Posted inଫୁରସତ

ସାଇକେଲରେ ବୃଦ୍ଧାଙ୍କ ବୈଷ୍ଣୋଦେବୀ ଯାତ୍ରା: ଭିଡିଓ ଭାଇରାଲ

ମୁମ୍ବାଇ,୨୧।୧୦-ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ। ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲା ଖାମଗାଁଓ ଅଞ୍ଚଳର ଜଣେ ୬୮ ବର୍ଷିୟା ବୃଦ୍ଧା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ପରିଣତ ବୟସରେ ଉକ୍ତ ବୃଦ୍ଧା ସାଇକେଲରେ ବୈଷ୍ଣୋଦେବୀ ଯାତ୍ରା କରିଛନ୍ତି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରତନ ସାରଦା ଜଣେ ବ୍ୟକ୍ତି ଭିଡିଓଟିକୁ ଶେୟାର କରି ଲେଖିଛନ୍ତି, ୬୮ ବର୍ଷୀୟା ମରାଠି ମହିଳା ଏକାକୀ ସାଇକେଲ ଯୋଗେ ମା’ଙ୍କ ଦର୍ଶନ ନିମନ୍ତେ ବୈଷ୍ଣୋଦେବୀ ଯାତ୍ରା କରୁଛନ୍ତି। ଖାମ୍‌ଗାଁଓରୁ ବୈଷ୍ଣୋଦେବୀ ୨୨ଶହ କି.ମି. ଯାତ୍ରା। ତେଣୁ ମଦର୍ସ ପାଓ୍ବାର୍‌ କହି ସେ ତାଙ୍କୁ ସମ୍ମାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri