ବିରୋଧୀ ସ୍ବର ଚାପିଦେବାକୁ ଉଦ୍ୟମ

ପ୍ୟାରିସ୍‌ ,୨୨।୧୧: ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଇରାନର ଦୁଇଜଣ ଖ୍ୟାତନାମା ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେମାନେ ସର୍ବସାଧାରଣ ସ୍ଥାନରେ ହିଜାବ କାଢ଼ି ଶାସନକୁ ଅବମାନନା କରିଥିବା ସରକାରୀ ଗଣମାଧ୍ୟମରେ କୁହାଯାଇଛି। ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଓ ଅନ୍ୟାନ୍ୟ ପ୍ରଚାରଧର୍ମୀ କାର୍ଯ୍ୟ ଅଭିଯୋଗର ତଦନ୍ତର ସମ୍ମୁଖୀନ ହେବା ଲାଗି ଅଭିନେତ୍ରୀ ହେଙ୍ଗାମେହ ଗଜିଆନି ଏବଂ କାଟାୟୁନ ରିଆହିଙ୍କୁ ସମନ କରାଯାଇଥିଲା।
ଇରାନରେ ଦୁଇମାସରୁ ଊର୍ଦ୍ଧ୍ୱ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ବିରୋଧୀଙ୍କ ସ୍ବର ଚାପିଦେବା ସହ କଠୋର ହସ୍ତରେ ଆନ୍ଦୋନ ଦମନ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ହିଜାବ ଆଇନ ଅବମାନନା ଅଭିଯୋଗରେ ତେହରାନ୍‌ ପୋଲିସ ଗିରଫ କରିଥିବା ୨୨ ବର୍ଷୀୟା କୁର୍ଦ୍ଦିଶ ମହିଳା ମହସା ଅମିନିଙ୍କ ହାଜତ ମୃତ୍ୟୁ ପରେ ଆନ୍ଦୋଳନ ଜୋର୍‌ଦାର ହୋଇଥିଲା। ଇସ୍‌ଲାମିକ୍‌ ରିପବ୍ଲିକ୍‌ କର୍ତ୍ତୃପକ୍ଷ ଏହି ଆନ୍ଦୋଳନକୁ ଦଙ୍ଗା କହିବା ସହ ବିକ୍ଷୋଭକାରୀଙ୍କ ବିରୋଧରେ ଦମନ ଲୀଳା ଚଳାଇଥିବାରୁ ଏଥିରେ ୧୩୩ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଦଙ୍ଗା ଅଭିଯୋଗରେ ଇରାନ ସରକାର ୧୫,୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛନ୍ତି। ସେମାନଙ୍କୁ ସରକାର ମୃତ୍ୟୁଦଣ୍ଡ ଦେଇପାରନ୍ତି ବୋଲି ବିଭିନ୍ନ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି।
ଉପରେ ସରକାରଙ୍କ ଦମନଲୀଳାକୁ ଅଭିନେତ୍ରୀ ଗଜିଆନି ସମାଲୋଚନା କରିଆସୁଥିଲେ। ବିରୋଧୀଙ୍କ ସହ ହାତ ମିଳାଇ ସେ ଦଙ୍ଗାକୁ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ୫୨ ବର୍ଷୀୟା ଅଭିନେତ୍ରୀଙ୍କୁ ସମନ କରାଯିବା ପରେ ସେ ହିଜାବ କାଢ଼ିଦେଇ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ ଏବଂ ଏହା ହୁଏତ ଶେଷ ପୋଷ୍ଟ ବୋଲି ଲେଖିଥିଲେ। ଏବେଠୁ ତାଙ୍କ ପ୍ରତି ଯାହା ଘଟୁ ପଛେ, ସେ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ଇରାନବାସୀଙ୍କ ସହ ରହିବେ ବୋଲି କହିଥିଲେ। ଗତ ସପ୍ତାହରେ ସେ କରିଥିବା ଏକ ପୋଷ୍ଟରେ ଇରାନ ସରକାରଙ୍କୁ ଶିଶୁ ହତ୍ୟାକାରୀ କହିଥିଲେ। ଏହି ସରକାର ୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାରିଲାଣି ବୋଲି ସେ ଅଭିଯୋଗ କରିଥିଲେ।
ଅନୁରୂପ ତଦନ୍ତରେ ଅଭିନେତ୍ରୀ ରିଆହିଙ୍କୁ ଗିରଫ କରାଯାଇଛି। ଏହି ଅଭିନେତ୍ରୀ ଅନେକ ପୁରସ୍କାର ବିଜୟୀ ଚଳଚ୍ଚିତ୍ରରେ କାମ କରିବା ସହ ଦାତବ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଗତ ସେପ୍ଟେମ୍ବରରେ ସେ ଲଣ୍ଡନରେ ଥିବା ଇରାନ ଇଣ୍ଟରନ୍ୟାଶନାଲ ଟିଭିକୁ ଏକ ସାକ୍ଷାତ୍‌କାର ଦେବାବେଳେ ହିଜାବ ପିନ୍ଧି ନ ଥିଲେ। ମହସା ଅମିନି ମୃତ୍ୟୁ ପରେ ଇରାନରେ ଲାଗିରହିଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ରିଆହି ସମର୍ଥନ କରିଆସୁଥିଲେ। ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ବିଷୟ ପୋଷ୍ଟ କରିବା ଅଭିଯୋଗର ତଦନ୍ତ ଲାଗି ଗଜିଆନିଙ୍କ ସମେତ ୮ ଜଣଙ୍କୁ ସମନ କରାଯାଇଥିବା ବିଚାର ବିଭାଗର ବିଜାନ ଅନ୍‌ଲାଇନ୍‌ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ତେହରାନ ଫୁଟ୍‌ବଲ ଟିମ୍‌ ପର୍ସେପୋଲିସ୍‌ ଏଫ୍‌ସିର କୋଚ ୟାହୟା ଗୋଲମହମ୍ମଦି ଅଛନ୍ତି। ହିଜାବ ବିରୋଧୀ ଆନ୍ଦୋଳନ ପୂର୍ବରୁ ମଧ୍ୟ ଇରାନ ସିନେମା କଳାକାର ଚାପରେ ଥିଲେ ପୁରସ୍କାର ବିଜୟୀ ନିର୍ଦ୍ଦେଶକ ମହମ୍ମଦ ରାସୌଲଫ୍‌ ଏବଂ ଜାଫର ପନାହି ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?