ପ୍ରଶ୍ନ ଘେରରେ ନିର୍ବାଚନ ଆୟୋଗ

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ‘ଗଣତନ୍ତ୍ରର ଉତ୍ସବ’ ରୂପେ ଉତ୍ସାହଜନକ ହୋଇନାହିଁ। ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ଭାଜପା ନେତାଙ୍କ ବୟାନବାଜି ସମଗ୍ର ପ୍ରଚାରକୁ ତିକ୍ତ ଓ ଅରୁଚିକର କରିଦେଇଛି। ମୁଖ୍ୟ ଦୁଇ ଦଳ ପରସ୍ପର ବିରୋଧରେ ହିଂସା ଭିଆଇବା ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିବାରେ ଲାଗିଛନ୍ତି। ପଶ୍ଚିମବଙ୍ଗବାସୀଙ୍କ ଆସ୍ଥାକୁ ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ବାଚନ କମିଶନ ଉଚିତ ପଦକ୍ଷେପ ନେଇପାରିଥାଆନ୍ତେ। ଭୋଟରଙ୍କ ରାଜନୈତିକ ମତାଧିକାରକୁ ସୁରକ୍ଷା ଦେଇପାରିଲେ ହିଁ ଇସିଙ୍କ ଉପରେ ଲୋକଙ୍କ ଭରସା ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି। ଏଥିସହ ଆୟୋଗଙ୍କ ନିରପେକ୍ଷତା ଓ ସ୍ବାୟତ୍ତତା ଉପରେ ପ୍ରଶ୍ନଚିହ୍ନ ଲାଗିଛି।
ପଶ୍ଚିମବଙ୍ଗର ୮ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମାରାଥନ ପ୍ରଚାର ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଖେଲା’ରେ ହଠାତ୍‌ ୨୪ ଘଣ୍ଟିଆ ରୋକ୍‌ ଲଗାଇଦେଇଥିଲେ ଭାରତର ନିର୍ବାଚନ କମିଶନ (ଇସିଆଇ)। ଏହାର ପ୍ରତିବାଦରେ ମମତା କୋଲକାତାରେ ଧାରଣାରେ ବସି ବିକ୍ଷୋଭ କରିଥିଲେ। ନିର୍ବାଚନ ଆୟୋଗଙ୍କ ପ୍ରଚାର ବାସନ୍ଦ ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଛନ୍ତି। ମମତା ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୦ରେ ହୁଇଲ୍‌ ଚେୟାରରେ ମାୟୋ ରୋଡ୍‌କୁ ଆସି ଗାନ୍ଧୀ ମୂର୍ତ୍ତି ନିକଟରେ ଏକୁଟିଆ ଧାରଣାରେ ବସିଥିଲେ। ପ୍ରତିବାଦ ଜଣାଇବାକୁ ଯାଇ ସେ ଏକ କଳା ସ୍କାର୍ପ ଘୋଡ଼ି ହୋଇଥିଲେ। ସେ ପେଣ୍ଟିଂ ମଧ୍ୟ କରିଥିଲେ। ଧାରଣାସ୍ଥଳରେ ଦଳର ଅନ୍ୟ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ରାତି ୮ଟାରେ ଧାରଣାରୁ ଉଠିବା ପରେ ମମତା ବରସାତ ଓ ବିଧାନନଗରରେ ଟିଏମ୍‌ସିର ୨ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri