ବିରୋଧୀ ସ୍ବର ଚାପିଦେବାକୁ ଉଦ୍ୟମ

ପ୍ୟାରିସ୍‌ ,୨୨।୧୧: ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଇରାନର ଦୁଇଜଣ ଖ୍ୟାତନାମା ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେମାନେ ସର୍ବସାଧାରଣ ସ୍ଥାନରେ ହିଜାବ କାଢ଼ି ଶାସନକୁ ଅବମାନନା କରିଥିବା ସରକାରୀ ଗଣମାଧ୍ୟମରେ କୁହାଯାଇଛି। ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଓ ଅନ୍ୟାନ୍ୟ ପ୍ରଚାରଧର୍ମୀ କାର୍ଯ୍ୟ ଅଭିଯୋଗର ତଦନ୍ତର ସମ୍ମୁଖୀନ ହେବା ଲାଗି ଅଭିନେତ୍ରୀ ହେଙ୍ଗାମେହ ଗଜିଆନି ଏବଂ କାଟାୟୁନ ରିଆହିଙ୍କୁ ସମନ କରାଯାଇଥିଲା।
ଇରାନରେ ଦୁଇମାସରୁ ଊର୍ଦ୍ଧ୍ୱ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ବିରୋଧୀଙ୍କ ସ୍ବର ଚାପିଦେବା ସହ କଠୋର ହସ୍ତରେ ଆନ୍ଦୋନ ଦମନ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ହିଜାବ ଆଇନ ଅବମାନନା ଅଭିଯୋଗରେ ତେହରାନ୍‌ ପୋଲିସ ଗିରଫ କରିଥିବା ୨୨ ବର୍ଷୀୟା କୁର୍ଦ୍ଦିଶ ମହିଳା ମହସା ଅମିନିଙ୍କ ହାଜତ ମୃତ୍ୟୁ ପରେ ଆନ୍ଦୋଳନ ଜୋର୍‌ଦାର ହୋଇଥିଲା। ଇସ୍‌ଲାମିକ୍‌ ରିପବ୍ଲିକ୍‌ କର୍ତ୍ତୃପକ୍ଷ ଏହି ଆନ୍ଦୋଳନକୁ ଦଙ୍ଗା କହିବା ସହ ବିକ୍ଷୋଭକାରୀଙ୍କ ବିରୋଧରେ ଦମନ ଲୀଳା ଚଳାଇଥିବାରୁ ଏଥିରେ ୧୩୩ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଦଙ୍ଗା ଅଭିଯୋଗରେ ଇରାନ ସରକାର ୧୫,୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛନ୍ତି। ସେମାନଙ୍କୁ ସରକାର ମୃତ୍ୟୁଦଣ୍ଡ ଦେଇପାରନ୍ତି ବୋଲି ବିଭିନ୍ନ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି।
ଉପରେ ସରକାରଙ୍କ ଦମନଲୀଳାକୁ ଅଭିନେତ୍ରୀ ଗଜିଆନି ସମାଲୋଚନା କରିଆସୁଥିଲେ। ବିରୋଧୀଙ୍କ ସହ ହାତ ମିଳାଇ ସେ ଦଙ୍ଗାକୁ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ୫୨ ବର୍ଷୀୟା ଅଭିନେତ୍ରୀଙ୍କୁ ସମନ କରାଯିବା ପରେ ସେ ହିଜାବ କାଢ଼ିଦେଇ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ ଏବଂ ଏହା ହୁଏତ ଶେଷ ପୋଷ୍ଟ ବୋଲି ଲେଖିଥିଲେ। ଏବେଠୁ ତାଙ୍କ ପ୍ରତି ଯାହା ଘଟୁ ପଛେ, ସେ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ଇରାନବାସୀଙ୍କ ସହ ରହିବେ ବୋଲି କହିଥିଲେ। ଗତ ସପ୍ତାହରେ ସେ କରିଥିବା ଏକ ପୋଷ୍ଟରେ ଇରାନ ସରକାରଙ୍କୁ ଶିଶୁ ହତ୍ୟାକାରୀ କହିଥିଲେ। ଏହି ସରକାର ୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାରିଲାଣି ବୋଲି ସେ ଅଭିଯୋଗ କରିଥିଲେ।
ଅନୁରୂପ ତଦନ୍ତରେ ଅଭିନେତ୍ରୀ ରିଆହିଙ୍କୁ ଗିରଫ କରାଯାଇଛି। ଏହି ଅଭିନେତ୍ରୀ ଅନେକ ପୁରସ୍କାର ବିଜୟୀ ଚଳଚ୍ଚିତ୍ରରେ କାମ କରିବା ସହ ଦାତବ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଗତ ସେପ୍ଟେମ୍ବରରେ ସେ ଲଣ୍ଡନରେ ଥିବା ଇରାନ ଇଣ୍ଟରନ୍ୟାଶନାଲ ଟିଭିକୁ ଏକ ସାକ୍ଷାତ୍‌କାର ଦେବାବେଳେ ହିଜାବ ପିନ୍ଧି ନ ଥିଲେ। ମହସା ଅମିନି ମୃତ୍ୟୁ ପରେ ଇରାନରେ ଲାଗିରହିଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ରିଆହି ସମର୍ଥନ କରିଆସୁଥିଲେ। ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ବିଷୟ ପୋଷ୍ଟ କରିବା ଅଭିଯୋଗର ତଦନ୍ତ ଲାଗି ଗଜିଆନିଙ୍କ ସମେତ ୮ ଜଣଙ୍କୁ ସମନ କରାଯାଇଥିବା ବିଚାର ବିଭାଗର ବିଜାନ ଅନ୍‌ଲାଇନ୍‌ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ତେହରାନ ଫୁଟ୍‌ବଲ ଟିମ୍‌ ପର୍ସେପୋଲିସ୍‌ ଏଫ୍‌ସିର କୋଚ ୟାହୟା ଗୋଲମହମ୍ମଦି ଅଛନ୍ତି। ହିଜାବ ବିରୋଧୀ ଆନ୍ଦୋଳନ ପୂର୍ବରୁ ମଧ୍ୟ ଇରାନ ସିନେମା କଳାକାର ଚାପରେ ଥିଲେ ପୁରସ୍କାର ବିଜୟୀ ନିର୍ଦ୍ଦେଶକ ମହମ୍ମଦ ରାସୌଲଫ୍‌ ଏବଂ ଜାଫର ପନାହି ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri