ମଞ୍ଚ ନାଟକର ପୁନରୁଦ୍ଧାର ଲାଗି ପ୍ରୟାସ

ଭଞ୍ଜନଗର,୧୩ା୧୧(ଡି.ଏନ୍‌.ଏ.): ଭଞ୍ଜନଗର ଉପଖଣ୍ଡରେ ମଞ୍ଚ ନାଟକର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରବିବାର ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦରେ ଭଞ୍ଜନଗର ତରୁଣ କଳାକାର ସଂସ୍ଥା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ବରିଷ୍ଠ କର୍ମକର୍ତ୍ତା ଉପେନ୍ଦ୍ର ଶତପଥୀ ଅଧ୍ୟକ୍ଷତା କରିଥିଲେ। ନାଟ୍ୟ ନିର୍ଦ୍ଦେଶକ, ବିଶିଷ୍ଟ ବ୍ୟକ୍ତି, କଳାକାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଶୂଳପାଣି ଶତପଥୀ, ଅଜିତ ଶତପଥୀ, ଆପଟ୍ଟ, ଅଶୋକ ସ୍ବାଇଁ, ଗୁରୁମୂର୍ତ୍ତି ନାୟକ, ଗୌରୀ ପଟ୍ଟନାୟକ, ସୁକାନ୍ତ ପଣ୍ଡା, ପ୍ରଭାତ ମହାରଣା, ମୁରଲୀ ପଣ୍ଡା, ଅନୁପମ ବାନାର୍ଜୀ, ପ୍ରଦୀପ ସାସମଲ, ମନୋଜ ଗୌଡ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ କର୍ମକର୍ତ୍ତା ଉପେନ୍ଦ୍ର କହିଛନ୍ତି, କଳା, ସଂସ୍କୃତି, ସାହିତ୍ୟ ପାଇଁ ଘୁମୁସର ମାଟି ବିଶ୍ୱରେ ପରିଚିତ। ମଞ୍ଚ ନାଟକ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଉକ୍ତ କଳାକୁ ବଞ୍ଚାଇବା ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ଅଞ୍ଚଳର ନବାଗତ କଳାକାରଙ୍କୁ ନେଇ ନାଟକ ହେବ। ଭୁବନେଶ୍ବରରେ ପ୍ରଥମେ ନାଟକ ପରିବେଷଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହେଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ…

‘ଭାଜପା ବିଜେଡିକୁ ମହିଳା ବିରୋଧୀ ବୋଲି କରୁଛି ଅପପ୍ରଚାର’

ଆନନ୍ଦପୁର/ହାଟଡିହୀ/ଛେନାପଦୀ, ୨୨/୦୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ / ନିରାକାର ପରିଡା):କେନ୍ଦୁଝର ଜିଲାର ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀଠାରେ ବିଜେଡି ପକ୍ଷରୁ ଶୁକ୍ରବାର…

ଭାଜପା ପକ୍ଷରୁ ମିଶ୍ରଣ ପର୍ବ: ୭୦୦ରୁ ଅଧିକ ଜଣ ସାମିଲ

ହାଟଡିହୀ/ଛେନାପଦୀ, ୨୨।୫ (ଶୁଭକାନ୍ତ ନାୟକ / ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ଭାଜପା ପକ୍ଷରୁ ବିଧାନସଭା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ…

ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତ ସନ୍ଦେହ, : ବନ୍ୟ ପ୍ରାଣୀ ଖାଉଥିବା ଦେଖି…

ଆନନ୍ଦପୁର/ହାଟଡିହୀ, ୨୨।୫ (ସୁଶାନ୍ତ କୁମାର ସାହୁ / ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରେ ଗତ ଗୁରୁବାରଠାରୁ ନିଖୋଜ ଥିବା ଗଙ୍ଗାଧର…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri