Posted inଜାତୀୟ

ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ

ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ଶିବସେନା (ଉଦ୍ଧବ ବାଲାସାହେବ ଦଳ) ଏହି ନିଷ୍ପତ୍ତି ହଜମ କରିପାରୁନାହାନ୍ତି। ଏହି କାରଣରୁ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ଗୁରୁବାର ଶିନ୍ଦେଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଭାଜପାର ଗୋଲାମ ବୋଲି କହିଥିଲେ। ଶିନ୍ଦେଙ୍କ ପୁଅ ମଧ୍ୟ ଜଣେ ଏମ୍‌ପି, ସେ ଏଠାରେ ପରିବାରବାଦ ଦେଖୁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଞ୍ଜୟ ରାଉତ ଗଣତନ୍ତ୍ର ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି, ମହାରାଷ୍ଟ୍ରରେ ଗଣତନ୍ତ୍ରର ସମାପ୍ତି ଯୋଗୁ ସମଗ୍ର ରାଜ୍ୟ ଦୁଃଖିତ। ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି – ଗଣତନ୍ତ୍ର (୧୯୫୦ – ୨୦୨୩)।
ଅନ୍ୟ ଏକ ଟୁଇଟ୍‌ରେ ରାଉତ ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, ପ୍ରତ୍ୟକ୍ଷଦର୍ଶୀ ଅନ୍ଧ ହୋଇଗଲେ, ବଧିରମାନେ ଯୁକ୍ତି ଶୁଣିଲେ, ମିଥ୍ୟାବାଦୀମାନେ ପ୍ରାଧାନ୍ୟ ବିସ୍ତାର କଲେ, ସତ୍ୟ ଅପମାନିତ ହେଲା … ଜୟ ମହାରାଷ୍ଟ୍ର!
ବାଚସ୍ପତି ନାରଓ୍ବେକର ଶିନ୍ଦେ ଏବଂ ବିରୋଧୀ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଆଗତ ଅଯୋଗ୍ୟ ଆବେଦନଗୁଡ଼ିକ ଉପରେ ନିଜ ରାୟ ଶୁଣାଇଛନ୍ତି। ସେ କହିଛନ୍ତି, ୨୦୨୨ ଜୁନ୍‌ରେ ଆବିର୍ଭାବ ହୋଇଥିବା ଶିବସେନା ହିଁ ପ୍ରକୃତ ଶିବସେନା। ୨୦୨୨ ଜୁନ୍‌ ୨୧ରେ ଶିବସେନା ୟୁବିଟିର ସୁନୀଲ ପ୍ରଭୁ ସଚେତକ ପଦ ହରାଇସାରିଥିଲେ ଏବଂ ଶିନ୍ଦେ ଗୋଷ୍ଠୀର ଭରତ ଗୋଗାଓ୍ବାଲେ କ୍ଷମତାପ୍ରାପ୍ତ ହୁଇପ୍‌ ହୋଇଥିଲେ। ତେଣୁ ଶିନ୍ଦେଙ୍କୁ ଶିବସେନା ନେତା ନିଯୁକ୍ତ କରିବା ବୈଧ ନିଷ୍ପତ୍ତି। ତାଙ୍କ ସହ ମିଶି ବିଦ୍ରୋହ କରିଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ। ଶିନ୍ଦେଙ୍କୁ ହଟାଇବା କ୍ଷମତା ଉଦ୍ଧବଙ୍କର ନ ଥିଲା। ଏପରି କି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା କ୍ଷମତା ମଧ୍ୟ ଶିବସେନା ପ୍ରମୁଖଙ୍କର ନ ଥିଲା। ଶିବସେନାର ୧୯୯୯ ସମ୍ବିଧାନ ଅନୁସାରେ ଶିନ୍ଦେଙ୍କ ନେତୃତ୍ୱ ବଜାୟ ରହିବ।
ପ୍ରକାଶ ଯେ, ୨୦୨୨ ଜୁନ୍‌ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବିରୋଧରେ କ୍ୟାବିନେଟ ମନ୍ତ୍ରୀ ଶିନ୍ଦେ ବିଦ୍ରୋହ କରିଥିଲେ। ଫଳରେ ଦଳ ଦୁଇଭାଗ ହୋଇଯାଇଥିଲା ଏବଂ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରର ପତନ ଘଟିଥିଲା। ଉଦ୍ଧବ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇତିମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୩ ଫେବୃଆରୀରେ ଶିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳର ନିର୍ବାଚନୀ ସଙ୍କେତ ‘ଧନୁ ଓ ତୀର’ ପ୍ରଦାନ କରିଥିଲେ। ଆସ୍ଥାଭୋଟ ପୂର୍ବରୁ ଉଦ୍ଧବ ଇସ୍ତଫା ଦେଇଥିବାରୁ ତାଙ୍କ ଅଭିଯୋଗ ବିଚାରଯୋଗ୍ୟ ନୁହେଁ ବୋଲି ଗତ ମେ’ ୧୧ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ବଲ୍‌ ବାଚସ୍ପତିଙ୍କ କୋର୍ଟରେ ଥିବାରୁ ସେ ଜାନୁୟାରୀ ୧୦ ସୁଦ୍ଧା ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଗତ ୭ ତାରିଖରେ ବାଚସ୍ପତି ନାରଓ୍ବେକର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଶିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଏହାକୁ ନେଇ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଣେ ଅଭିଯୁକ୍ତଙ୍କୁ ବିଚାରପତି କିପରି ସାକ୍ଷାତ୍‌ କରିପାରିବେ ବୋଲି ୟୁବିଟି ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି। ସଦ୍ୟ ରାୟ ଆସିବା ପରେ ୟୁବିଟି ଗୋଷ୍ଠୀ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ଏହାକୁ ଆମେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ। ଉଦ୍ଧବ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ‘ଗଣତନ୍ତ୍ରର ହତ୍ୟା’ ଭାବେ ଅଭିହିତ କରି ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି ପ୍ରକାଶ କରିଛନ୍ତି। ଶିବସେନାର ମୋଟ ୫୪ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠ ୩୭ ଜଣ ଶିନ୍ଦେ ଗୋଷ୍ଠୀରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

କୋଲକାତା,୧୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର...

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେବ ମାମଲା, ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮।୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢ଼ିଯାଇଛି। ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ।...

Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ...

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ...

ୟୁଟ୍ୟୁବରେ ବ୍ୟାପୁଥିବା ଅଶ୍ଳୀଳତାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: କେନ୍ଦ୍ର ସରକାରଙ୍କୁ କଲେ ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୧୮।୨: ଏକ ୟୁଟ୍ୟୁବ ଶୋ’ରେ ରଣବୀର ଆଲ୍ଲାହାବାଦିଆ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ୟୁଟ୍ୟୁବ ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳତା ସମ୍ପର୍କରେ...

Indian Politics: ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ରାହୁଲ ଖପ୍ପା, କହିଲେ, ‘ମଧ୍ୟରାତ୍ରିରେ ନିଷ୍ପତ୍ତି ନେବା…’

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟାରେ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ବଦଳିଲା: ଟାର୍ଗେଟ୍‌ କଲା ଆପ୍‌

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ ହୋଇଛି। ଏବେ ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ସକାଳ ୧୧ଟାରେ ଅନୁଷ୍ଠିତ ହେବ।...

ମହାରାଷ୍ଟ୍ରରେ ଟଣାଭିଡା! ଶିନ୍ଦେ କରୁଛନ୍ତି ଅଲଗା ବୈଠକ, ସେପଟେ ଫଡନଭିସ ନେଲେଣି ୨୦ ବିଧାୟକଙ୍କୁ ନେଇ…

ମୁମ୍ବାଇ,୧୮।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ଫଡନଭିସ ସରକାରଙ୍କ ସାମ୍ପ୍ରତିକ ନିଷ୍ପତ୍ତିରୁ ଏହା ଅନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri