ଏକ୍‌ ପେଡ୍‌ ମା’କେ ନାମ୍‌: ମା’ଙ୍କୁ ସମ୍ମାନ, ପରିବେଶକୁ ସୁରକ୍ଷା

ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୫ତମ ଜନ୍ମ ଦିବସ ସାରା ଭାରତରେ ପାଳନ ହେଉଛି। ଏହି ଅବସରରେ ରାଜନୈତିକ ଦଳ, ରାଜ୍ୟ ସରକାର, ବିଭିନ୍ନ ସାମାଜିକ ଅନୁଷ୍ଠାନ ନାନା ପ୍ରକାରେ ଏହି ଦିନକୁ ପାଳନ କରୁଛନ୍ତି। ଏହି ଦିନ କେବଳ ଏକ ଜନ୍ମୋତ୍ସବ ଭାବେ ପାଳନ ହେଉନାହିଁ, ଆଜିର ଦିନରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ବିଭିନ୍ନ ସଂସ୍ଥା, ସରକାର ଓ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଆୟୋଜନ ହେଉଛି।
ଓଡ଼ିଶାରେ ବି ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସରକାରୀ ସ୍ତରରେ ଓଡ଼ିଶା ସରକାର ଏହାକୁ ପାଳନ କରୁଛନ୍ତି, ଯାହା ମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ହେଉଛି, ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରାଯାଉଛି। ଏହି କାର୍ଯ୍ୟକ୍ରମ ‘ଏକ ପେଡ୍‌ ମା’ କେ ନାମ ୨.୦’ ଅଭିଯାନ ଅନ୍ତର୍ଗତ କରାଯାଉଛି।
‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମ ମାନନୀୟ ପ୍ରଧାନମନ୍ତ୍ରୀ ଗତବର୍ଷ ‘ବିଶ୍ୱ ପରିବେଶ ଦିବସ’ ଅବସରରେ ୫ ଜୁନ, ୨୦୨୪ ଦିନ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କେବଳ ଗଛ ଲଗାଇବା ନୁହେଁ, ସରକାରୀ ସ୍ତରରେ ବି ତ ବିଭିନ୍ନ ବିଭାଗ ଦ୍ୱାରା ବୃକ୍ଷରୋପଣ କରାଯାଉଛି। ଏହି କାର୍ଯ୍ୟକ୍ରମର ଅନ୍ତର୍ନିହିତ ବାର୍ତ୍ତା ଥିଲା,‘ମା’ କୁ ସମ୍ମାନ ଦେବା ଏବଂ ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା’। ଖୁବ୍‌ ଅଳ୍ପ ସମୟ ଭିତରେ ଏହି ଉଭୟ ଲକ୍ଷ୍ୟ ପୂରଣ ହୋଇଥିଲା। ମାତ୍ର ଚାରିମାସ ମଧ୍ୟରେ, ଅର୍ଥାତ୍‌ ୨୪ ସେପ୍ଟେମ୍ବର ୨୦୨୪ ସୁଦ୍ଧା ୮୦ କୋଟି ଚାରାରୋପଣ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇଥିଲା। ଏହି କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ସୀମିତ ନ ହୋଇ ସାଧାରଣ ଲୋକଙ୍କ ସହଭାଗିତାରେ ସମ୍ପନ୍ନ ହୋଇଥିଲା। ଯଦିଓ ଓଡ଼ିଶାରେ ନୂତନ ସରକାର ଶାସନକୁ ଆସିଥିଲା, ଆମ ରାଜ୍ୟ ମଧ୍ୟ ୫ କୋଟିର ଧାର୍ଯ୍ୟଲକ୍ଷ୍ୟ ବଦଳରେ ୬.୭୨ କୋଟି ଚାରାରୋପଣ କରିବାରେ ସମର୍ଥ ହୋଇଥିଲା। ଏହା ସଫଳ ହୋଇଥିଲା ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ।
ଚଳିତବର୍ଷ ମାନନୀୟ ପ୍ରଧାନମନ୍ତ୍ରୀଙ୍କ କେବଳ ୭୫ତମ ଜନ୍ମ ବର୍ଷ ନୁହେଁ, ସଂଯୋଗବଶତଃ ଏ ବର୍ଷ ସାରା ଦେଶ ୭୫ତମ ଗଣତାନ୍ତ୍ରିକ ବାର୍ଷିକୀ ପାଳନ କରୁଛି। ସ୍ବାଧୀନତା ପରବର୍ତ୍ତୀ ଭାରତରେ ଜନ୍ମିତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଜୀ ଗତ ଏଗାର ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ଦେଶକୁ ଦୃଢ଼, ସ୍ବଚ୍ଛ, ପ୍ରଭାବୀ ସୁଶାସନ ପ୍ରଦାନ କରୁଛନ୍ତି। ଏହି ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ଶାସନ କାଳରେ ଭାରତର ପ୍ରଗତି ନୂତନ ଶିଖରକୁ ଛୁଇଁବାରେ ସମର୍ଥ ହୋଇଛି। ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାମରିକ ଓ ବୈଦେଶିକ, ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜକୁ ପ୍ରତିପାଦନ କରିବାରେ ସମର୍ଥ ହୋଇଛି। ଆଜି ଆମ ଦେଶ ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ଖୁବ୍‌ଶୀଘ୍ର ତୃତୀୟ ଅର୍ଥନୀତି ହେବାକୁ ଯାଉଛି। ଏହି ଅର୍ଥନୈତିକ ପ୍ରଗତି ଦେଶର ପ୍ରତି ଲୋକଙ୍କ ଜୀବନରେ ସୁଖ, ସ୍ବଚ୍ଛନ୍ଦ ଆଣିବାରେ ସମର୍ଥ ହୋଇଛି। ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତାର ସବୁଠାରୁ ସଦ୍ୟତମ ପ୍ରମାଣ ହେଉଛି, ‘ନୂତନ ଜିଏସ୍‌ଟି ସଂସ୍କାର’, ଯାହା ପ୍ରାୟ ୯୫ ପ୍ରତିଶତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆସନ୍ତା ୨୨ ତାରିଖରୁ ହ୍ରାସ ହେବାକୁ ଯାଉଛି।
ଗତ ଏଗାର ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ସଫଳତାର କାହାଣୀ ବହୁତ ଲମ୍ବା। କିନ୍ତୁ ଏହିସବୁ କାର୍ଯ୍ୟକ୍ରମର ଗୋଟିଏ ଦିଗ ହେଉଛି, ‘ମହିଳାଙ୍କ ପ୍ରତି ସମ୍ମାନ’। ସାରା ଭାରତବର୍ଷ ଦେଖିଛି ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମାତା ଜୀଙ୍କ ମଧ୍ୟରେ ନିବିଡ଼ ମମତାମୟ ସମ୍ପର୍କ। ଅନେକ ସମୟରେ ବିଭିନ୍ନ ମଞ୍ଚରେ ପ୍ରଧାନମନ୍ତ୍ରୀ ନିଜ ମାତା ଜୀଙ୍କ ସଂଘର୍ଷମୟ ଜୀବନ ବିଷୟରେ ଉଲ୍ଲେଖ କରିଛନ୍ତି। ତେଣୁ ମୋଦୀ ଜୀ କାର୍ଯ୍ୟକାରୀ କରିଥିବା ଅନେକ ଯୋଜନାରେ ଦେଶର ଗରିବ ମହିଳାଙ୍କ ସଂଘର୍ଷର କାହାଣୀର ଛାପ ଦେଖିବାକୁ ମିଳେ।
ଦେଶର ଶାସନ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ସ୍ବାଧୀନତା ଦିବସ ଉପଲକ୍ଷେ ଅର୍ଥାତ୍‌ ୧୫ ଅଗଷ୍ଟ ୨୦୧୪ ଦିନ ଲାଲକିଲ୍ଲାର ପ୍ରାଚୀରରୁ ‘ସ୍ବଚ୍ଛ ଭାରତ’ର ଡାକରା ଦେଇଥିଲେ। ଘରେ ଶୌଚାଳୟ ଅଭାବରୁ ସେ ସମୟରେ ଦେଶର ପ୍ରାୟ ଅର୍ଦ୍ଧାଧିକ ଗ୍ରାମାଞ୍ଚଳ ଲୋକେ ଖୋଲାରେ ଶୌଚ ହେଉଥିଲେ, ଯଦ୍ଦ୍ବାରା ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମହିଳାମାନେ। ଏହାକୁ ଦୃଷ୍ଟିରେ ରଖି ‘ସ୍ବଚ୍ଛ ଭାରତ’ ର ପରିକଳ୍ପନା କରିଥିଲେ ମୋଦୀ ଜୀ, ଯାହାର ଫଳ ସ୍ବରୂପ ଆଜି ଦେଶରେ ୯୫ ପ୍ରତିଶତରୁ ଅଧିକ ପରିବାରଙ୍କ ପାଖରେ ନିଜସ୍ବ ଶୌଚାଳୟ ଅଛି ଏବଂ ତାକୁ ସେମାନ ବ୍ୟବହାର କରୁଛନ୍ତି। ମହିଳାଙ୍କ ସମ୍ମାନ ରକ୍ଷା ଦିଗରେ ଏହା ଏକ ସାର୍ଥକ ପଦକ୍ଷେପ ଥିଲା।
ନିଜ ମା’ଙ୍କ ସଂଘର୍ଷମୟ ଜୀବନରୁ ଶିକ୍ଷା ନେଇ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ‘ଉଜ୍ଜଲା ଯୋଜନା’। ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କଲାବେଳେ କିପରି ତାଙ୍କ ମାତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା, ସେ ତାକୁ ଅନେକ ସମୟରେ ଉଲ୍ଲେଖ କରିଛନ୍ତି। ଦେଶର ଆଉ କେହି ମା’ ଏପରି ପରିସ୍ଥିତିକୁ ସାମ୍ନା ନ କରନ୍ତୁ, ସେଥିପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ‘ଉଜ୍ଜଲା ଯୋଜନା’। ରୋଷଘରୁ କାଠ କୋଇଲା ପରି ହାନିକାରକ ଜାଳେଣି ବଦଳରେ ସ୍ବଚ୍ଛ ରନ୍ଧନ ଗ୍ୟାସ୍‌ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଆଜି ଦେଶରେ ପ୍ରାୟ ୩୨ କୋଟି ୮୩ ଲକ୍ଷ ପରିବାର ପାଖରେ ଏଲ୍‌ପିଜି ରନ୍ଧନ ଗ୍ୟାସ୍‌ ସୁବିଧା ଅଛି। ମା’ମାନଙ୍କୁ ଧୂଅଁାମୁକ୍ତ ରୋଷଶାଳା ପ୍ରଦାନ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସଫଳ ହୋଇଛନ୍ତି।
ଏହି ଦୁଇଟି କାର୍ଯ୍ୟକ୍ରମ ମା’ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଅନେକ ଯୋଜନା ମଧ୍ୟରୁ କେବଳ ଉଦାହରଣ। ପ୍ରଧାନମନ୍ତ୍ରୀଙ୍କ ସବୁ ପ୍ରକାର ବିକାଶ କାର୍ଯ୍ୟଧାରାରେ ମହିଳା କଲ୍ୟାଣ ସବୁବେଳେ ସର୍ବାଗ୍ରେ ରହିଥାଏ। ସାମାଜିକ ଓ ଅର୍ଥନୈତିକ ବିକାଶ ସହିତ ରାଜନୈତିକ ସଶକ୍ତୀକରଣ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ କରାଯାଇଛି, ଯାହା ଫଳରେ ୨୦୨୯ ପରେ ମହିଳାମାନେ ବିଧାନସଭା ଓ ଲୋକ ସଭାରେ ଅତିକମ୍‌ରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ପାଇବେ।
ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ମାତୃଶକ୍ତି ପ୍ରତି ସମ୍ମାନ ଧାରାରେ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମକୁ ଦେଖିବା ଆବଶ୍ୟକ। ନିଜ ଆତ୍ମୀୟ ସ୍ବଜନଙ୍କ ସ୍ମୃତିଚାରଣ ପାଇଁ ହେଉ କିମ୍ବା ମା’ଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରତିପାଦନ କରିବା ପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥାଉ। ବର୍ତ୍ତମାନ ସମୟରେ ମା’ଙ୍କ ମହତ୍ତ୍ୱ ପାଇଁ ‘ମାତୃ ଦିବସ’ ବି ପାଳନ କରାଯାଉଛି। କିନ୍ତୁ ବୋଧହୁଏ ସବୁଠାରୁ ପ୍ରକୃଷ୍ଟ ଏବଂ ଯଥାର୍ଥ ମାର୍ଗ ହେଉଛି ମା’ଙ୍କ ସ୍ମୃତି ହେଉ କିମ୍ବା ମା’ଙ୍କୁ ନିଜର ଭଲପାଇବା ଓ ସମ୍ମାନକୁ ଜଣାଇବା ପାଇଁ ତାଙ୍କ ନାଁରେ ଗଛଟିଏ ଲଗାଇବା। ମା’ଙ୍କ ନାମରେ ଲଗାଯାଇଥିବା ଗଛର ଯତ୍ନ ନେଲେ ଏହା ବଡ଼ ହୋଇ ମା’ ପରି ଶୀତଳଛାୟା ସହିତ ଫଳ ପୁଷ୍ପ ପ୍ରଦାନ କରିବ। ତେଣୁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ମା’ ପାଇଁ ଗଛଟିଏ’ ଅର୍ଥାତ୍‌ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମ ମା’ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ଓ ମମତାମୟୀ ସମ୍ପର୍କକୁ ସୂଚାଇଥାଏ।
ଏହି କାର୍ଯ୍ୟକ୍ରମର ଆବେଗ ବ୍ୟତୀତ ଏହା ମଧ୍ୟରେ ଅନ୍ତର୍ନିହିତ ଥିବା ପରିବେଶ ସୁରକ୍ଷାର ଲକ୍ଷ୍ୟକୁ ଏଡ଼ାଇ ଦେଇ ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ବୋଧହୁଏ ସାରା ବିଶ୍ୱ ଆଜି ପରିବର୍ତ୍ତନଶୀଳ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ଏହାର ସୁରକ୍ଷା କରିବା ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସରକାର, ଅନୁଷ୍ଠାନ ଦ୍ୱାରା କରାଯାଉଛି। ବୃକ୍ଷରୋପଣ ଏକ ଉପଯୁକ୍ତ ମାଧ୍ୟମ ପରିବେଶ ସୁରକ୍ଷା ପାଇଁ। କିନ୍ତୁ ସରକାରୀ ସ୍ତରରେ ଯେତେ ଉଦ୍ୟମ ହେଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ନାଗରିକମାନେ ସ୍ବତଃପ୍ରବୃତ୍ତ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାନ୍ତି, ସେତେ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ସମ୍ଭବ ହେବ ନାହିଁ।
ତେଣୁ ନାଗରିକଙ୍କୁ କୌଣସି ଅଭିଯାନରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ସର୍ବଶ୍ରେଷ୍ଠ ଆମ୍ବାସାଡର। ତାଙ୍କର ଆହ୍ବାନ ଏହି କାର୍ଯ୍ୟକ୍ରମକୁ ନୂଆ ରୂପରେଖ ଦେଇଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସରେ ତାଙ୍କୁ ଯଥାର୍ଥ ଶୁଭେଚ୍ଛା ଜଣାଇବା ପାଇଁ ଆଜି ୭୫ ଲକ୍ଷ ଚାରାରୋପଣ କରାଯାଉଛି। ଯଦିଓ ସରକାରୀ ସହାୟତାରେ ଏହି ଅଭିଯାନ କରାଯାଉଛି, ଏହି କାର୍ଯ୍ୟକ୍ରମର ଅଗ୍ରଭାଗରେ ଅଛନ୍ତି ସାଧାରଣ ଜନତା, ସ୍ବେଚ୍ଛାସେବୀ ସଙ୍ଗଠନ ତଥା ରାଜ୍ୟର କୋଟି କୋଟି ମା’ମାନେ। ‘ଏକ ପେଡ୍‌ ମା’ କେ ନାମ ୨.୦’ ଅନ୍ତର୍ଗତ ଚଳିତବର୍ଷ ଓଡ଼ିଶାରେ ସାଢ଼େ ସାତ କୋଟି ଚାରାରୋପଣ କରାଯାଉଛି। ଆଜିର ଏହି ସାମୂହିକ ଚାରାରୋପଣ ଏହି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ।
ଆଜି ଜଙ୍ଗଲ ବିଭାଗ ୧୫ ଲକ୍ଷ, ପଞ୍ଚାୟତିରାଜ ୩୪ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ଶିଳ୍ପ ବିଭାଗ ୧୫ ଲକ୍ଷ, କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ୨ ଲକ୍ଷ ୨୦ ହଜାର ଓ ବ୍ୟାଙ୍କଗୁଡ଼ିକ ୨ ଲକ୍ଷ ଚାରାରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ପ୍ରାୟ ୪୦ ହଜାର ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରୀଛାତ୍ର, ୧ ହଜାର କଲେଜର ୧ ଲକ୍ଷ ଛାତ୍ରୀଛାତ୍ର ଅତି ଉତ୍ସାହର ସହ ରୋପଣରେ ସାମିଲ ହେଉଛନ୍ତି। ଏହି ପ୍ରୟାସକୁ ସଫଳ କରିବା ପାଇଁ ୨ ଲକ୍ଷ ଶିକ୍ଷୟିତ୍ରୀ ଶିକ୍ଷକ, ୧ ଲକ୍ଷ କଲେଜ ସ୍ବେଚ୍ଛାସେବୀ, ୭୬ ହଜାର ଅଙ୍ଗନଓ୍ବାଡ଼ି କର୍ମୀ, ୧୭ ହଜାର ୫୦୦ ବନ ସୁରକ୍ଷା ସମିତି, ପରିବେଶ ଉନ୍ନୟନ କମିଟି ସଭ୍ୟାସଭ୍ୟ, ୧୭ ହଜାର ଆଶାକର୍ମୀ, ୧୬ ହଜାର ୫୦୦ ମାଇଁ ଭାରତ ସ୍ବେଚ୍ଛାସେବୀ ଓ ୧୦ ହଜାର ଇକୋ-କ୍ଲବ ଅଣ୍ଟା ଭିଡ଼ିଛନ୍ତି।
ଚାରାରୋପଣ କରିବା ସହିତ ଏହି ଚାରାଗୁଡ଼ିକର ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ବାରା ଏହା କେବଳ ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ହୋଇ ରହିବ ନାହିଁ। ତେଣୁ ରାଜ୍ୟବାସୀ ନିଜ ନିଜ ସ୍ତରରେ ଚାରାରୋପଣ ପରେ ଏହାର ଯତ୍ନ ନେବା ଉଚିତ।
ଏହା ଅନସ୍ବୀକାର୍ଯ୍ୟ ଯେ, ମା’ଙ୍କ ସମ୍ମାନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୀ କେବେ ବି ସାଲିସ କରିନାହାନ୍ତି। ‘ଅପରେଶନ ସିନ୍ଦୂର’ ଏହାର ଜ୍ୱଳନ୍ତ ପ୍ରମାଣ। ଗତ ୨୩ ବର୍ଷ ହେଲା ସକ୍ରିୟ ରାଜନୀତି ମାଧ୍ୟମରେ ମୋଦୀ ଜୀ ଦେଶର ସେବା କରିଆସୁଛନ୍ତି। ତେଣୁ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ସାର୍ଥକ ଓ ପ୍ରକୃଷ୍ଟ ଉଦ୍ୟମ।
ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ସାରା ଓଡ଼ିଶାବାସୀଙ୍କ ପକ୍ଷରୁ ମୁଁ ମୋଦୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ ଏବଂ ମା’ ଭାରତୀର ସେବା କରିବା ପାଇଁ ନୂତନ ଶକ୍ତି, ନୂତନ ଉଦ୍ଦୀପନା ପ୍ରଦାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?