ଗାଁର ଗୌରବ ଓସିଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ  ଭେଟିଲେ ସ୍ବୟଂ ସେବକ ସଙ୍ଘ         

 ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍‌ପୁର ଗ୍ରାମର ଝିଅ  ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ସେ ୨୦୧୮ରୁ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ ପାସ କରିଥିଲେ। ପରେ ୨୦୨୦ରୁ ୨୦୨୧ରେ ବେଙ୍ଗାଲୁରରେ ମାଇକ୍ରୋ ବାୟୋଲୋଜିରେ ପିଜି ଶେଷ ପରେ ଓପିଏସସି ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥିଲେ।  ସେ ୩ଥର ଅଳ୍ପ କିଛି ମାର୍କ ପାଇଁ ଅସଫଳ ହୋଇଥିଲେ। ତଥାପି  ହାର ମାନି ନଥିଲେ। ତାଙ୍କର ଜିଦ୍‌ ସତେ ଯେପରି ତାଙ୍କୁ  ସଫଳତା ଆଣି ଦେଇଥିଲା।
ନଗମାଙ୍କ ମା’  ମୁସ୍ତାରୀ ଖାନମ ଜଣେ ସୁଗୃହିଣୀ ହୋଇଥିବା ବେଳେ ବାପା ଫକୀର ଖାଁ ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲ ଅଟନ୍ତି। ଏହି ଅବସରରେ ସ୍ଥାନୀୟ ନୂଆଗଡ ସ୍ବୟଂ ସେବକ ସଙ୍ଘ, ହରିପୁର ପକ୍ଷରୁ ନଗମାଙ୍କୁ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ତୋଷ କୁମାର ରାୟ, ମନୋରଞ୍ଜନ ମୁଦୁଲି, ସମୀର ଜେନା, ଶଶୀଭୂଷଣ ପାଟଶାଣି,ବିଶ୍ବଜିତ ପାଲଟାସିଂହ, ପଠାଣି ଶ୍ରୀଚନ୍ଦନ, ଦିବ୍ୟ ଲୋଚନ ଜେନା, ମିଥୁନ ବେହେରା ଅଜୟ ଛୋଟରାୟ, ରସିଦ ଖାଁ, ଦୁଷ୍ମନ୍ତ ହରିଚନ୍ଦନ, ପ୍ରଦୋଷ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ପ୍ରଶସ୍ତିକା ଓ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅନୁରୂପଭାବେ ଡିଆ ପଞ୍ଚାୟତ ଅଧୀନ ଡିଆ-ବ୍ରାହ୍ମଣ ସାହିର ବିଶ୍ୱରଞ୍ଜନ ତ୍ରିପାଠୀ ମଧ୍ୟ ଏହି ପରୀକ୍ଷାରେ ୨୪୯ ନମ୍ବର ର଼୍ୟାଙ୍କରେ ରହିଛନ୍ତି। ଏହା ପୂର୍ବରୁ ସେ ନୌସେନାରେ ଚାକିରି କରିଥିଲେ। ଏବେ ସେ ଚାକିରିରୁ ଅବସର ନେବା ପରେ ପରୀକ୍ଷା ଦେଇଥିଲେ। ପ୍ରଥମ ପରୀକ୍ଷା ଦେଇ ସେ ସଫଳ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି। ତାଙ୍କ ବାପା  ଦୟାନିଧି ତ୍ରିପାଠୀ ଜଣେ ସାଧାରଣ ବ୍ୟକ୍ତି ହୋଇଥିବା ବେଳେ ମା’ ଜଣେ ସୁଗୃହିଣୀ ଅଟନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri