କଡ଼ାକଡ଼ି ପାଳନ ହେବ ନିର୍ବାଚନ ଆଚରଣ ବିଧି

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇଛି। ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ ଲାଗି ଗୁରୁତ୍ୱ ଦିଆଯାଇଛି। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ଆଲୋଚନା କରିଛନ୍ତି। କିଭଳି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଜ଼ିଲାପାଳ।
ପରେ ଏକ ଖବରଦାତା ସମ୍ମିଳନୀରେ ଜ଼ିଲାପାଳ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଜିଲାର ସମସ୍ତ ସ୍ଥାନରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ବାହାର କରାଯାଉଥିବା। ଜ଼ିଲାପାଳ କହିଛନ୍ତି, ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ୧୩ ବିଧାନସଭା ଆସନ ଏବଂ ବ୍ରହ୍ମପୁର ଓ ଆସ୍କା ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ଜିଲାରେ ୨୯ ଲକ୍ଷ ୭୧ ହଜାର ମତଦାତା ରହିଛନ୍ତି। ସେଥିରୁ ୧୫,୩୧୬୬୦ ପୁରୁଷ ଓ ୧୪୩୯୨୮୬ ମହିଳା ଭୋଟର ଅଛନ୍ତି। ତୃତୀୟ ଲିଙ୍ଗ ୨୮୧ ଏବଂ ଯୁବ ଭୋଟର ୬୫୦୮୦ ରହିଛନ୍ତି। ମତଦାତା ଲାଗି ୩୦୭୭ଟି ବୁଥ କେନ୍ଦ୍ର ସ୍ଥାପନ ହୋଇଛି। ୪୨୪ ସଖି ବୁଥ କରାଯାଇଛି। ୨୬ ମହିଳା ଲିଡ ବୁଥ ଏବଂ ୩୯ ଯୁବ ବୁଥ ଏବଂ ୧୩ଟି ଦିବ୍ୟାଙ୍ଗ ମାନଙ୍କ ପାଇଁ ବୁଥ କରାଯାଇଛି। ପ୍ରାର୍ଥୀମାନେ ସୁବିଧା ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ ସଭା ସମିତି ଅନୁମତି ପାଇବାର ବ୍ୟବସ୍ଥା କରାଯାଇଛି। ୮୫ବର୍ଷରୁ ଊର୍ଦ୍ଧ୍ୱ ଭୋଟର ସ୍ବତନ୍ତ୍ର ଭାବେ ଘରେ ରହି ଭୋଟଦାନ ବ୍ୟବସ୍ଥା ରହିଛି। ଭୋଟ ଗ୍ରହଣ ପାଇଁ ୨୨ ହଜାର ୧୫୨ ପୋଲିଙ୍ଗ ଅଫିସର ନିଯୁକ୍ତ ପାଇଛନ୍ତି। ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଖର୍ଚ୍ଚ ମନିଟରିଙ୍ଗ ଟିମ ଗଠନ ହୋଇଛି। ଏଥିପାଇଁ ୪୩ ଫ୍ଲାଇଙ୍ଗ ସ୍କୁଆର୍ଡ, ୪୩ ଷ୍ଟାଟିକ ସର୍ଭେଲାନ୍ସ ଟିମ ଓ ୩୯ ଭିଡିଓ ସର୍ଭେଲାନ୍ସ ଟିମ, ୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏହି ଖବରଦାତା ସମ୍ମିଳନୀରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri