୮ ସହର ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସମଗ୍ର ରାଜ୍ୟରେ ଅସହ୍ୟ ଗରମ ହେବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବଢିବା ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ଅଛି। ରାଜ୍ୟରେ ତାତି ବଢି ଚାଲିଛି। ଗୁରୁବାର ରାଜ୍ୟର ୮ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୧.୨, ଟିଟିଲାଗଡ ୪୧.୮, ମାଲକାନଗିରି ୪୦.୨, ସୋନପୁର ୪୨.୪, ପାରଳାଖେମୁଣ୍ଡି ୪୦, ନୂଆପଡା ୪୧ ଏବଂ ସମ୍ବଲପୁରରେ ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି କଟକରେ ୩୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୋକଙ୍କୁ ଦିଆଯିବ ନାହିଁ ଟିକା

ଭୁବନେଶ୍ୱର,୬।୫: ସ୍ବାସ୍ଥ୍ୟ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ଗୁରୁବାର ରାଜ୍ୟର ଟିକାକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମ ଓ...

ପରିଶ୍ରମୀ ହେଲେ ସଫଳତା ମିଳିପାରିବ

ଭୁବନେଶ୍ୱର, ୫ା୭(ବ୍ୟୁରୋ)- ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ (ବିଜେଇଏମ୍‌) ସ୍କୁଲ୍‌ ପକ୍ଷରୁ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ...

ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଚର୍ଚ୍ଚାରେ ଅଭିନେତ୍ରୀ

ସମ୍ବଲପୁର,୧୬।୧୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ...

ପିଜି ବଳକା ସିଟ୍‌ ପାଇଁ ହେବ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ଉଚ୍ଚ...

ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ ପାର୍ବଣ ଟ୍ରେନ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସେବା ଯୋଗାଉଥିବା ୨୧ ଯୋଡ଼ା ପାର୍ବଣ ସ୍ପେଶାଲ ଟ୍ରେନଗୁଡ଼ିକର ଚଳାଚଳ ଅବଧି ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି...

୪ ବର୍ଷ ପରେବି ପୂରଣ ହେଉନି ପ୍ରତିଶ୍ରୁତି

ଜଗତ୍‌ସିଂହପୁର ଅଫିସ, ୨୪ା୬: ରାଜ୍ୟର ୨୦ଟି ଜିଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପାଖାପାଖି ୪ ବର୍ଷ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ।...

କାଳରେ ଲୀନ ଅପେକ୍ଷାରେ ସାଧନାସ୍ଥଳ

ପାଲଲହଡା,୨୧ା୮ ପ୍ରାୟ ୭୦ ବର୍ଷ ତଳେ ପାଲଲହଡା ଗଡଜାତ (ବର୍ତ୍ତମାନର ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ)ରେ କଳାର ବିକାଶ ପାଇଁ ଗଠନ ହୋଇଥିଲା ଏକ ଅସ୍ଥାୟୀ...

ସାଧାରଣ ବଚ୍‌ସାରୁ ହତ୍ୟା

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଲହଣ୍ଡାବୁଡ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଫୁଟବଲ ପଡିଆରେ ସାଧାରଣ କଥାକୁ ନେଇ...

Advertisement
Archives

Model This Week