Posted inରାଜ୍ୟ

ଏକାମ୍ର ଜମି ଜିଏ ବିଭାଗକୁ ଯିବା ପ୍ରସଙ୍ଗରେ ବିରୋଧୀ କ୍ଷୁବ୍ଧ

ଭୁବନେଶ୍ୱର, ୪।୧୧(ବ୍ୟୁରୋ) : ରାଜଧାନୀର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ କଂଗ୍ରେସ ସରକାର ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ବର୍ତ୍ତମାନ ହଡପ କରିବାକୁ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। କଂଗ୍ରେସ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁର କହିଛନ୍ତି ଯେ, ଏହି ପାର୍କରେ ବିଭିନ୍ନ ପ୍ରକାର ଉଦ୍ୟାନ ଭିତ୍ତିକ ବୃକ୍ଷଲତା ରୋପଣ କରାଯାଇ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫୁଲ, ଫଳ ଚାରା ଯୋଗାଇ ଦେବାର ବ୍ୟବସ୍ଥା ଥିଲା। ଏପରିକି ୩୦ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ମୂଲ୍ୟବାନ ଫୁଲ ଗଛ ଲଗାଯାଇଥିଲା। ଏହାଛଡା ଉନ୍ନତମାନର ପଲ୍ଲୀ ହାଉସ ଏବଂ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଉଦ୍ୟାନ ଫ୍ରେସ୍‌ ପ୍ରଭୃତିରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଭିତ୍ତିିଭୂମି ସୁଦୃଢ଼ କରାଯାଇଥିଲା। ଏହା ଏକ ସଫଳ କାର୍ଯ୍ୟକ୍ରମ ହୋଇଥିଲା। ମାତ୍ର ରାଜ୍ୟ ସରକାର ୨୦ ବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ କଲେନାହିଁ। ଏବେ ରାଜ୍ୟ ସରକାର ଗତ ୧୩ ତାରିଖ ଦିନ ଏଠାରେ ଥିବା ୨୬ ଏକରରୁ ୨୦ ଏକର ୯୦ ଡେସିମିଲ ଜାଗାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି। ବର୍ତ୍ତମାନ ଏହି ସମଗ୍ର ଜମିକୁ ରାଜ୍ୟ ସରକାର ବ୍ୟବସାୟିକ ପ୍ରତିଷ୍ଠାନ ହାତରେ ଶାଗମୁଗ ମୂଲ୍ୟରେ ଟେକି ଦେବା ଲାଗି ଚକ୍ରାନ୍ତ କରିଛନ୍ତି। ଏହାସହ ଡମଣା ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ତମାଣ୍ଡୋ, ଅନ୍ଧାରୁଆ, ପାତ୍ରପଡା, ତରାବୋଇ, ଗଙ୍ଗପଡା, ଜାମୁକୋଳି, ମେଣ୍ଢାଶାଳ, କୁମାରବସ୍ତ, ବେଲପଡା ଇତ୍ୟାଦି ଗ୍ରାମଗୁଡିକର ମଶାଣୀ, ଖେଳପଡିଆ, ମେଲଣପଡିଆ, ସ୍କୁଲ ପଡିଆକୁ ରାଜ୍ୟ ସରକାରଙ୍କ ବଡ ଅଫିସରମାନେ ସଲାସୁତୁରା କରି ବାହାର ସଂସ୍ଥାଗୁଡିକୁ ଶାଗମୁଗ ମୂଲ୍ୟରେ ବିକ୍ରି କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରଥିବା ସେ ଅଭିଯୋଗ କରିଛନ୍ତି। ଏକାମ୍ରକାନନକୁ ବିକ୍ରି କରିବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ତାକୁ ସଫଳ କରିବାକୁ ଦିଆଯିବ ନାହିଁ। ତୁରନ୍ତ ସରକାର ତାଙ୍କ ଚିଠିକୁ ବାତିଲ କରି ଉଦ୍ୟାନ କୃଷି ବିଭାଗ ହାତରେ ସେହି ଜମି ରଖନ୍ତୁ ବୋଲି ସୁର ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏମିତି କ’ଣ ଆବଶ୍ୟକତା ପଡିଲା ସରକାର ଏଭଳି ନିଷ୍ପତ୍ତି ନେଲେ। ୨୦ ଏକର ଜମିରେ ବହୁ ଓଷଧିୟ ବୃକ୍ଷ ସୃଷ୍ଟି କରାଯାଇଛି। ଏହାକୁ ନଷ୍ଟ କରି ସରକାର ସେଠାରେ କଂକ୍ରିଟ ଜଙ୍ଗଲ କରିବାକୁ ବସିଛନ୍ତି। ଏହି ଉତ୍ତର ସରକାରଙ୍କୁ ଦେବାର ଆବଶ୍ୟକତା ଅଛି ବୋଲି ପୃଥ୍ବିରାଜ କହିଛନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ସରକାର ଯେଉଁ ନିଷ୍ପତ୍ତି ନିଅନ୍ତି ତାର ବିକଳ୍ପ ତିଆରି କରନ୍ତି। ସେମାନେ ନଈ ନ ଦେଖି ଲଙ୍ଗଳା ହୋଇପଡୁଛନ୍ତି। ଆଗାମୀ ଦିନରେ ନିଶ୍ଚିତଭାବେ ସେନେଇ ସରକାର ସ୍ପଷ୍ଟ କରିବେ ବୋଲି ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri