ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଜରିମାନା ଲଗାଇଲେ ନିର୍ବାଚନ ଆୟୋଗ

ଇସ୍‌ଲାମାବାଦ,୨୨।୩: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ସମସ୍ୟା ଥମିବାର ନାଁ ନେଉନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ଜରିମାନା ଲଗାଇଛନ୍ତି। ସ୍ବାତର ଦର୍ଗାଇରେ ଏକ ଜନସଭା ଆୟୋଜିତ କରିବାକୁ ନେଇ ପାକିସ୍ତାନର ନିର୍ବାଚନ ଆୟୋଗ(ଇସିପି) ଇମ୍ରାନଙ୍କ ଉପରେ ୫୦ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୧୯ରେ ଏକ ଜନସଭାରେ ସାମିଲ ହେବା ନେଇ ଇମ୍ରାନଙ୍କୁ ୫୦ହଜାର ଟଙ୍କା ଜରିମାନା କରାଯାଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଅନ୍ୟମାନଙ୍କୁ ଖେବର ପଖତୁନଖଓ୍ବ୍ବା ଜିଲାରେ ସାର୍ବଜନିକ ସଭାରେ ଯୋଗଦେବାକୁ ବାରଣ କରିଛନ୍ତି। ବିଶେଷକରି ଯେଉଁଠାରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ହେବାର ଅଛି। ତେବେ ଇମ୍ରାନଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି, ଖେବର ପଖତୁନୁଖୱା ମୁଖ୍ୟମନ୍ତ୍ରୀ ମହମୁଦ ଖାନ, ମୁରାଦ ସଇଦ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

ଅଶ୍ଳୀଳ ଓ୍ବେବ୍‌ସାଇଟ୍‌ରେ ଏହି ଶିକ୍ଷକ ଦେଉଛନ୍ତି ଗଣିତ ଶିକ୍ଷା, ଭାଇରାଲ ହେଉଛି ଭିଡିଓ

କରୋନା ମହାମାରୀ ଯୋଗୁ ଶିକ୍ଷା ପଦ୍ଧତିରେ ଅନେକ ପରିବର୍ତ୍ତନ ହୋଇଛି। ପିଲା ସ୍କୁଲ ନ ଯାଇ ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଲାଇଭ୍‌ କ୍ଲାସ୍‌କୁ ବାଦ୍‌...

ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି...

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି...

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ...

ମାସ୍କ୍ ପିନ୍ଧିବାକୁ ମନା କଲେ ଟ୍ରମ୍ପ୍‌

ୱାଶିଂଟନ, ୪ ।୪: ଆମେରିକାରେ କରୋନ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବି ସରକାରଙ୍କ ପକ୍ଷରୁ ଜାତୀୟ...

ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ...

Advertisement
Archives

Model This Week