ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା… 

ରାୟଗଡ଼ା,୨୪।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା)- ବକ୍ସାଇଟ ପାଇଁ ବିଶ୍ୱ ପ୍ରସିଦ୍ଧ ରାୟଗଡ଼ା ଜିଲାର କାଶୀପୁର ବ୍ଲକ । ହେଲେ ଆଜିବି ସେଠାକାର ବାସିନ୍ଦା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ପଡ଼ି ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣାକ୍ରମରେ କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅର୍ନ୍ତଗତ ହାଡ଼ିଗୁଡ଼ା ପଞ୍ଚାୟତର ଦୋରାଗୁଡ଼ା ଗ୍ରାମରେ। ଗ୍ରାମର ଗୋପାଳ ଦୋରାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା କରାଯାଇଛି। ଏନେଇ ପର୍ଦ୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୫ଜଣଙ୍କୁ ଦୋରାଗୁ ଅଂଚଳରେ ଗିରଫ କରିଥିବା ବେଳେ ଜଣଙ୍କୁ ପୁରୀରୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ପୁରୀରୁ ଈଶ୍ୱର ଦୋରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅନ୍ୟ ୫ଜଣ ହେଲେ ଇନୋ ଦୋରା, ରାମାରାଓ ଦୋରା, ନାଚି ଦୋରା, ରାଜୁ ଦୋରା, ମୋହନରାଓ ଦୋରା ।

ପୋଲିସ ସୂଚନା ମୁତାବକ, ଜାନୁଆରୀ ୨୧ ତାରିଖରେ ଦୋରାଗୁଡ଼ା ଗ୍ରାମର ଗଙ୍ଗାମା ଦୋରା ତାଙ୍କ ବାପା ଗୋପାଳ ଦୋରା(୬୫) ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଗଙ୍ଗାମାଙ୍କ ଏତଲା ପ୍ରକାରେ ଗୋପାଳ ଗାଁ ଠାରୁ ୩୦୦ ମିଟର ଦୂରରେ ଏକ କୁଡ଼ିଆରେ ରହି ଗାଇ ଜଗୁଥିଲେ । ବେଳେବେଳେ ଘରୁ ଯାଇ ତିନିରୁ ଚାରି ଦିନ ପରେ ଫେରନ୍ତି । ହେଲେ ଗଙ୍ଗାମାଙ୍କ ଅଭିଯୋଗ ପ୍ରକାରେ ଗତ ୨୫ ଦିନ ହେଲା ତାଙ୍କ ବାପା ଗୋପାଳ ଯାଇ ଆଉ ଘରକୁ ଫେରି ନ ଥିଲେ । ହେଲେ ଗୁରୁବାର ଦୋରାଗୁଡ଼ା ନିକଟସ୍ଥ ନଦୀରୁ ଗୋପାଳଙ୍କ ହାତଗୋଡ଼ ଓ ଅଣ୍ଟାରେ ପଥର ବନ୍ଧା ହୋଇଥିବା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଏହାକୁ ହତ୍ୟା ସନ୍ଦେହ କରି ଗଙ୍ଗାମା ପୋଲିସରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଆଇଆଇସି କିରଣବାଳା ସାମଲ କେସନଂ ୮/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଗିରଫ ୬ଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ୫ଜଣଙ୍କୁ ଦୋରାଗୁଡ଼ା ଗିରଫ କରିଥିବା ବେଳେ ଈଶ୍ୱର ଦୋରା ଓରଫ ଇଶପାଙ୍କୁ ପୁରୀରୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡ ପରେ ଈଶ୍ୱର ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପୁରୀ ଯାଇଥିଲେ। ମୃତଦେହ ଜବତ ହେବା ପରେ ସେଠାରୁ ଫେରାର ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଧରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ପଚରାଉଚୁରା ପରେ ଗୋପାଳ ଗୁଣିଗାରେଡ଼ି କରି ତାଙ୍କ ପରିବାରବର୍ଗକୁ ଆଘାତ ପହଞ୍ଚାଇଥିବା ସନ୍ଦେହରେ ହତ୍ୟା କରାଯାଇଥିବା ୬ଅ ଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଇଉକାଲିପଟାସ କାଠ, ପ୍ଲାଷ୍ଟିକ ବ୍ୟାଗ ଓ ଦଉଡ଼ିକୁ ପୋଲିସ ଜବତ କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri