ମଞ୍ଚ ନାଟକକୁ ବଞ୍ଚାଇବା ପାଇଁ ପ୍ରୟାସ : ୧୪ରେ ହେବ

ଭଞ୍ଜନଗର,୯।୩(ବାବୁଲା ପ୍ରଧାନ): ଆଧୁନିକ ଯୁଗରେ ମଞ୍ଚ ନାଟକ ଧୀରେଧୀରେ ଲୋପ ପାଇବାକୁ ବସିଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଥିବା ତୋଫାନ କଳା ସଂସଦ ପରିବାର ପକ୍ଷରୁ ପୁଣି ମଞ୍ଚ ନାଟକକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଂସଦର କଳାକାରମାନେ ଆସନ୍ତା ଦୋଳ ପୂର୍ଣ୍ଣିମା ଅବସରରେ ନାଟକ ହଜି ଯାଇଛି। ମୁଁ ମୋ ଭିତରେ ପରିବେଷଣ କରିବେ। ତେଣୁ କଳାକାର ମାନେ ବର୍ତ୍ତମାନ ଦୈନନ୍ଦିନ ନାଟକ ଅଭ୍ୟାସ କରୁଛନ୍ତି।
ସୂଚନା ଯୋଗ୍ୟଯେ, ତୋଫାନ କଳା ସଂସଦ ପ୍ରାୟ ୪୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା। ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ନାଟକ ପରିବେଷଣ କରିବା ଏବଂ ନାଟକ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନତା କରିବା। ପ୍ରତିବର୍ଷ ନାଟକ ପରିବେଷଣ ହେଉଥିଲା। ଏହିଭଳି କିଛି ବର୍ଷ ନାଟକ ପରିବେଷଣ ପରେ ବିଭିନ୍ନ କାରଣ ଯୋଗୁ ତାହା ପ୍ରାୟ ୨୦ ବର୍ଷ ହେବ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ପୁଣି କିଛି କଳାକାର ନାଟକ ପରିବେଷଣ କରି ପୁରୁଣା ସ୍ମୃତି ଫେରାଇ ଆଣିବା ପାଇଁ ପ୍ରୟାସ କରିଛନ୍ତି। ଅନୁଷ୍ଠାନର ସଭାପତି ଗରିବ ସାଇଁ, ଉପ ସଭାପତି ଅଶୋକ ମହାରଣା,ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ପ୍ରଦୀପ ସାସମଲ, କୋଷାଧ୍ୟକ୍ଷ ସନ୍ତୋଷ ରଥ, ବସନ୍ତ ପାତ୍ର, ଲକ୍ଷ୍ମୀ ଗୌଡ, ପ୍ରସର୍ଣ୍ଣ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ ପ୍ରମୁଖ ନାଟକ କିଭଳି ସଫଳତାର ସହ ପରିବେଷଣ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ନାଟକର ଲେଖକ ଗଙ୍ଗାଧର ବିଷୋୟୀ ଥିବା ବେଳେ ନିର୍ଦ୍ଦେଶନା ଅଭିମନ୍ୟୁ ବିଷୋୟୀ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri