ଡିଏମ୍‌ଏଫ୍‌ରେ ଶିକ୍ଷା, ସ୍ବାସ୍ଥ୍ୟକୁ ଅଣଦେଖା

ଯାଜପୁର,୨୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଗଠିତ ହୋଇଛି। ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭ କୁ ୨୦୧୫ ମସିହାରେ ସଂଶୋଧନ କରାଯାଇଛି ା ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ୍‌ ରହିଛି ା ହେଲେ ଏହି ଆଇନ ଯାଜପୁର ଜିଲାରେ ଦିଗହରା ହୋଇ ପଡିଛି ା ଡିଏମ୍‌ଏଫ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଥିଲେ ହେଁ ଠିକାଦାରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ, ଜଳସେଚନ, ନିର୍ମାଣ ଆଦି ବିଭାଗକୁ ଅଧିକ ଅନୁଦାନ ଦିଆଯାଉଛି। ଗତ ୨୯ା୭ା୨୦୨୧ରେ ହୋଇଥିବା ପାଣ୍ଠି ବିନିଯୋଗ ରିପୋର୍ଟକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଫଳରେ ଆଜି ବି ନଗଡ଼ା ସମେତ ଏହାର ଡାହାଣ ଓ ବାମପାର୍ଶ୍ୱ ଅଞ୍ଚଳ ଏବଂ ଖଣି ଖାଦାନ ଭରା କାଳିଆପାଣି ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସେତେଟା ବିକାଶ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ ା ଆଜି ବି ଲୋକେ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବିନା ସରକାରୀ ଯୋଜନାରେ ବଞ୍ଚି ରହୁଛନ୍ତି ା ସ୍ବାଧୀନତା ପୂର୍ବରୁ ସୁକିନ୍ଦା ଅଞ୍ଚଳରେ ଖଣି ଉତ୍ତୋଳନ ଆରମ୍ଭ ହୋଇଥିଲା ା ପ୍ରାକୃତିକ ସମ୍ପଦକୁ ଲୁଟ କରି ଶିଳ୍ପପତିମାନେ ମାଲାମାଳ ହୋଇଥିବାବେଳେ ଆଜି ବି ନଗଡ଼ା ଓ ଏହାର ଆଖପାଖ ଗ୍ରାମଗୁଡିକୁ ବିକାଶର ଆଲୁଅ ପହଞ୍ଚି ପାରିନାହିଁା ପ୍ରତ୍ୟେକ ଖଣି ପ୍ରଭାବିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଡିଏମ୍‌ଏଫ୍‌ ଗଠିତ ହୋଇଛି। ଏହିକ୍ରମରେ ୨୦୨୧ ଜୁଲାଇ ସୁଦ୍ଧା ଡିଏମ୍‌ଏଫ୍‌ ପାଣ୍ଠିରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୯୪ କୋଟି ୧୭ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ୨ ବର୍ଷ ମଧ୍ୟରେ ଆହୁରି ଅଧିକ ବିନିଯୋଗ ହୋଇଥିବ। ହେଲେ କାଳିଆପାଣି ଖଣି ଅଞ୍ଚଳବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ତାଙ୍କ ଜମିକୁ ଏଯାଏ ମାଡ଼ି ନାହିଁ ବୋଲି ଅଭିଯୋଗ ହେଉଛି। ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୭ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କୌଣସି ଜମିରେ ଦୁଇଫସଲି ଚାଷ ଏଯାଏ ହୋଇ ପାରିନାହିଁ। ପୂର୍ତ୍ତ ବିଭାଗକୁ ସର୍ବାଧିକ ୨୩୭ କୋଟି ୩୨ ଲକ୍ଷ ୧୨ ହଜାର ଟଙ୍କା ସମେତ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ ୩୯ କୋଟି ୩ ଲକ୍ଷ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ୪୩ କୋଟି ୧୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାବାଦ୍‌ ଅନ୍ୟାନ୍ୟ ବିଭାଗ ସମେତ ସମୁଦାୟ ୭୨୪ କୋଟି ୨୬ ଲକ୍ଷ ଟଙ୍କା କେବଳ ଡିଏମ୍‌ଏଫ୍‌ରୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଜିଲା ସମଗ୍ର ଅଭିଯାନକୁ ୩୦ କୋଟି ୧୫ ଲକ୍ଷ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ୩ କୋଟି ୬୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହାବାଦ୍‌ ସ୍ବାସ୍ଥ୍ୟ କ୍ଷେତ୍ରରେ ସିଡିଏମ୍‌ଓଙ୍କୁ ୬୪ କୋଟି ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଏଯାଏ କାଳିଆପାଣି ଖଣି ଅଞ୍ଚଳରେ ଏକ ଯୁକ୍ତଦୁଇ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ। କୁହିକାରେ ଯୁକ୍ତଦୁଇ କଲେଜ ନିର୍ମାଣାଧୀନ ରହିଛି। ସେହିପରି କାଳିଆପାଣି ଅଞ୍ଚଳରେ ନିକଟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଖଣି କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧି ଯାହା ଚାହିଁଛନ୍ତି ତାହା ହିଁ ହୋଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri