ସାଇବର ଅପରାଧ ରୋକିବାକୁ ପ୍ରୟାସ

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସାମ୍ପ୍ରତିକ ସମୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଗଞ୍ଜାମ ପୋଲିସ ଜିଲାରେ ଗତବର୍ଷ ୬୫ଟି ସାଇବର ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ୯୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା -୨୦୨୩ ଆରମ୍ଭ ହୋଇଛି। ଏନେଇ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସୋମବାରଠାରୁ ସାଇବର ସୁରକ୍ଷା ସଚେତନତା ରଥ ୧୫ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ପୋଲିସ ଜିଲା ଅଧୀନ ସମସ୍ତ ଥାନା ଅଞ୍ଚଳରେ ବୁଲିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏନେଇ ବ୍ୟାପକ ସଚେତନତା ଅପରିହାର୍ଯ୍ୟ ବୋଲି ଜିଲାପାଳ କହିଛନ୍ତି। ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସାଇବର ଅପରାଧକୁ ପ୍ରତିହତ ସହ ସମ୍ପୂର୍ଣ୍ଣ ଉଚ୍ଛେଦ ଏହାର ଲକ୍ଷ୍ୟ ବୋଲି କହିଛନ୍ତି। ଜିଲାରେ ୬୪ କଲେଜ ଓ ସ୍କୁଲରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପୋଲିସ ପକ୍ଷରୁ କରାଯିବ। ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ମହିଳା ସଂଘ, ଛାତ୍ରୀଛାତ୍ର, ଏନ୍‌ଜିଓ, ରେଡ୍‌କ୍ରସକୁ ସାମିଲ କରାଯିବ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ବର୍ଷାରେ ଧୋଇଗଲା ମିନି ଷ୍ଟାଡିୟମ ମାଟି: ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଲାଠୋର,୨୨ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ସଦର ଗ୍ରାମରେ ଏକ ମିନି ଷ୍ଟାଡିୟମ ନିର୍ମାଣ ହୋଇ ନିକଟରେ ଉଦ୍‌ଘାଟିତ ହୋଇଛି l ତେବେ ଏହି…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri