇଁ କାଳ ହେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଭାଜପା ନିଜର ଏହି ଗଡ଼କୁ ସୁରକ୍ଷିତ ରଖିବା ପାଇଁ ସବୁସ୍ତରରୁ ଉଦ୍ୟମ ଆରମ୍ଭ କରିଛି। ଭାଜପା ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ ଏବଂ ଦଳର ହେଭିୱେଟ ନେତା ପୃଥ୍ବୀରାଜ ହରିଚନ୍ଦନ ମଙ୍ଗ ଧରିଛନ୍ତି। କଂଗ୍ରେସର ଟାଣୁଆ ନେତା ପ୍ରଦୀପ ସ୍ବାଇଁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋର ପ୍ରଚାର ଜାରି ରଖିଛନ୍ତି।

ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?