ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଥିଲେ, ୬ ଜଣଙ୍କୁ ବାନ୍ଧିଲା… 

ରାୟଗଡ଼ା,୨୪।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା)- ବକ୍ସାଇଟ ପାଇଁ ବିଶ୍ୱ ପ୍ରସିଦ୍ଧ ରାୟଗଡ଼ା ଜିଲାର କାଶୀପୁର ବ୍ଲକ । ହେଲେ ଆଜିବି ସେଠାକାର ବାସିନ୍ଦା ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ପଡ଼ି ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣାକ୍ରମରେ କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅର୍ନ୍ତଗତ ହାଡ଼ିଗୁଡ଼ା ପଞ୍ଚାୟତର ଦୋରାଗୁଡ଼ା ଗ୍ରାମରେ। ଗ୍ରାମର ଗୋପାଳ ଦୋରାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା କରାଯାଇଛି। ଏନେଇ ପର୍ଦ୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୫ଜଣଙ୍କୁ ଦୋରାଗୁ ଅଂଚଳରେ ଗିରଫ କରିଥିବା ବେଳେ ଜଣଙ୍କୁ ପୁରୀରୁ ଗିରଫ କରାଯାଇଥିବା ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ପୁରୀରୁ ଈଶ୍ୱର ଦୋରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅନ୍ୟ ୫ଜଣ ହେଲେ ଇନୋ ଦୋରା, ରାମାରାଓ ଦୋରା, ନାଚି ଦୋରା, ରାଜୁ ଦୋରା, ମୋହନରାଓ ଦୋରା ।

ପୋଲିସ ସୂଚନା ମୁତାବକ, ଜାନୁଆରୀ ୨୧ ତାରିଖରେ ଦୋରାଗୁଡ଼ା ଗ୍ରାମର ଗଙ୍ଗାମା ଦୋରା ତାଙ୍କ ବାପା ଗୋପାଳ ଦୋରା(୬୫) ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଗଙ୍ଗାମାଙ୍କ ଏତଲା ପ୍ରକାରେ ଗୋପାଳ ଗାଁ ଠାରୁ ୩୦୦ ମିଟର ଦୂରରେ ଏକ କୁଡ଼ିଆରେ ରହି ଗାଇ ଜଗୁଥିଲେ । ବେଳେବେଳେ ଘରୁ ଯାଇ ତିନିରୁ ଚାରି ଦିନ ପରେ ଫେରନ୍ତି । ହେଲେ ଗଙ୍ଗାମାଙ୍କ ଅଭିଯୋଗ ପ୍ରକାରେ ଗତ ୨୫ ଦିନ ହେଲା ତାଙ୍କ ବାପା ଗୋପାଳ ଯାଇ ଆଉ ଘରକୁ ଫେରି ନ ଥିଲେ । ହେଲେ ଗୁରୁବାର ଦୋରାଗୁଡ଼ା ନିକଟସ୍ଥ ନଦୀରୁ ଗୋପାଳଙ୍କ ହାତଗୋଡ଼ ଓ ଅଣ୍ଟାରେ ପଥର ବନ୍ଧା ହୋଇଥିବା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଏହାକୁ ହତ୍ୟା ସନ୍ଦେହ କରି ଗଙ୍ଗାମା ପୋଲିସରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଆଇଆଇସି କିରଣବାଳା ସାମଲ କେସନଂ ୮/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଗିରଫ ୬ଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ୫ଜଣଙ୍କୁ ଦୋରାଗୁଡ଼ା ଗିରଫ କରିଥିବା ବେଳେ ଈଶ୍ୱର ଦୋରା ଓରଫ ଇଶପାଙ୍କୁ ପୁରୀରୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡ ପରେ ଈଶ୍ୱର ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ତାଙ୍କ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପୁରୀ ଯାଇଥିଲେ। ମୃତଦେହ ଜବତ ହେବା ପରେ ସେଠାରୁ ଫେରାର ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଧରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ପଚରାଉଚୁରା ପରେ ଗୋପାଳ ଗୁଣିଗାରେଡ଼ି କରି ତାଙ୍କ ପରିବାରବର୍ଗକୁ ଆଘାତ ପହଞ୍ଚାଇଥିବା ସନ୍ଦେହରେ ହତ୍ୟା କରାଯାଇଥିବା ୬ଅ ଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଇଉକାଲିପଟାସ କାଠ, ପ୍ଲାଷ୍ଟିକ ବ୍ୟାଗ ଓ ଦଉଡ଼ିକୁ ପୋଲିସ ଜବତ କରିଥିବା ଏସଡିପିଓ ସାହୁ ସୂଚନା ଦେଇଛନ୍ତି । ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri